Posted inଜାତୀୟ

ଫେସ୍‌ବୁକ୍‌ ବନ୍ଧୁତା ମହଙ୍ଗା ପଡ଼ିଲା: ଯବାନଙ୍କଠାରୁ ଦେଶର ଗୁପ୍ତ ତଥ୍ୟ ସଂଗ୍ରହ କରିନେଲେ ମହିଳା

ପାଟନା,୨୩।୧୦: ବିହାର ଦାନାପୁରରେ ଜଣେ ଯବାନଙ୍କଠାରୁ ଦେଶର ବହୁ ଗୁପ୍ତ ତଥ୍ୟ ଜଣେ ମହିଳା ସଂଗ୍ରହ କରିନେଇଛନ୍ତି। ଦାନାପୁରରେ ମୁତୟନ ଥିବା ଯବାନ୍‌ ସୁରଜିତ୍‌ ସିଂ ଝାଡ଼ଖଣ୍ଡର ଜଣେ ମହିଳାଙ୍କ ସହିତ ଫେସ୍‌ବୁକ୍‌ରେ ବନ୍ଧୁତା କରିଥିଲେ। ଚାଟିଂରୁ ଫୋନ୍‌ ଏବଂ ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ମହିଳା ଜଣକ ଚାଲାକି କରି ଦେଶର ବହୁ ଗୁପ୍ତ ତଥ୍ୟ ସମ୍ପର୍କରେ ଯବାନକୁ ପଚାରି ଥିଲେ। ଯବାନ ଜଣଙ୍କ ମହିଳାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିଲେ। ତେବେ ମହିଳା ଜଣକଙ୍କ ବ୍ୟବହାରରେ କିଛି ଅସ୍ବାଭାବିକତା ଲକ୍ଷ କରି ଯବାନ ଜଣକ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘଟଣାର ଯାଞ୍ଚ୍‌ ଆରମ୍ଭ ହୋଇଛି। ଆର୍ମି ଇଣ୍ଟେଲଜେନ୍ସ ଟିମ୍‌ ପକ୍ଷରୁ ଅଭିଯୁକ୍ତ ଯବାନଙ୍କୁ ପଚରାଉଚରା କରାଯାଉଛି। ତାଙ୍କ ବିରୋଧରେ କୋର୍ଟ ଅଫ୍‌ ଇନକ୍ୱାରୀ ଅଣାଯାଇଛି। ମହିଳା ଜଣଙ୍କ ଚାଲାକି କରି ସୁରଜିତ୍‌ଙ୍କ ଠାରୁ ବିଭିନ୍ନ ଗୁପ୍ତ ତଥ୍ୟ ସମ୍ପର୍କରେ ପଚାରି ହାସଲ କରିଥିବା କୁହାଯାଉଛି। ମହିଳା ଜଣଙ୍କ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ଯୋଗାଯୋଗରେ ରହିଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ନିଙ୍କ ପରେ ମୁଖ୍ୟମନ୍ତ୍ରୀ କିଏ

ନୂଆଦିଲ୍ଲୀ,୨୦।୯: ପଞ୍ଜାବରେ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ହେବେ ଏବେଠୁ ଚର୍ଚ୍ଚା ଜୋର୍‌ ଧରିଲାଣି। ଏନେଇ କଂଗ୍ରେସର ଉତ୍ତର ମଧ୍ୟ ଆସିଛି।...

ରାଜସ୍ଥାନରେ ଆଲି ବାବା ଚାଳିଶ ଚୋରଙ୍କ ସରକାର: ବସୁନ୍ଧରା ରାଜେ…

ଜୟପୁର,୧୩।୫ : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଶନିବାର ପ୍ରତାପଗଡର ହୋରି ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଦୁଇଟି...

ସୀମାରେ ବଳ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ, ୨୧।୧୧: ଲଦାଖକୁ ବିଶ୍ୱ ନଜରରେ ରଖି ଚାଇନା ଗୋପନରେ କେନ୍ଦ୍ରୀୟ, ସିକିମ୍‌ ଓ ପୂର୍ବ ସେକ୍ଟରରେ ବୃହତ୍‌ ସାମରିକ ଭିତ୍ତିଭୂମିର ବିକାଶ କରିବା ସହିତ...

ଭାଜପା ଏମ୍‌ପିଙ୍କ ପୁଅ ଅନଲାଇନରେ ମୋବାଇଲ୍‌ ମଗାଇଲେ, ଆସିଲା ପଥର

ମାଲଦା,୩୦।୧୦: ଅନଲାଇନ ଶପିଂ ଭାରତରେ ଧୀରେ ଧୀରେ ଲୋକପ୍ରିୟତା ଅର୍ଜନ କରିଛି। ଉତ୍ସବ ଦିନରେ କମ୍ପାନୀଗୁଡିକ ଲୋକଙ୍କୁ ଲୋଭନୀୟ ଅଫର୍‌ ଦେଇ ନିଜ ଆଡକୁ ଆକୃଷ୍ଟ...

ନ୍ୟାୟ ପାଇଁ ନୁହେଁ ରାଜନୀତି କରିବାକୁ ହାଥରସ ଯାଉଛନ୍ତି ରାହୁଲ: ଇରାନି

ନୂଆଦିଲ୍ଲୀ,୩ ।୧୦: ଉତ୍ତର ପ୍ରଦେଶ ହାଥରସ ବଳାତ୍କାର ମାମଲାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । ଗୋଟିଏ ପଟେ ପୀଡ଼ିତାଙ୍କ ପରିବାର ଭିନ୍ନ ଭିନ୍ନ...

ଭୁଶୁଡ଼ିଲା ଫୁଟ୍‌ ଓଭରବ୍ରିଜ: ଜଣେ ମୃତ, ୧୪ ଯାତ୍ରୀ ଆହତ

ନାଗପୁର,୨୭।୧୧: ମହାରାଷ୍ଟ୍ର କେନ୍ଦ୍ରୀୟ ରେଲଓ୍ବେ ନାଗପୁର ଡିଭିଜନ ଅଧୀନ ବଲ୍ଲାରଶାହ ଷ୍ଟେଶନରେ ରବିବାର ଏକ ଅଘଟଣ ଘଟିଛି। ଏକ ଫୁଟ୍‌ ଓଭରବ୍ରିଜ୍‌ର କିଛି ଅଂଶ ଭୁଶୁଡ଼ି...

ବିଚାରପତି ସମ୍ରାଟ ନୁହନ୍ତି

ନୂଆଦିଲ୍ଲୀ, ୧୧।୭(ଆଇଏଏନ୍‌ଏସ୍‌): ସରକାରୀ ଅଧିକାରୀମାନଙ୍କୁ ଅଯଥା ବାରମ୍ବାର ଅଦାଲତକୁ ଡକାଯାଉଥିବାରୁ ଏଥିରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଚାରପତିମାନେ ସେମାନଙ୍କ କ୍ଷମତାର ସୀମା ଜାଣିବା ଆବଶ୍ୟକ।...

କରୋନା ସଙ୍କଟ ସମୟରେ ବଢିଛି ଆତ୍ମହତ୍ୟା ମାମଲା: ରାମଗୋପଳ ଯାଦବ

ନୂଆଦିଲ୍ଲୀ,୧୫ ।୯: କରୋନା ଭାଇରସ ସଂକ୍ରମଣ ବିଶ୍ୱରେ ଅନେକ କ୍ଷତି ଘଟାଇଛି । ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାମଗୋପାଳ ଯାଦବ କହିଛନ୍ତି କରୋନା...

Advertisement
Archives

Model This Week