ଫେରିଆସିଲେ ସ୍ବାଗତ କରିବୁ: ପ୍ରିନ୍ସ ହ୍ୟାରିଙ୍କୁ ମହାରାଣୀ କହିଲେ

ଲଣ୍ଡନ,୪ା୩: ତୁମେ ଯେତେବେଳେ ବି ଫେରିଆସିବ ଆମେ ତୁମକୁ ସ୍ବାଗତ କରିବୁ। ରାଜକୀୟ ଉତ୍ତରଦାୟିତ୍ୱରୁ ଦୂରେଇ ଯାଇଥିବା ବ୍ରିଟେନର ମହାନ ରାଜବଂଶର ଅନ୍ୟତମ ଦାୟାଦ ପ୍ରିନ୍ସ ହ୍ୟାରିଙ୍କୁ ଏହା କହିଛନ୍ତି ସମ୍ରାଜ୍ଞୀ ଏଲିଜାବେଥ୍‌ ଦ୍ୱିତୀୟ। ସତେ ଯେମିତି ନିଜ ନାତି ହ୍ୟାରି ଓ ନାତୁଣୀ ବୋହୂ ମେଘାନ ମର୍କେଲଙ୍କୁ ଝୁରୁଛନ୍ତି ମହାରାଣୀ। ମଙ୍ଗଳବାର ସୋସିଆଲ ମିଡିଆ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ଟ୍ରେଣ୍ଡିଂ କରିଛି।
ଖବରକାଗଜ ‘ମେଟ୍ରୋ’ର ଏକ ଆଲେଖ୍ୟ ଅନୁସାରେ ଓ୍ବିଣ୍ଡସୋର କ୍ୟାଶେଲରେ ରବିବାର ନାତି ସହ ଏକାଠି ବସିଥିଲେ ମହାରାଣୀ। ଆସନ୍ତା ସପ୍ତାହରେ ମେଘାନଙ୍କ ଶେଷ ଆନୁଷ୍ଠାନିକ ରାୟଲ ଏନ୍‌ଗେଜ୍‌ମେଣ୍ଟ ହେବାକୁ ଥିବାବେଳେ ଏହା ପୂର୍ବରୁ ମହାରାଣୀ ଏଲିଜାବେଥ ବିଚ୍ଛେଦଜନିତ କ୍ଷତ ଉପଶମ କରିବା ପାଇଁ ନାତିଙ୍କ ସହ ୪ ଘଣ୍ଟା ଧରି ଆଲୋଚନା କରିଥିଲେ। ୩୫ ବର୍ଷୀୟ ନାତିଙ୍କୁ ୯୩ ବର୍ଷୀୟା ଜେଜେମା’ କହିଥିଲେ, ହ୍ୟାରି ତୁମେ ଯେତେବେଳେ ଚାହିଁବ ଫେରିଆସି ପାରିବ। ତୁମେ ପ୍ରତ୍ୟାବର୍ତ୍ତନ କଲେ ଆମେ ସହୃଦୟେ ସ୍ବାଗତ କରିବୁ। ସେହି ସମୟରେ ବୈଠକରେ ଦୁହିଁଙ୍କ ଛଡ଼ା ଆଉ କେହି ନ ଥିଲେ ବୋଲି ‘ଦି ସନ୍‌’ ଏକ ରିପୋର୍ଟରେ ଉଲ୍ଲେଖ କରିଛି। ଏହା ପୂର୍ବରୁ ହୋଇଥିବା ସଣ୍ଡରିଂହାମ ସମିଟରେ ସାକ୍ଷାତ ବେଳର କଥୋପକଥନରୁ ସହଜ ମନେହେଉଥିଲେ ଉଭୟେ। ହ୍ୟାରି ଏହି ଲଞ୍ଚ ମିଟିଙ୍ଗ ପାଇଁ ଅନୁରୋଧ କରିଥିଲେ। ହ୍ୟାରି ଓ ମେଘାନଙ୍କ ବ୍ରିଟେନସ୍ଥିତ ବାସଭବନ ଫ୍ରଗମୋର୍‌ଠାରୁ ପ୍ରାୟ ଦୁଇ ମାଇଲ ପଥ ଚାଲି ଚାଲି ଅତିକ୍ରମ କରିଥିଲେ। ପ୍ରକାଶ ଯେ, ଗତମାସରେ ରାଜ ଦମ୍ପତି ଡ୍ୟୁକ୍‌ ଆଣ୍ଡ ଡଚେସ୍‌ ହଠାତ୍‌ ରାଜକୀୟ ଉତ୍ତରଦାୟିତ୍ୱରୁ ମୁକ୍ତ ହୋଇ ବ୍ୟବସାୟରେ ମନୋନିବେଶ କରିବା ପାଇଁ ସ୍ଥିର କରିଥିଲେ। ଏହି ନିଷ୍ପତ୍ତିର ଘୋଷଣା ବିଶ୍ୱକୁ ଚକିତ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାରତକୁ ପ୍ରଶଂସା କଲେ ଇମ୍ରାନ: କହିଲେ,କାହା ଆଗରେ ନଇଁପଡେ ନାହିଁ ଭାରତ

ଇସଲାମାବାଦ,୧୪।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ସ୍ବାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ଲାହୋରରେ ଆୟୋଜିତ ଏକ ରାଲିରେ ଭାରତର ବୈଦେଶିକ...

