ବକେଟ୍‌ ଟ୍ରକ୍‌ରେ ଗଲେ ମା’ ପାଖକୁ

ଓହିଓ: ମା’ର ମମତାରେ ଏତେ ଆକର୍ଷଣ ଅଛି ଯେ, ବେଳେବେଳେ ଅସମ୍ଭବ ମନେ ହେଉଥିବା କାମ ବି ସହଜରେ ହୋଇଯାଏ। ଏହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଆମେରିକାର ଓହିଓଠାରେ। ଏଠାରେ ୟଙ୍ଗ୍‌ସଟାଉନରେ ଥିବା ଚାର୍ଲି ଆଡାମ୍‌ସ ତାଙ୍କ ମା’ ଜୁଲିଙ୍କୁ ଦେଖା କରିବାକୁ ଚାହୁଁଥିଲେ। ୮୦ ବର୍ଷୀୟ ତାଙ୍କ ମା’ ନିୟୁ ମିଡିଲ୍‌ଟାଉନରେ ଏକ ନର୍ସିଂ ହୋମରେ ରହୁଥିଲେ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ କୌଣସି ସ୍ଥାନକୁ ଯିବାର ଅନୁମତି ନାହିଁ।
କିନ୍ତୁ ମା’ଙ୍କୁ ଦେଖାକରିବା ପାଇଁ ବ୍ୟସ୍ତ ହୋଇ ପଡ଼ିଥିଲେ ଆଡାମ୍‌ସ। ଏଥିପାଇଁ ସେ ଏକ ଉପାୟ ଚିନ୍ତା କରିଥିଲେ। ତାଙ୍କ କମ୍ପାନୀରେ ଥିବା ଏକ ବକେଟ ଟ୍ରକକୁ ଆଣି ସେଥିରେ ସେ ନିଜେ ଉପରକୁ ଯାଇ ତାଙ୍କ ମା’ ରହୁଥିବା ତୃତୀୟ ମହଲାର ଝରକା ପାଖରେ ପହଞ୍ଚିଥିଲେ। ଏହାପରେ ଝରକା ବାହାରୁ ମା’ ପୁଅଙ୍କର ମିଳନ ହୋଇଥିଲା। ଝରକା ବାହାରେ ଥାଇ ସେ ତାଙ୍କ ମାଆ ଜୁଲିଙ୍କୁ ଡାକି ଭାବବିହ୍ବଳ ହୋଇ ପଡ଼ିଥିଲେ। ଉଭୟଙ୍କର ଏହି ମିଳନର ଭିଡିଓକୁ ତାଙ୍କର ଜଣେ ସମ୍ପର୍କୀୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓକୁ ବହୁ ସଂଖ୍ୟାରେ ଲୋକ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୮ରୁ ୩୦ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି, ୩ ବ୍ଲକ ଶଟ୍‌ଡାଉନ

ଗଜପତି, ୨୬।୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହର ସମେତ ଜିଲାର ଗୁମ୍ମା, ଗୋଷାଣୀ ଏବଂ କାଶୀନଗର ବ୍ଲକ୍‌କୁ ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ଦିନ...

ମଝିଆକାଶରେ ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି

ଆଟ୍‌ଲାଣ୍ଟା,୧୧।୭: ଡେଲ୍‌ଟା ଏୟାରଲାଇନ୍ସ ବିମାନ ୧୪୨୪ ଆଟ୍‌ଲାଣ୍ଟାରୁ ବାଲ୍‌ଟିମୋରକୁ ଉଡାଣ କରିଥିଲା। ହେଲେ ମଝିଆକାଶରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ କାର୍ଯ୍ୟକ୍ଷମ ହୋଇପାରି ନ...

ସାହାରପଡ଼ା ବ୍ଲକର ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ

ପାଟଣା,୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ସିଲିପଦା ପଞ୍ଚାୟତର ଜଣେ ୫୫ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ମଙ୍ଗଳବାର ରାଜ୍ୟ ସୂଚନା...

କରୋନା ପାଇଁ ହାଇକୋର୍ଟଙ୍କ ସତର୍କତା: ୬୫ବର୍ଷ ବୟସ୍କ ଓକିଲଙ୍କୁ ଘରୁ ଭିଡିଓ କନ୍‌ଫରେନ୍ସ ସୁବିଧା

କଟକ ଅଫିସ୍‌,୮।୫: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ହାଇକୋର୍ଟ ଭିଡିିଓ କନଫରେନ୍ସ ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ହାଇକୋର୍ଟ ରେଜିଷ୍ଟ୍ରାର, ଆଡଭୋକେଟ୍‌...

ପାଞ୍ଚମାସ ପରେ ସିନେମା ହଲ୍‌ର ଦୃଶ୍ୟ ଥିଲା ଏଭଳି

ବେଜିଂ,୨୦।୭: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡି ସାରିଲାଣି। ଗତବର୍ଷ ଡିସେମ୍ବରରେ କରୋନା ପ୍ରଥମ କରି...

ଏହି ଉପାୟରେ କରନ୍ତୁ ଗଣେଶ ପୂଜା: ହେବ ଧନ ବର୍ଷା, ଚମକିବ ଭାଗ୍ୟ

ଆଗକୁ ଆସୁଛି ଗଣେଶ ପୂଜା। ବାପ୍ପାଙ୍କୁ ସ୍ବାଗତ କରିବା ପାଇଁ ସମସ୍ତେ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ କରୋନା ଯୋଗୁ ଏଥର ଗଣେଶ ପୂଜା...

ଅନୁଚ୍ଛେଦ ୩୭୦ ହଟିବା ପରେ ଚିନ୍ତାରେ ପାକିସ୍ତାନ

ଇସଲାମାବାଦ,୬।୮: ମୋଦି ସରକାର ସୋମବାର ଜମ୍ମୁ-କଶ୍ମୀରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ଏହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ପାକିସ୍ତାନ। କାରଣ ଅନୁଚ୍ଛେଦ ୩୭୦ ଆତଙ୍କବାଦ...

କରୋନା ମୁକାବିଲା ପ୍ରସ୍ତୁତି: ୨ ବର୍ଷ ପାଇଁ ମିଳିବନି ଏମ୍‌ପି ଫଣ୍ଡ୍‌

ନୂଆଦିଲ୍ଲୀ,୬।୪: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆସନ୍ତା ୨ ବର୍ଷ ପାଇଁ ଏମ୍‌ପି ଫଣ୍ଡ୍‌ ମିଳିବନି...

Coronavirus Update


Archives

Model This Week

Why Dharitri