Posted inଖେଳ

ଫୋଗତ୍‌ଙ୍କ ନାମ ଖେଳରତ୍ନ ପାଇଁ ସୁପାରିସ ହେବ

ନୂଆଦିଲ୍ଲୀ, ୧ା୬ (ପି.ଟି.):ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜୟିନୀ ଭିନେଶ ଫୋଗତ୍‌ଙ୍କ ନାମ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଖେଳରତ୍ନ ପୁରସ୍କାର ଲାଗି ସୁପାରିସ କରାଯିବ। ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଆସିଷ୍ଟାଣ୍ଟ ସେକ୍ରେଟାରି ବିନୋଦ ତୋମାର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରିଓ ଅଲିମ୍ପିକ ବ୍ରୋଞ୍ଜ ବିଜୟିନୀ ସାକ୍ଷୀ ମଲିକ ପୂର୍ବରୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ଲାଭ କରିସାରିଥିଲେ ମଧ୍ୟ ଏଥର ଅର୍ଜୁନ ପୁରସ୍କାର ପାଇଁ ପ୍ରାର୍ଥୀ ହେବେ। ବର୍ତ୍ତମାନ ସ୍ଥଗିତ ରଖାଯାଇଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଭିନେଶ ହେଉଛନ୍ତି ଏକମାତ୍ର ଭାରତୀୟ ମହିଳା ରେସ୍‌ଲର। ସେ ଗତବର୍ଷ ମଧ୍ୟ ଖେଳରତ୍ନ ପୁରସ୍କାର ପାଇଁ ଆବେଦନ କରିଥିଲେ। ମାତ୍ର ତାଙ୍କୁ ପଛରେ ପକାଇ ବଜରଙ୍ଗ ପୁନିଆ ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ଜିତିଥିଲେ। ଭିନେଶ ଗତ ୩ ବର୍ଷ ହେଲା ସ୍ଥିର ପ୍ରଦର୍ଶନ କରି ଆସୁଛନ୍ତି। ଜାକର୍ତ୍ତାରେ ସେ ଏସିଆନ ଗେମ୍ସ ସ୍ବର୍ଣ୍ଣ ଜିତିଛନ୍ତି। ୨୦୧୯ରେ ନୁର୍‌ ସୁଲତାନଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ବ୍ରୋଞ୍ଜ ହାସଲ କରିଛନ୍ତି। ଚଳିତବର୍ଷ ପ୍ରଥମ ଭାଗରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ସେ ଏକ ବ୍ରୋଞ୍ଜ ଜିତିଥିଲେ। ତୋମାର କହିଛନ୍ତି, ଆମେ ସୋମବାର ଖେଳରତ୍ନ ପୁରସ୍କାର ପାଇଁ ଭିନେଶଙ୍କ ଦରଖାସ୍ତ ପଠାଇବୁ। ପୁରସ୍କାର ପାଇଁ ସେ ଅନ୍ୟତମ ପ୍ରମୁଖ ଦାବିଦାର। କିନ୍ତୁ ଅର୍ଜୁନ ପୁରସ୍କାର ପାଇଁ ଆବେଦନକାରୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଆମେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇପାରିନାହୁଁ। କେଉଁ ଆବେଦନକାରୀଙ୍କ ନାମ ସୁପାରିସ ହେବ ତାହା ଡବ୍ଲ୍ୟୁଏଫ୍‌ଆଇ ସଭାପତି ସ୍ଥିର କରିବେ। ଆମ ପାଖରେ ଜୁନ୍‌ ୩ ପର୍ଯ୍ୟନ୍ତ ସମୟ ରହିଛି। ହେଲେ ଅଧିକାଂଶଙ୍କ ନାମ ସୋମବାର ପଠାଇଦିଆଯିବ ବୋଲି ସେ କହିଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ସୂତ୍ରରୁ ପ୍ରକାଶ ସାକ୍ଷୀ ଏବେ ଫର୍ମ ଫେରିପାଇବାକୁ ସଂଘର୍ଷ ଜାରି ରଖିଥିଲେ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ଆବେଦନ କରିଛନ୍ତି। ସେ ୨୦୧୬ରେ ଜିମ୍ନାଷ୍ଟ ଦୀପା କର୍ମାକାର ଓ ଶୁଟର ଜିତୁ ରାୟଙ୍କ ସହିତ ଖେଳରତ୍ନ ପୁରସ୍କାର ଲାଭ କରିଥିଲେ। ନିକଟରେ ସେ ସ୍ବଳ୍ପ ବୟସ୍କା ରେସ୍‌ଲର ସୋନମ ମଲିକଙ୍କଠାରୁ ଦୁଇ ଥର ପରାଜିତ ହେବା ଦ୍ୱାରା ଏସିଆନ ଅଲିମ୍ପିକ କ୍ୱାଲିଫାୟର୍ସ ପାଇଁ ଯୋଗ୍ୟତା ହାସଲ କରିପାରି ନଥିଲେ। ଏଥର ଅର୍ଜୁନ ପୁରସ୍କାର ପାଇଁ ୨୦୧୯ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ରୌପ୍ୟ ହାସଲ କରିଥିବା ଦୀପକ ପୁନିଆ(୮୬କେଜି) ଓ ପ୍ରତିଭା ସମ୍ପନ୍ନ ରାହୁଲ ଆଓ୍ବାରେ (୬୧କେଜି, ଅଣ-ଅଲିମ୍ପିକ କାଟେଗୋରୀ) ଡବ୍ଲ୍ୟୁଏଫ୍‌ଆଇ୍‌ ଦରଖାସ୍ତ କରିଥିବାରୁ ଡବ୍ଲ୍ୟୁଏଫ୍‌ଆଇ ସାକ୍ଷୀଙ୍କ ନାମ ସୁପାରିସ କରୁଛି କି ନା ଲକ୍ଷ୍ୟ କରିବା କଥା। ରିଓ ଗେମ୍ସ ପୂର୍ବରୁ ସାକ୍ଷୀ କୌଣସି ଉଲ୍ଲେଖନୀୟ ସଫଳତା ହାସଲ କରି ନ ଥିଲେ। ତେଣୁ ତାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ପଠାଯାଇ ନ ଥିଲା। ମାତ୍ର ସେ ରିଓରେ ଏକ ବ୍ରୋଞ୍ଜ ଜିତିବାରୁ ସେ ସମୟରେ ସିଧାସଳଖ ଖେଳରତ୍ନ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ବିପକ୍ଷ ଦିନିକିଆ ସିରିଜ: ଅଷ୍ଟ୍ରେଲିଆ ଦଳରେ ଲାବୁସାନେ ସାମିଲ

