ଲାଟେଷ୍ଟ ଟ୍ରେଣ୍ଡରେ ବଞ୍ଜାରା ଜୁଏଲେରି

ଜୁଏଲେରି ପିନ୍ଧିବାର ସଉକ ପ୍ରାୟ ସବୁ ମହିଳାଙ୍କର ଥାଏ। ଖାସ୍‌ ସେଥିପାଇଁ ଜୁଏଲେରିକୁ ନେଇ ବହୁ ଏକ୍ସପେରିମେଣ୍ଟ କରାଯାଇ ମାର୍କେଟ୍‌କୁ ଏହାର ଅନେକ ଲାଟେଷ୍ଟ ଟ୍ରେଣ୍ଡ ଆସିଥାଏ। କେବେ ଗୋଲ୍ଡ, କେବେ ସିଲ୍‌ଭର୍‌ ଆଉ କେବେ ପର୍ଲ ଜୁଏଲେରିର ଡିମାଣ୍ଡ ରହିଥାଏ ତ କେବେ ଆଣ୍ଟିକ୍‌ ଜୁଏଲେରିର ଖୁବ୍‌ କ୍ରେଜ୍‌ ବଢ଼ିଯାଏ। ତେବେ ବର୍ତ୍ତମାନର ଫ୍ୟାଶନ ଟ୍ରେଣ୍ଡରେ ବଞ୍ଜାରା ଜୁଏଲେରିର ଚାହିଦା ବେଶ୍‌ ରହିଥିବା ଦେଖିବାକୁ ମିଳୁଛି। ତେବେ କ’ଣ ଏହି ବଞ୍ଜାରା ଜୁଏଲେରି ଆଉ ଏହାର କି କି ଲାଟେଷ୍ଟ ଡିଜାଇନ୍‌ ରହିଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ସାଧାରଣତଃ ବଞ୍ଜାରାମାନେ ହେଉଛନ୍ତି ଯାଯାବର ସଂପ୍ରଦାୟର। ସେମାନେ ନିଜସ୍ବ ଶୈଳୀରେ ଜୁଏଲେରି ତିଆରି କରି ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଖାସ୍‌ କରି ଷ୍ଟୋନ, କଏନ୍‌, ବିଡ୍ସ, ମିରର୍‌, ଉଡ୍‌, କଉଡି ତଥା ପଶୁପକ୍ଷୀଙ୍କ ହାଡ଼କୁ ସଂଗ୍ରହ କରି ତାକୁ ପଲିଶ୍‌ କରି ସେମାନେ ଆକର୍ଷଣୀୟ ରୂପ ଦେଇଥାନ୍ତି। ପରେ ସେହି ସବୁ ଜିନିଷକୁ ବ୍ୟବହାର କରି ଅତି ସୁନ୍ଦର ସୁନ୍ଦର ଜୁଏଲେରି ଗଢ଼ି ସେମାନେ ତାକୁ ବ୍ୟବହାର କରିଥାନ୍ତି। ସେଥିପାଇଁ ସେମାନଙ୍କ ଜୁଏଲେରିକୁ ଫ୍ୟାଶନ ଦୁନିଆରେ ବଞ୍ଜାରା ଜୁଏଲେରି ବୋଲି କୁହାଯାଇଥାଏ। ତେବେ ବଞ୍ଜାରା ଜୁଏଲେରି କେବଳ ଯାଯାବର ସଂପ୍ରଦାୟର ଲୋକ ହିଁ ବ୍ୟବହାର କରନ୍ତି ତାହା ନୁହେଁ, ଆଜିକାଲି ଏହାକୁ ଫ୍ୟାଶନ ଟ୍ରେଣ୍ଡ ଭାବେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଯୁବତୀମାନେ ବି ପିନ୍ଧୁଥିବା ଦେଖିବାକୁ ମିଳୁଛି।
ବିଭିନ୍ନ ଡିଜାଇନ୍‌ର ବଞ୍ଜାରା ଜୁଏଲେରି

