ବଞ୍ଚତ୍ବାର ବାଟ ଦେଖାଇଛି ଆଖୁରସ ବ୍ୟବସାୟ

ରସୁଲପୁର,୨୧।୧(ଡି.ଏନ୍‌.ଏ.): ପରିବାରର ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କ ପାଇଁ ଏକ ବଡ଼ ସମସ୍ୟା ଥିଲା। ୫ପ୍ରାଣୀ କୁଟୁମ୍ବଙ୍କ ବୋଝ ମୁଣ୍ଡରେ ଲଦି ହୋଇଯାଇଥିଲା। ଜନ୍ମମାଟିରେ ରୋଜଗାର ଉତ୍ସ ନ ଥିଲା। ସ୍ବଳ୍ପ ଜମିରେ ଚାଷ କରି ପରିବାର ଚଳାଇବା ସାହସ ମଧ୍ୟ ଜୁଟାଇ ହେଉ ନ ଥିଲା। ରୋଜଗାର ସନ୍ଧାନରେ ସୁଦୂର ଗୁଜରାଟ ରାଜ୍ୟର ସୁରଟ ସହରକୁ ଦାଦନ ଖଟିବାକୁ ଗଲେ। ସେଠାରେ ଏକ ସୂତାକଳରେ କାମକରି ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ କରିବାକୁ ପ୍ରୟାସ ଜାରି ରଖିଲେ। ହେଲେ ସେଠିକାର ପାଣିପାଗ ସହ ଖାପ ଖୁଆଇ ବେଶି ଦିନ ଚଳି ପାରିଲେ ନାହିଁ। ପୁଣି ଗାଁ କୁ ଫେରି ଆସିଲେ। ନିଜ ଅଞ୍ଚଳରେ ଆଖୁରସ ବ୍ୟବସାୟକରି ପରିବାର ପ୍ରତିପୋଷଣ କରିବା କାର୍ଯ୍ୟ ଆରମ୍ଭ କଲେ। ଆଖୁରସ ବେପାର ଜଣେ ଦାଦନ ମୁହାଁ ଶ୍ରମିକକୁ ବଞ୍ଚତ୍ବାର ବାଟ ଦେଖାଇଛି। ଏହି ବ୍ୟବସାୟ ମାଧ୍ୟମରେ ପରିବାର ସମସ୍ୟା ଦୂର ହୋଇପାରିଛି। ପିଲାଙ୍କୁ ପାଠ ପଢାଇ ଉଚ୍ଚ ଶିକ୍ଷିତ କରିବାର ଲକ୍ଷ୍ୟ ବି ରଖିଛନ୍ତି। ଏହା ଏକ ଛୋଟ ବ୍ୟବସାୟୀଙ୍କ କାହାଣୀ। ସେ ହେଉଛନ୍ତି ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ବରଜପୁର ଗ୍ରାମର ସୁବାସ ନାୟକ(୪୩)। ଆଖୁରସ ବେପାର ତାଙ୍କୁ ସ୍ବାବଲମ୍ବୀ କରିବାରେ ସହାୟ ହୋଇଛି।
ଏନେଇ ସୁବାସଙ୍କ ସହ ଆଲୋଚନା କରିବାରୁ ଜଣାଯାଇଛି ଯେ, ସେ ବିବାହ କରିବା ବର୍ଷ ବାପା ଆରପାରିକୁ ଚାଲିଗଲେ। ପରିବାର ଚଳାଇବା ପାଇଁ ରୋଜଗାର କରିବା ତାଙ୍କ ପାଇଁ ଜରୁରୀ ହୋଇପଡିଲା। ସେଥିପାଇଁ ସେ ସୁରଟକୁ ଯିବାକୁ ବାଧ୍ୟ ହେଲେ। ସେଠାରୁ ରହି ନ ପାରି ଫେରି ଆସି ଏକର ଜମିରେ ଆଖୁ ଚାଷ କଲେ। ଆଖୁକୁ ଶାଗମାଛ ଦରରେ ବିକ୍ରି ନ କରି ଆଖୁରୁ ରସ ବାହାର କରି ବ୍ୟବସାୟ କରିବାକୁ ଚିନ୍ତା କଲେ। ଏଥିପାଇଁ ସୁବାସ ଏକ ଆଖୁପେଡା ମେଶିନ୍‌ ମଧ୍ୟ କିଣିଲେ। ନିଜ ଜମିରେ ଉପତ୍ାଦିତ ଆଖୁକୁ ପେଡ଼ାଇ ବ୍ୟବସାୟ କଲେ। ବର୍ଷର ଖରା ୪ମାସରେ ଭଲ ବ୍ୟବସାୟ ହେଉଛି। ସେ ହାରାହାରି ମାସିକ ୧୦ହଜାର ଟଙ୍କା ଆୟ କରୁଛନ୍ତି। ଏହି ଆୟରେ ପରିବାର ଚଲାଇବା ସହ ଝିଅପୁଅ ଦୁହିଁକୁ ପାଠ ପଢାଉଛନ୍ତି। ତେବେ ସୁବାସଙ୍କ ପାଇଁ ସରକାରୀ ଯୋଜନା ଅପହଁଚ ହୋଇଯାଇଛି। ତାଙ୍କୁ ସରକାରୀ ସହାୟତା କହିଲେ କେବଳ ରାଶନ କାର୍ଡକୁ ଛାଡିଦେଲେ ଆଉ ଅନ୍ୟ ସୁବିଧା ମିଳିନାହିଁ। ସେ ଏବେ ବି ଚାଳଘରେ ବାସ କରୁଛନ୍ତି। ପଞ୍ଚାୟତରେ ଥିଲାବାଲାକୁ ସରକାରୀ ଆବାସ ମିଳିଛି। ହେଲେ ଗରୀବ ବ୍ୟବସାୟୀ ସୁବାଷଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର କିଛି ମିଳିନାହିଁ। ସେ ଖୋଲା ଆକାଶ ତଳେ ଖରାବର୍ଷା ମାଡ଼ରେ ବ୍ୟବସାୟ କରୁଛନ୍ତି। କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ପ୍ରଧାନନ୍ତ୍ରୀ ମୁଦ୍ରା ଋଣ ଯୋଜନା, ରାଜ୍ୟ ସରକାରଙ୍କ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଋଣ ସହାୟତା, ମହିଳାଙ୍କୁ ସ୍ବାବଲମ୍ବି ହେବା ପାଇଁ ମିଶନ ଶକ୍ତି ପକ୍ଷରୁ ମିଳୁଥିବା ଋଣ ସୁବିଧା ଭଳି ସବୁ ଯୋଜନା ଅପହଞ୍ଚ ହୋଇଛି। ଏଦିଗରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଅବଗତ ଅଛନ୍ତି। ହେଲେ ତାଙ୍କ ଦୁଃଖ ଜାଣିବାକୁ କେହି ପ୍ରୟାସ କରିନାହାନ୍ତି। ସରକାରଙ୍କ ମାଳମାଳ ଯୋଜନା ସୁବସଙ୍କ ଭଳି ଜଣେ ଯୋଗ୍ୟ ହିତାଧିକାରୀଙ୍କ କାମରେ ନ ଆସିବା ବିଭିନ୍ନ ଜନମଙ୍ଗଳ ଯୋଜନାର କାର୍ଯ୍ୟକାରିତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ୪୦.୬୪ ମିଲିମିଟର ବର୍ଷା ରେକର୍ଡ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଅକ୍ଟୋବର ୨୭ରୁ ୨୮ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ଜିଲାର ୧୪ଟି ବର୍ଷା…

