ବଅଁରପାଳ ପୋଲିସ ଜାଲରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ: କାର୍‌, ଲୁଟ୍‌ ସାମଗ୍ରୀ ଜବତ

ଅନୁଗୋଳ ଅଫିସ, ୧୩।୧:  ଅନୁଗୋଳ ଜିଲା ବଅଁରପାଳ ପୋଲିସ ହାତରେ ଧରାପଡ଼ିଛନ୍ତି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟ। ସେମାନେ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲାର ଟାଟା ନୋନିଆ (୨୭), କୀର୍ତ୍ତନ ନୋନିଆ (୪୦), ଝାଡ଼ଖଣ୍ଡ ସାହେବ୍‌ଗଞ୍ଜ ଜିଲାର ଚନ୍ଦନ ମାଥୋ (୨୨)। ଅନ୍ୟ ଦୁଇଜଣ ନାବାଳକ। ସେମାନଙ୍କ ବୟସ ୧୨ ବର୍ଷ ମଧ୍ୟରେ ହେବ ବୋଲି ପୋଲିସ କହିଛି। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର୍‌, ୮ ମୋବାଇଲ, ଛୁରି, ୩୫ ହଜାର ଟଙ୍କା, ସୁନାମୁଦି ଜବତ କରାଯାଇଥିବା ଥାନାଧିକାରୀ ସୁନୀଲ କୁମାର କର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଜାନୁୟାରୀ ୧୦ ସନ୍ଧ୍ୟାରେ ତଳମୂଳ ଗ୍ରାମର ଚିତ୍ତରଞ୍ଜନ ଧଳବିଶୋଇ ମହୀଧରପୁର ଛକରୁ ଘରକୁ ଫେରୁଥିବାବେଳେ ତଳମୂଳ କଲେଜ ନିକଟରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗର ଶିକାର ହୋଇଥିଲେ। ଏ ନେଇ ଥାନାରେ ନଂ. ୧୧/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ଲୁଟେରା ଗ୍ୟାଙ୍ଗର କାର୍ଯ୍ୟକଳାପ ଉପରେ ନଜର ରଖିଥିଲା। ଏହାପରେ ସେମାନେ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଧିକ ତଥ୍ୟ ହାସଲ କରିବାକୁ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ଶିଶୁ, ପ୍ରସୂତିଙ୍କୁ ଅଣ୍ଡା ବଣ୍ଟନ

ଗଞ୍ଜାମ:୧୬,୪- ଲକ୍‌ଡାଉନ୍‌ କଟକଣା ପରେ ଗଞ୍ଜାମ ଜିଲାରେ ଶିଶୁ, ପ୍ରସୂତୀ ଓ ଗର୍ଭବତୀଙ୍କୁ ଅଣ୍ଡା ପ୍ରଦାନରେ ସମସ୍ୟା ଦେଖାଦେଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରତ୍ୟକ...

ନରସିଂହପୁରରେ ଦନ୍ତାକୁ ଗୁଳିମାଡ଼ ଘଟଣା: ହାଇକୋର୍ଟରେ ମାମଲା ରୁଜୁ

କଟକ ଅଫିସ,୯।୬: ନରସିଂହପୁରରେ ହାତୀକୁ ଗୁଳିମାଡ଼ ଘଟଣାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆଇନରେ ଶିକାରୀଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା ନ...

ବେଆଇନ ପାର୍କିଂ ଉଠାଇବା ସହ କ୍ଷତିପୂରଣ ଦାବିରେ ଉତ୍ତେଜିତ ଲୋକଙ୍କ ରାସ୍ତାରୋକୋ

ପାଟଣା,୨୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଦେଇ ଯାଇଥିବା ମୁମ୍ବାଇ କୋଲକତା-୪୯ ନମ୍ବର ଜାତୀୟ ରାଜପଥର ଟୋଲଗେଟ ନିକଟରେ ବୁଧବାର ଉତ୍ତେଜନା ଦେଖାଦେଇଛି।...

ଜୟନ୍ତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ଲାଗି ମନୋନୀତ

ବ୍ରହ୍ମପୁର ଅଫିସ,୩୦।୧୨:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ନିମନ୍ତେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଜୟନ୍ତ ମହାପାତ୍ରଙ୍କୁ ମନୋନୀତ କରାଯାଇଛି।...

ସ୍କୁଟିକୁ ଧକ୍କାଦେଇ ବସ୍‌ ଫେରାର: ୧ମୃତ,ଜଣେ ଗୁରୁତର

ରସୁଲପୁର,୨୩।୮(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ୧୬ନଂ. ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ବସ୍‌ ସ୍କୁଟିକୁ ଧକ୍କାଦେବାରୁ ଏଥିରେ ଜଣଙ୍କର ମୃତ୍ୟୁ...

ବିକୃତ ଗଣେଶ ମୂର୍ତ୍ତି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ହାଇକୋର୍ଟ

କଟକ ଅଫିସ,୨୯।୮: କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲାରେ ହାଇକୋର୍ଟ ସୋମବାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ତେବେ ବିକୃତ ମୂର୍ତ୍ତି ନିର୍ମାଣ...

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ଜିଲା ବୁଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୫)ଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅଭିଯୁକ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।...

‘ଆଉ କୋଭିଡ୍‌ ପରିସ୍ଥିତି ନ ଆସୁ’

ପୁରୀ ଅଫିସ,୨୬ା୧୨: ‘ନୂତନ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ଖୁସିର ବର୍ଷ ହେଉ। ଆଉ କୋଭିଡ୍‌ ପରିସ୍ଥିତି ନ ଆସୁ। ସାମଗ୍ରିକ ଭାବେ ସମସ୍ତଙ୍କର ଉନ୍ନତି ହେଉ।...

Advertisement
Archives

Model This Week