କଉଡ଼ିରେ ତିଆରି ଜୁଏଲେରି: କଉଡ଼ିରେ ତିଆରି ଜୁଏଲେରି ହେଉଛି ବଞ୍ଜାରା ଜୁଏଲେରିର ସବୁଠାରୁ ଟ୍ରେଣ୍ଡି ଜୁଏଲେରି। ଖାସ୍‌ କରି କଉଡ଼ିରେ ତିଆରି ନେକ୍‌ଲେସ୍‌, ଇୟର ରିଂ ଆଉ ଆଙ୍କଲେଟ୍‌ ବା ପାଉଁଜି ଉଭୟ ଏଥନିକ୍‌ ତଥା ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ଭଲ ମାନିଥାଏ।

ମିରର୍‌ ଜୁଏଲେରି: ମିରର୍‌ ଜୁଏଲେରି ବି ବଞ୍ଜାରା ଜୁଏଲେରିର ଗୋଟେ ଅଂଶ କହିଲେ ଚଳେ। ମିରର୍‌ ଜୁଏଲେରି ଦେଖିବାକୁ ଯେମିତି ସୁନ୍ଦର ଲାଗେ, ଏହାକୁ ପିନ୍ଧିଥିବା ନାରୀଙ୍କୁ ବି ଠିକ୍‌ ସେମିତି ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଖାସ୍‌ କରି ଏହାକୁ ଶାଢ଼ି, କୁର୍ତ୍ତୀ, ଲେହେଙ୍ଗା ପରି ପାରମ୍ପରିକ ପୋଷାକ ସହ ପିନ୍ଧିଲେ ଲୁକ୍‌ ଆଟ୍ରାକ୍ଟିଭ୍‌ ଲାଗିଥାଏ।

କଏନ୍‌ ଡିଜାଇନ୍‌ ଜୁଏଲେରି: ଏହି ଜୁଏଲେରି ଟିକେ ୟୁନିକ୍‌ ଡିଜାଇନ୍‌ର ହୋଇଥାଏ। ସାଧାରଣତଃ କଏନ୍‌ ନେକ୍‌ଲେସ୍‌ରେ ଏମିତି କିଛି ଛୋଟ ଛୋଟ କଏନ୍‌ର ବ୍ୟବହାର କରାଯାଇଥାଏ, ଯେଉଁଥିରେ କିଛି ନା କିଛି ଲେଖା ହୋଇଥାଏ। ତା’ଛଡ଼ା ଏହାକୁ ଭିନ୍ନ ଭିନ୍ନ ଡିଜାଇନ୍‌ରେ ବି ତିଆରି କରାଯାଇଥାଏ। କେଉଁଥିରେ କଏନ୍‌ ନେକ୍‌ଲେସ୍‌କୁ ସୂତା ସାହାଯ୍ୟରେ ଗୁନ୍ଥା ଯାଇଥାଏ ତ ଆଉ କେଉଁଥିରେ କଏନ୍‌ ନେକ୍‌ଲେସ୍‌ରେ ଘୁଙ୍ଗୁରକୁ ଯୋଡି ଦିଆଯାଇଥାଏ। ତେବେ ଏହି ଷ୍ଟାଇଲ୍‌ର ନେକ୍‌ଲେସ୍‌କୁ ସୂତା ଶାଢ଼ି କିମ୍ବା ପ୍ରିଣ୍ଟେଡ୍‌ କୁର୍ତ୍ତୀ ସହିତ ମଥାରେ ବଡ଼ ବିନ୍ଦି ଆଉ ଓଠରେ ଡାର୍କ କଲର୍‌ର ଲିପ୍‌ଷ୍ଟିକ୍‌ ଲଗାଇ ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ।

ସିଲ୍‌ଭର୍‌ ବଞ୍ଜାରା ଜୁଏଲେରି: ସିଲ୍‌ଭର୍‌ ବଞ୍ଜାରା ଜୁଏଲେରି ଦେଖିବାକୁ ଯେମିତି ସୁନ୍ଦର ହୋଇଥାଏ ଏହାର ଡିଜାଇନ୍‌ ବି ଟିକେ ଭିନ୍ନ ଧରଣର ହୋଇଥାଏ। ଖାସ୍‌ କରି ଏହି ଧରଣର ଜୁଏଲେରି ଉପରେ ପଶୁପକ୍ଷୀ, ଫୁଲ ତଥା କଏନ୍‌ ଇତ୍ୟାଦିର ଡିଜାଇନ୍‌ ହୋଇଥିବାରୁ ଏହା ଟିକେ ନିଆରା ଲୁକ୍‌ ଦେଇଥାଏ। ତା’ଛଡ଼ା ଏହାକୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିହୁଏ। ଖାସ୍‌ କରି କଳା କିମ୍ବା ଧଳା ରଙ୍ଗର ଆଉଟ୍‌ଫିଟ୍‌ ସହ ଏହା ଅଧିକ ଆଟ୍ରାକ୍ଟିଭ୍‌ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ୍‌ ମିଡିଆ କ୍ରେଜ୍‌