ମେଲବୋର୍ନ, ୧୭।୧୨ (ପି.ଟି.)- ଆସନ୍ତା ମାସରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସି ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏହି...

ପ୍ରଥମ ଇଂଲଣ୍ଡ ବୋଲର ଭାବେ ଏହି କିର୍ତ୍ତୀମାନ ହାସଲ କଲେ ଡେଭିଡ୍‌ ଓ୍ବିଲି

ସାଉଥାମ୍ପଟନ୍‌, ୩୧।୭: ମହାମାରୀ କରୋନା ଭାଇରସ୍‌ ପରବର୍ତ୍ତୀ ପ୍ରଥମ ଦିନିକିଆ ସିରିଜ ଘରୋଇ ଇଂଲଣ୍ଡ ଓ ପଡ଼ୋଶୀ ଆୟର୍ଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି। ଗୁରୁବାର ରାତିରେ...

ମାର୍କଣ୍ଡେଙ୍କୁ ଛାଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ,୩୧।୭(ପିଟି)- ସର୍ବାଧିକ ୪ ଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ୍ବେଷ୍ଟଇଣ୍ଡିଆନ କ୍ରିକେଟର ଶେର୍ଫାନେ ରଦରଫୋର୍ଡଙ୍କ ଲାଗି ଲେଗ୍‌ ସ୍ପିନର...

ୟୁଏସ୍‌ ଓପନ: ଗ୍ରାଣ୍ଡସ୍ଲାମ ଟେନିସରେ ନାଗାଲଙ୍କ ଚମକ

ନ୍ୟୁୟର୍କ, ୩।୯(ପି.ଟି.)- ଦୀର୍ଘ ୭ ବର୍ଷ ବ୍ୟବଧାନରେ ପ୍ରଥମ ଭାରତୀୟ ଭାବେ ସୁମିତ ନାଗାଲ କୌଣସି ଏକ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ...

ଚେସାବ୍ଲ ମାଷ୍ଟର୍ସ: କାର୍ଲସେନ ଚାମ୍ପିୟନ

ଓସ୍‌ଲୋ, ୭।୭: ରୁଷିଆ ଜନ୍ମିତ ଡଚ୍‌ ଚେସ୍‌ ତାରକା ଆନିଶ୍‌ ଗିରିଙ୍କୁ ଫାଇନାଲରେ ହରାଇ ବିଶ୍ୱ ଚାମ୍ପିୟନ ମ୍ୟାଗ୍ନ କାର୍ଲସେନ ଅନ୍‌ଲାଇନ୍‌ ଚେସାବ୍ଲ ମାଷ୍ଟର୍ସ ଚେସ୍‌...

ନିରପେକ୍ଷ ଭେନ୍ୟୁ ପ୍ରସ୍ତାବକୁ ପିସିବିର ଆଗ୍ରାହ୍ୟ

ଲାହୋର,୧୩।୯: ଶ୍ରୀଲଙ୍କା ଦଳର ସୀମିତ ଓଭର କ୍ରିକେଟ ସିରିଜ୍‌ ପାଇଁ ପାକିସ୍ତାନ ଗସ୍ତ ନେଇ ଅନିଶ୍ଚିତତା ଜାରି ରହିଛି। ଏହି ସିରିଜ୍‌କୁ କୌଣସି ନିରପେକ୍ଷ ଭେନ୍ୟୁରେ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳରେ ଜୈସ୍ବାଲ, ବିଷ୍ଣୋଇ, ତ୍ୟାଗୀ

ଦୁବାଇ, ୧୧ା୨ (ପି.ଟି.)-ସୋମବାର ଘୋଷଣା କରାଯାଇଥିବା ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳରେ ୩ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ବାମହାତୀ...

ଷ୍ଟୋଇନିସଙ୍କ ବିବିଏଲ୍‌ ରେକର୍ଡ

ମେଲବୋର୍ନ, ୧୩।୧ (ପି.ଟି.)-ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାର୍କସ ଷ୍ଟୋଇନିସ ସଂଗ୍ରହ କରିଛନ୍ତି। ମେଲବୋର୍ନ...

Advertisement

BGU

Archives

Model This Week

Why Dharitri