ଶିକାଗୋ ପରେଡ୍‌ରେ ଗୁଳିକାଣ୍ଡ: ଶୁଟରଙ୍କୁ ଗିରଫ କଲା ପୋଲିସ

ଓ୍ବାଶିଂଟନ,୫।୭: ଆମେରିକା ସ୍ବାଧୀନତା ଦିବସ ଅବସରରେ ଶିକାଗୋର ହାଇଲାଣ୍ଡ ପାର୍କରେ ଚାଲିଥିବା ପରେଡ୍‌ରେ ଗୁଳିକାଣ୍ଡ ଘଟାଇଥିବା ଶୁଟରଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ...

ମହାମାରୀ ମାଡ: ମାତ୍ର ଗୋଟିଏ ଡଲାରରେ ବିକ୍ରି ହେବ ଗଣମାଧ୍ୟମ ସଂସ୍ଥା

ଓ୍ବିଲିଙ୍ଗଟନ,୨୬।୫: କରୋନା ଭାଇରସ ସଂକ୍ରମଣର ପ୍ରଭାବ ସବୁଠି ପଡିଥିବା ଲକ୍ଷ୍ୟ କରାଯାଇଛି। ଗଣମାଧ୍ୟମ ସଂସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଏବେ ନ୍ୟୁଜିଲାଣ୍ଡର ଏକ ଗଣମାଧ୍ୟମ...

ବିମାନରୁ ଖସିଗଲା ଆଇଫୋନ, କ୍ୟାମେରାରେ ହେଲା ରେକର୍ଡ

ରିଓ ଡି’ ଜେନେରିଓ, ୧୬ା୧୨- ନିଜ ସ୍ମାର୍ଟଫୋନ କେହି ଫୋପାଡିବାକୁ ଚାହାଁନ୍ତି ନାହିଁ। କିନ୍ତୁ ଟିକେ ଚିନ୍ତା କରନ୍ତୁ ବିମାନରୁ ସ୍ମାର୍ଟଫୋନ ପକାଇପାରିବେ। ଏଭଳି କିଛି...

ମହିଳା ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ଚିକେନ ନଗେଟ୍‌ : ପ୍ୟାକେଟରେ ଥିଲା ଏମିତି କିଛି…

ଯଦି ଅନ୍‌ଲାଇନ୍ରେ‌ କିଛି ଖାଇବା ଅର୍ଡର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଲିଡ୍‌ସ୍‌, ଇଂଲଣ୍ଡର ଲିଲି ଡେଣ୍ଟନ ନାମକ ମହିଳା ଅନ୍‌ଲାଇରେ ଏକ ସାଇଡ୍‌ରୁ...

୯/୧୧ରେ ସରକାର ଗଠନ କରିପାରେ ତାଲିବାନ୍‌…

କାବୁଲ,୭।୯: ତାଲିବାନ୍‌ ଆଫଗାନିସ୍ତାନରେ ଏକ ନୂତନ ସରକାର ଗଠନ ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ସରକାରୀ ଗଠନକୁ ନେଇ ନିରନ୍ତର ବୈଠକ ଜାରି ରହିଛିି।...

ମଝି ଆକାଶରେ ଦୁଇ ବିମାନ ହେଲେ ନିକଟତର, ଭାଙ୍ଗିଲା ଝରକା

ଲଣ୍ଡନ,୩୦ା୧୨: ଆକାଶରେ ପ୍ରାୟ ୩୫୦୦୦ ଫୁଟ ଉଚ୍ଚରେ ଉଡୁଥିବା ଏକ ବିମାନ ସହ ଆଉ ଏକ ବିମାନ ଅତି ନକଟତର ହୋଇଯାଇଥିଲା। ଫଳରେ ୨୦୦ ଯାତ୍ରୀ...

କରୋନା ସଂକ୍ରମଣ: ଲିଭର ଖରାପ ହେବାରୁ କଳା ପଡ଼ିଗଲା ୨ ଡାକ୍ତରଙ୍କ ତ୍ୱଚା ରଙ୍ଗ

ବେଜିଂ,୨୨।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଉଦ୍ୟମ ମଧ୍ୟ ଅବ୍ୟାହତ ରହିଛି। କରୋନା ସଂକ୍ରମଣ ଯୋଗୁ...

Advertisement
Archives

Model This Week