ବଞ୍ଚତ୍ବାର ବାଟ ଦେଖାଇଛି ଆଖୁରସ ବ୍ୟବସାୟ

ରସୁଲପୁର,୨୧।୧(ଡି.ଏନ୍‌.ଏ.): ପରିବାରର ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କ ପାଇଁ ଏକ ବଡ଼ ସମସ୍ୟା ଥିଲା। ୫ପ୍ରାଣୀ କୁଟୁମ୍ବଙ୍କ ବୋଝ ମୁଣ୍ଡରେ ଲଦି ହୋଇଯାଇଥିଲା। ଜନ୍ମମାଟିରେ ରୋଜଗାର ଉତ୍ସ ନ ଥିଲା। ସ୍ବଳ୍ପ ଜମିରେ ଚାଷ କରି ପରିବାର ଚଳାଇବା ସାହସ ମଧ୍ୟ ଜୁଟାଇ ହେଉ ନ ଥିଲା। ରୋଜଗାର ସନ୍ଧାନରେ ସୁଦୂର ଗୁଜରାଟ ରାଜ୍ୟର ସୁରଟ ସହରକୁ ଦାଦନ ଖଟିବାକୁ ଗଲେ। ସେଠାରେ ଏକ ସୂତାକଳରେ କାମକରି ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ କରିବାକୁ ପ୍ରୟାସ ଜାରି ରଖିଲେ। ହେଲେ ସେଠିକାର ପାଣିପାଗ ସହ ଖାପ ଖୁଆଇ ବେଶି ଦିନ ଚଳି ପାରିଲେ ନାହିଁ। ପୁଣି ଗାଁ କୁ ଫେରି ଆସିଲେ। ନିଜ ଅଞ୍ଚଳରେ ଆଖୁରସ ବ୍ୟବସାୟକରି ପରିବାର ପ୍ରତିପୋଷଣ କରିବା କାର୍ଯ୍ୟ ଆରମ୍ଭ କଲେ। ଆଖୁରସ ବେପାର ଜଣେ ଦାଦନ ମୁହାଁ ଶ୍ରମିକକୁ ବଞ୍ଚତ୍ବାର ବାଟ ଦେଖାଇଛି। ଏହି ବ୍ୟବସାୟ ମାଧ୍ୟମରେ ପରିବାର ସମସ୍ୟା ଦୂର ହୋଇପାରିଛି। ପିଲାଙ୍କୁ ପାଠ ପଢାଇ ଉଚ୍ଚ ଶିକ୍ଷିତ କରିବାର ଲକ୍ଷ୍ୟ ବି ରଖିଛନ୍ତି। ଏହା ଏକ ଛୋଟ ବ୍ୟବସାୟୀଙ୍କ କାହାଣୀ। ସେ ହେଉଛନ୍ତି ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ବରଜପୁର ଗ୍ରାମର ସୁବାସ ନାୟକ(୪୩)। ଆଖୁରସ ବେପାର ତାଙ୍କୁ ସ୍ବାବଲମ୍ବୀ କରିବାରେ ସହାୟ ହୋଇଛି।
ଏନେଇ ସୁବାସଙ୍କ ସହ ଆଲୋଚନା କରିବାରୁ ଜଣାଯାଇଛି ଯେ, ସେ ବିବାହ କରିବା ବର୍ଷ ବାପା ଆରପାରିକୁ ଚାଲିଗଲେ। ପରିବାର ଚଳାଇବା ପାଇଁ ରୋଜଗାର କରିବା ତାଙ୍କ ପାଇଁ ଜରୁରୀ ହୋଇପଡିଲା। ସେଥିପାଇଁ ସେ ସୁରଟକୁ ଯିବାକୁ ବାଧ୍ୟ ହେଲେ। ସେଠାରୁ ରହି ନ ପାରି ଫେରି ଆସି ଏକର ଜମିରେ ଆଖୁ ଚାଷ କଲେ। ଆଖୁକୁ ଶାଗମାଛ ଦରରେ ବିକ୍ରି ନ କରି ଆଖୁରୁ ରସ ବାହାର କରି ବ୍ୟବସାୟ କରିବାକୁ ଚିନ୍ତା କଲେ। ଏଥିପାଇଁ ସୁବାସ ଏକ ଆଖୁପେଡା ମେଶିନ୍‌ ମଧ୍ୟ କିଣିଲେ। ନିଜ ଜମିରେ ଉପତ୍ାଦିତ ଆଖୁକୁ ପେଡ଼ାଇ ବ୍ୟବସାୟ କଲେ। ବର୍ଷର ଖରା ୪ମାସରେ ଭଲ ବ୍ୟବସାୟ ହେଉଛି। ସେ ହାରାହାରି ମାସିକ ୧୦ହଜାର ଟଙ୍କା ଆୟ କରୁଛନ୍ତି। ଏହି ଆୟରେ ପରିବାର ଚଲାଇବା ସହ ଝିଅପୁଅ ଦୁହିଁକୁ ପାଠ ପଢାଉଛନ୍ତି। ତେବେ ସୁବାସଙ୍କ ପାଇଁ ସରକାରୀ ଯୋଜନା ଅପହଁଚ ହୋଇଯାଇଛି। ତାଙ୍କୁ ସରକାରୀ ସହାୟତା କହିଲେ କେବଳ ରାଶନ କାର୍ଡକୁ ଛାଡିଦେଲେ ଆଉ ଅନ୍ୟ ସୁବିଧା ମିଳିନାହିଁ। ସେ ଏବେ ବି ଚାଳଘରେ ବାସ କରୁଛନ୍ତି। ପଞ୍ଚାୟତରେ ଥିଲାବାଲାକୁ ସରକାରୀ ଆବାସ ମିଳିଛି। ହେଲେ ଗରୀବ ବ୍ୟବସାୟୀ ସୁବାଷଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର କିଛି ମିଳିନାହିଁ। ସେ ଖୋଲା ଆକାଶ ତଳେ ଖରାବର୍ଷା ମାଡ଼ରେ ବ୍ୟବସାୟ କରୁଛନ୍ତି। କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ପ୍ରଧାନନ୍ତ୍ରୀ ମୁଦ୍ରା ଋଣ ଯୋଜନା, ରାଜ୍ୟ ସରକାରଙ୍କ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଋଣ ସହାୟତା, ମହିଳାଙ୍କୁ ସ୍ବାବଲମ୍ବି ହେବା ପାଇଁ ମିଶନ ଶକ୍ତି ପକ୍ଷରୁ ମିଳୁଥିବା ଋଣ ସୁବିଧା ଭଳି ସବୁ ଯୋଜନା ଅପହଞ୍ଚ ହୋଇଛି। ଏଦିଗରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଅବଗତ ଅଛନ୍ତି। ହେଲେ ତାଙ୍କ ଦୁଃଖ ଜାଣିବାକୁ କେହି ପ୍ରୟାସ କରିନାହାନ୍ତି। ସରକାରଙ୍କ ମାଳମାଳ ଯୋଜନା ସୁବସଙ୍କ ଭଳି ଜଣେ ଯୋଗ୍ୟ ହିତାଧିକାରୀଙ୍କ କାମରେ ନ ଆସିବା ବିଭିନ୍ନ ଜନମଙ୍ଗଳ ଯୋଜନାର କାର୍ଯ୍ୟକାରିତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

ଭଲ ଡ୍ରାଇଭିଂ ରେକର୍ଡ ଥିଲେ ଚାଳକଙ୍କୁ ମିଳିବ ଏହି ଉପହାର, ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ: ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୯।୯: ରାସ୍ତାରେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଆସୁଛି ବଡ଼ ଝଟ୍‌କା। ଏଣିକି କେବଳ ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ।…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri