ବଜ୍ରପାତରେ ମହିଳା ମୃତ

ଆନନ୍ଦପୁର,୩। ୬(ସ୍ବ.ପ୍ର.)- ଘସିପୁରା ଥାନା ଧକୋଠା ନାହାଗୁଣା ଗ୍ରାମରେ ବଜ୍ରପାତ ଘଟି ସରସ୍ବତୀ ପାତ୍ର ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମହିଳା ଜଣଙ୍କ ନିଜ ମେଲା ଚାଳିଆ ଘରେ ରୋଷେଇ କରୁଥିବା ସମୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟିଥିଲା। ଏଥିରେ ସେ ଗୁରୁତର ହୋଇ ଅଚେତ ହୋଇପଡିଥିଲେ। ତାଙ୍କୁ ପରିବାର ତରଫରୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାକୁ ଧରି ସ୍ତ୍ରୀ ପ୍ରେମିକ ସହ ଫେରାର

ଜଳେଶ୍ୱର, ୧୫ା୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଚିକିତ୍ସା ଲାଗି ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ...

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାରିପଦା ଅଫିସ, ୧ା୩- ବାରିପଦା ମଣ୍ଡଳ କାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ଜିଲା ସିକମପୁର ଅଞ୍ଚଳର ସୁରଜ...

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭଦ୍ରକ ଅଫିସ,୫।୭: ଭଦ୍ରକ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଶୁକ୍ରବାର ୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଜିଲାର ୩ ହଜାର ଚାଷୀଙ୍କୁ...

ଗୀତ ଗାଇ ସଚେତନ କରାଇଲେ ବିଡିଓ

ଖଇରା, ୧୫।୪(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ବାଲେଶ୍ୱର ଜିଲା ଖଇରା ବ୍ଲକରେ କାର୍ଯ୍ୟରତ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି।...

ଜିଲାପାଳଙ୍କ ଅଫିସ୍‌ ଫାଟକରେ ତାଲା ପକାଇ ପଳାଇଲେ ଯୁବକ

ବାଲେଶ୍ୱର ଅଫିସ, ୪।୧୨: ବାଲେଶ୍ୱର ଜିଲାପାଳଙ୍କ ଅଫିସ୍‌ର ଦୁଇଟିଯାକ ମୁଖ୍ୟ ଫାଟକରେ ଜଣେ ଯୁବକ ଶନିବାର ଅପରାହ୍ନ ୨ଟାରେ ହଠାତ୍‌ ତାଲା ପକାଇଦେଇଥିଲେ। ଲୋକମାନେ ତାହା...

ବିଦ୍ୟୁତ୍‌ ଆଘାତରେ ୨ ଯୁବକ ମୃତ

ରସାଳପୁର, ୧୮ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ହିଡ଼ିଗଁାରେ ଶନିବାର ଅପରାହ୍ନରେ ବିଦ୍ୟୁତ୍‌ ଆଘାତ ଲାଗି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ପ୍ରଦୀପ ଜେନା...

ଚଳଚଞ୍ଚଳ ଡଗରା ବେଳାଭୂମି

ବାଲିଆପାଳ,୨୮।୧୧(ସ୍ବ.ପ୍ର): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମି ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ହୋଇ ଉଠିଲାଣି। ଏଠାକାର ସବୁଜ ବନାନୀ ସହିତ ବିସ୍ତୀର୍ଣ୍ଣ ବେଳାଭୂମି ପର୍ଯ୍ୟଟକମାନଙ୍କୁ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅର୍ଜୁନ ଚରଣ ସେଠୀଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତି ତର୍ପଣସଭା

ସଜନାଗଡ,୧୮।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଡାକବଙ୍ଗଳା ପରିସରରେ ଗୁରୁବାର ପୂର୍ବାହ୍ନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅର୍ଜୁନ ଚରଣ ସେଠୀଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତି ତର୍ପଣସଭା ଅନୁଷ୍ଠିତ...

Advertisement
Archives

Model This Week