ବକ୍ସ ଅଫିିସ୍‌ରେ କମାଲ୍‌ କରୁଛି ଫିଲ୍ମ କବିର ସିଂହ: ୩ ଦିନରେ ୭୦କୋଟି

ମୁମ୍ବାଇ: ସାହିଦ କପୁରଙ୍କ ଫିଲ୍ମ କବିର ସିଂହ ରିଲିଜ ହୋଇସାରିଥିବା ବେଳେ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ପ୍ରଥମ ଦିନରୁ ଏହି ଫିଲ୍ମ ୨୦ କୋଟି ଟଙ୍କା ଆୟ କରିସାରିଥିବା ବେଳେ ଶନିବାର ୨୩ କୋଟି ଓ ରବିବାର ଛୁଟିରେ ଫିଲ୍ମକୁ ଭଲ ଫାଇଦା ହେବା ସହ ୨୭.୭୫କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି। ପ୍ରଥମ ଓ୍ବିକେଣ୍ଡରେ ଏହି ଫିଲ୍ମ ସର୍ବମୋଟ ୭୦.୭୫ କୋଟି ଟଙ୍କା ଆୟ କରିସାରିଲାଣି। ଚଳିତ ବର୍ଷ ରିଲିଜ ହୋଇଥିବା ପିଲ୍ମଗୁଡିକ ରବିବାର କରିଥିବା ଆୟକୁ ଦେଖିଲେ ‘କବିର ସିଂହ’ ‘ଭାରତ’କୁ ପଛରେ ପକାଇ ଦେଇଛି। କବିର ସିଂହ(୨୭.୭୫କୋଟି) ଭାରତ(୨୫.୫୦କୋଟି) ଓ ଟୋଟାଲ ଧମାଲ(୨୪କୋଟି) ଟଙ୍କା ଆୟ କରିଛି। ଏହି ଫିଲ୍ମ ସାହିଦ ଓ କିୟାରା ଆଡଭାନୀଙ୍କ ପାଇଁ କ୍ୟାରିୟର ସବୁଠାରୁ ବଡ଼ ଓପନର ଭାବେ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମକୁ ସାରା ଦେଶର ଏକାସାଙ୍ଗରେ ୩୧୨୩ ସ୍କ୍ରିନରେ ରିଲିଜ୍‌ କରାଯାଇଥିଲା। ଫିଲ୍ମ କବିର ସିଂହ ହେଉଛି ତେଲଗୁ ବ୍ଲକବଷ୍ଟର ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ। ସନ୍ଦୀପ ବାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ପାଗଳ ପ୍ରେମୀକର କାହାଣୀକୁ ନେଇ ଗତିଶୀଳ ହୋଇଛି। ଏଥିରେ ସାହିଦଙ୍କ ଦମ୍‌ଦାର ଅଭିନୟକୁ ପ୍ରଂଶସକ ପ୍ରଶଂସା କରିଥିବା ବେଳେ କିୟାରାଙ୍କ ସରଳ ମନୋଭାବ ସମସ୍ତଙ୍କୁ ପ୍ରଭାବିତ କରିଛି। ପରଦାରେ କିୟାରା ସହ ସାହିଦଙ୍କ କେମେଷ୍ଟ୍ରୀକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟକିବନି ସିରିଏଲ୍‌ ଶୁଟିଂ

ମୁମ୍ବାଇ,୧୪।୪: ମହାରାଷ୍ଟ୍ରରେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ୧୫ ଦିନିଆ ଜନତା କର୍ଫ୍ୟୁ ପାଇଁ ଘୋଷଣା କରିଛନ୍ତି। ଏହି ସମୟରେ ଫିଲ୍ମ, ଟିଭି...

ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଲେ ଏହି ଅଭିନେତା

ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପରେ ବର୍ତ୍ତମାନ ଅଭିନେତା ନାଗା ଚୈତନ୍ୟ ଟ୍ରାଫିକ୍‌ ନିୟମ ଭଙ୍ଗ କରି ଜରିମାନା ଦେଇଛନ୍ତି। ସେ ଏକ କାରରେ ଯିବା...

ବଲିଉଡ୍‌ର ସବୁଠୁ ହ୍ୟାଣ୍ଡସମ୍‌ ହିରୋ କିଏ ଜାଣନ୍ତି

ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ସଲମାନ ଖାନଙ୍କ ମଧ୍ୟରେ ସ୍ବତନ୍ତ୍ର ସମ୍ପର୍କ ରହିଛି। ଧର୍ମେନ୍ଦ୍ରଙ୍କ ପ୍ରତି ସଲମାନଙ୍କର ବହୁତ ସମ୍ମାନ ରହିଛି। ରଣଭୀର ସିଂଙ୍କ...

ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଚରିତ୍ରରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଓ ବଲିଉଡ୍‌ ଦିବା କ୍ର଼୍ୟାଟ୍ରିନା କୈଫ ପୁଣି ଥରେ ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ରୋହିତ...

ସଲମାନଙ୍କୁ ରେମୋଙ୍କ ସ୍ତ୍ରୀ କହିଲେ ‘ଥ୍ୟାଙ୍କ୍‌ ୟୁ ଭାଇ, ଆପଣ ଜଣେ ଦୂତ’

ବମ୍ବେ: ଜଣାଶୁଣା କୋରିଓଗ୍ରାଫର ତଥା ନୃତ୍ୟଶିଳ୍ପୀ ରେମୋ ଡିସୁଜା ଧିରେ ଧିରେ ସୁସ୍ଥ ହେଉଛନ୍ତି। ଚଳିତ ମାସ ଆରମ୍ଭରେ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ଏହାକୁ...

ବାହାହେବେ ଶ୍ରଦ୍ଧା: ପ୍ରସ୍ତୁତି ଆରମ୍ଭ

ମୁମ୍ବାଇ: ଷ୍ଟାର କିଡ୍‌ ତଥା ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର କୁଆଡେ ବିବାହ କରିବାକୁ ଯାଉଛନ୍ତି । ଫେମସ ଫଟୋଗ୍ରାଫର ରୋହନ ଶ୍ରେଷ୍ଠଙ୍କୁ ଶ୍ରଦ୍ଧା ବିବାହ...

ରଣବୀର ସିଂଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ,୨୬।୭: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ବିରୋଧରେ ମୁମ୍ବାଇ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ପେପର୍‌ ମାଗାଜିନ୍‌ ପାଇଁ ସେ କରିଥିବା ନ୍ୟୁଡ୍‌ ଫଟୋଶୁଟ ମହିଳାଙ୍କ...

ବିବାହ ପରେ ପ୍ରଥମଥର ନଜର ଆସିଲେ ସିଦ୍ଧାର୍ଥ-କିଆରା

ବଲିଉଡ ନବଦମ୍ପତି ସିଦ୍ଧାର୍ଥ ଏବଂ କିଆରା ବିବାହ ପରେ ବିମାନବନ୍ଦରରେ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଛି। କିଆରା ମଥାରେ ସିନ୍ଦୁର, ହାତରେ ଚୁଡି ପିନ୍ଧି...

Advertisement
Archives

Model This Week