ବର୍ତ୍ତମାନ ଅଧିକାଂଶ ମହିଳା ବିଭିନ୍ନ ସୋସିଆଲ ମିଡ଼ିଆରେ ଆକ୍ଟିଭ୍‌ ରହୁଥିବା ଦେଖିବାକୁ ମିଳୁଛି। ହେଲେ କେତେକଙ୍କଠାରେ ଏହାକୁ ବ୍ୟବହାର କରିବା କ୍ରେଜ୍‌ ଏତେ ଅଧିକ ଯେ,...

ଭାଗ୍ୟବାନ ଲୋକଙ୍କୁ ମିଳିଥାଏ ଏହି ୬ ଜିନିଷ, ଆପଣଙ୍କ ପାଖରେ ଅଛି କି…

ଭଲ ଜୀବନ ଜିଇଁବା ପାଇଁ ମଣିଷ ଧନସମ୍ପତ୍ତି, ସୁଖ ଏବଂ ଅନ୍ୟାନ୍ୟ ଜିନିଷ ଖୋଜୁଛି। କିନ୍ତୁ ଯଦି ଠିକ କେଉଁଟି ଆଉ ଭୁଲ କେଉଁଟି ତାହା...

ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, ଜୀବନରେ ହାରିବେ ନାହିଁ…

ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ...

କରୋନା, ଇବୋଲା ପରେ ଆଉ ଏକ ମାରାତ୍ମକ ରୋଗ ଚିହ୍ନଟ, ଲୋକଙ୍କଠାରେ ପ୍ରକାଶ ପାଇବ ଏସବୁ ଲକ୍ଷଣ

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ଅନୁସନ୍ଧାନକାରୀମାନେ ଏକ ବିରଳ ଭୂତାଣୁ ଆବିଷ୍କାର କରିଛନ୍ତି, ଯାହା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେବାର...

କରୋନା ଆଣ୍ଟିଜେନ୍‌ ଆଗରେ ହାର ମାନୁଛି ମନୁଷ୍ୟ ଶରୀରର ଆଣ୍ଟିବଡ଼ି !

ଓ୍ବାଶିଂଟନ,୨୩।୩: ମହାମାରୀ କରୋନା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହି ଭୂତାଣୁ ଶୀଘ୍ର ବ୍ୟାପୁଥିବାରୁ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିଛି। ଅନ୍ୟ ଭୂତାଣୁର ବ୍ୟାପିବା ବେଗ...

ଡିଜିଟାଲ ଲାଇଫ୍‌

ଓ୍ବାର୍କିଂ ଲାଇଫ୍‌ ହେଉ ଅବା ପର୍ସନାଲ୍‌ ଲାଇଫ୍‌, ସବୁକିଛି ସମୟ ସହ ପାଦ ଦେଇ ବଦଳିବାରେ ଲାଗିଛି। ଡିଜିଟାଲ ଲାଇଫ୍‌ ଦିନକୁ ଦିନ ଆଡ୍‌ଭାନ୍ସ ହେବା...

କରୋନା ସମୟରେ ସଜନା ଶାଗର ଉପକାରିତା, ଏଥିରେ ରହିଛି…

ସଜନା ଶାଗ ଆମ ଦେହ ପାଇଁ ବହୁ ଉପକାରୀ। କ୍ଷୀରଠାରୁ ଏଥିରେ ୪ ଗୁଣ ଅଧିକ କ୍ୟାଲସିୟମ ଓ ଅଧିକ ଦୁଇଗୁଣ ପ୍ରୋଟିନ୍‌ ରହିଛି। ଗାଜରଠାରୁ...

ଅପମାନର ପ୍ରତିଶୋଧ ନେବା ପାଇଁ ଏହାକୁ ସବୁଠାରୁ ବଡ଼ ଅସ୍ତ୍ର କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା...

Advertisement
Archives

Model This Week