WPL 2027 ନିଲାମରେ ସବୁଠାରୁ ମହଙ୍ଗା ହୋଇପାରନ୍ତି ଏହି ୩ ଖେଳାଳି; ଭାଙ୍ଗିବ ସମସ୍ତ ରେକର୍ଡ

ନୂଆଦିଲ୍ଲୀ,୨୮।୧୦: ମହିଳା ପ୍ରିମିୟର ଲିଗ (WPL 2027) ନିଲାମ ଆଜି, ଅକ୍ଟୋବର ୨୮ରେ କୋଚି ଠାରେ ଅନୁଷ୍ଠିତ ହେଉଛି। ଏହି ନିଲାମ ପାଇଁ ମୋଟ ୧୪୬ ଜଣ…

ଉଜ୍ଜଳା ଯୋଜନା ଧାରକଙ୍କ ପାଇଁ ବଡ଼ ଖବର, ମୃତ୍ୟୁ ପରେ ପରିବାରକୁ ମିଳିବ…

ନୂଆଦିଲ୍ଲୀ,୨୮।୧୦:ଉଜ୍ଜ୍ୱଳା ଯୋଜନା ଅଧୀନରେ କନେକ୍ସନ ଧାରକଙ୍କ ମୃତ୍ୟୁ ପରେ ମଧ୍ୟ ପରିବାର ଏହି ଯୋଜନାର ଲାଭ ଉଠାଇ ପାରିବେ। କିନ୍ତୁ ଗ୍ୟାସ କନେକ୍ସନକୁ ପରିବାରର ଯୋଗ୍ୟ ସଦସ୍ୟଙ୍କ…

ନୀଳିଗିରି ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ; ଜଣେ ମୃତ, ଘଟଣାସ୍ଥଳରେ ପ୍ରବଳ ଉତ୍ତେଜେନା

ନୀଳଗିରି,୨୮।୧୦(ପ୍ରଶାନ୍ତ କୁମାର ବିଶ୍ବାଳ): ୧୯ ନଂ ରାଜ୍ୟ ରାଜପଥ ନୀଳଗିରି ଏନ.ଏ.ସି ଅଧିନ ବାଲିଗୋହିରି ସ୍ଥିତ ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ ହୋଇଛି । ଏହି ଘଟଣାରେ…

ମାତ୍ର ୩୬ ବଲ୍‌ରେ ଭାଙ୍ଗିଲା ୩ ବଡ଼ ରେକର୍ଡ: ଅଭିଷେକ-ବୈଭବଙ୍କ ଝଡ଼ରେ…

ୱେଲିଂଟନ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ କ୍ରିକେଟ ଜଗତକୁ ଚକିତ କରିଦେଇଛି।…

ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମରେ ପ୍ରବଳ ବର୍ଷା, ଉଜୁଡିଲା ପରିବା ଚାଷ

ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଗତ ଦୁଇଦିନ ହେବ ଏହି ଲଗାଣ ବର୍ଷା…

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୭ ଗିରଫ: ପୋଲିସକୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା

ରିଷିଡ଼ା, ୨୮।୧୦ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମ. ରାମପୁର ଥାନା ଅଞ୍ଚଳର ବଡ଼ ଡୁଙ୍ଗୁରିଗୁଡ଼ାରେ ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ତେଲ ବଜାରରେ ହଲଚଲ: ଦୀପାବଳି ପୂର୍ବରୁ ଶସ୍ତା ହେଲା ଗ୍ୟାସ୍‌ ସିଲିଣ୍ଡର?

ନୂଆଦିଲ୍‌ଲୀ,୨୮।୧୦: ଦୀପାବଳି ପର୍ୱ ପାଖେଇ ଆସୁଛି ଏବଂ ଘରେ ଘରେ ପିଠାପଣା, ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ମିଠା କିଣିବା ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?