ଫୁଲନଖରା ନକଲି ତେଲ କାରଖାନା ଉପରେ ଚଢ଼ାଉ: ମେଶିନ ସହ ବିଭିନ୍ନ ସାମଗ୍ରୀ ଜବତ

ଫୁଲନଖରା,୨୮।୮(ଡି.ଏନ୍‌.ଏ.): କଟକ ସଦର ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ଫୁଲନଖରା ନିକଟ ବମ୍ଫକୁଦଠାରେ ଚାଲିଥିବା ନକଲି ଖାଇବାତେଲ କାରଖାନା ଉପରେ ବୁଧବାର ସକାଳେ ପୋଲିସ ଚଢ଼ାଉ କରିଛି। ଏଥିରେ ୧୦ ହଜାର ଅପମିଶ୍ରିିତ ତେଲ ଟିଣ, ମେଶିନ, ଖାଲି ବୋତଲ, ଲୋଗୋ ଜବତ କରାଯାଇଛି। ପୋଲିସ କାରଖାନା ମାଲିକ କଟକ ଖାନ୍‌ନଗରସ୍ଥିତ ଜଗନ୍ନାଥ ସାହୁ ଓରଫ ନଗୁନିଙ୍କ ସହ କେତେକ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ସୂଚନାଯୋଗ୍ୟ, ଦୀର୍ଘ ୨୦ ବର୍ଷ ଧରି ଚାଲିଆସୁଥିବା ଏହି କାରଖାନାକୁ କଲିକତା ହଳଦିଆରୁ କଞ୍ଚାମାଲ ଆସୁଥିଲା। ପରେ ଏହାକୁ ଖୁସିଗୋଲ୍ଡ, ଡାଲ୍‌ଡା, ପାଓ୍ବାର ଆଦି ନାମରେ ଅପମିଶ୍ରିତ କରାଯାଇ କଟକ ମାଲ୍‌ଗୋଦାମ, କେନ୍ଦ୍ରାପଡ଼ା, ଫଟ୍ଟାମୁଣ୍ଡାଇ, ଯାଜପୁର, ମଙ୍ଗଳପୁର ବିକ୍ରି ପାଇଁ ଯାଉଥିଲା। ମଙ୍ଗଳବାର ଏହି ତେଲ ନକଲି ବୋଲି ଜାଣି ଜଣେ ବ୍ୟବସାୟୀ ମାଲ୍‌ଗୋଦାମ ଥାନାରେ ଖବର ଦେଇଥିଲେ। ପରେ ମାଲ୍‌ଗୋଦାମ ପୋଲିସ କଟକ ସଦର ଥାନାକୁ ଜଣାଇଥିଲା। ଉଭୟ ଥାନାର ୨ ଅଧିକାରୀ ମଙ୍ଗଳବାର ରାତିରେ କାରଖାନା ଠାବ କରିଥିବା ବେଳେ ବୁଧବାର ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ୪ନଂ. ଜୋନ୍‌ ଏସିପି ସତ୍ୟରଞ୍ଜନ ମଲ୍ଲିକ, କଟକ ସଦର ଆଇଆଇସି ସୁଧାଂଶୁ ଭୂଷଣ ଜେନା, ଏସ୍‌ଆଇ ବବିତା ସାହୁ ଓ ଏଏସ୍‌ଆଇ ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ଜମିରେ ବେଆଇନ ପଥର ଖାଦାନ: ଚଢ଼ାଉବେଳେ ଅଧିକାରୀଙ୍କୁ ଆକ୍ରମଣ, ଜାଣିଶୁଣି ମାମଲା ଦାୟର କଲେନି ଅଧିକାରୀ

ଯାଜପୁର ଅଫିସ/ଜେନାପୁର(ଡି.ଏନ୍‌.ଏ.),୧୧।୮- ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ବିଛାଖଣ୍ଡି ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନ ଉପରେ ଚଢ଼ାଉ ସମୟରେ ଶନିବାର ଏକ...

କାର୍ଯ୍ୟକ୍ଷମ ହେଉନି କ୍ଲଷ୍ଟର ସାଲୋ ପଏଣ୍ଟ

ବନ୍ତ,୨୭।୨(ଡି.ଏନ.ଏ.)  ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ଥିବା କ୍ଲଷ୍ଟର ସାଲୋ ପଏଣ୍ଟ କାର୍ଯ୍ୟକ୍ଷମ ହେଉନାହିଁ। ଫଳରେ ୨୫ ହେକ୍ଟର ଜମିରେ...

ଚିଲିକାରେ ଚାଲିବ ହାଉସ ବୋଟ୍‌ ‘ଗରୁଡ଼’

ବାଲୁଗଁା,୨୮ା୫(ଡି.ଏନ୍‌.ଏ.): ଚିଲିକାରେ ପର୍ଯ୍ୟଟକଙ୍କ ପାଇଁ ଜୁନ୍‌ ପହିଲାରୁ ଚାଲିବ ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ ହାଉସ୍‌ ବୋଟ୍‌ ‘ଗରୁଡ଼’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାର...

ରାସ୍ତା ପାର ହେଉଥିବା ବେଳେ ଚାଲିଗଲା କବି, ନାଟ୍ୟ ନିର୍ଦ୍ଦେଶକଙ୍କ ଜୀବନ

ଚଣ୍ଡିଖୋଲ,୧୪।୨(ଡି.ଏନ୍‌.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ସ୍କୁଟି ପଛରୁ ଟ୍ରକ୍‌ ଧକ୍କା...

ଅତିଥିଙ୍କୁ ମିଳୁନି ଆତିଥ୍ୟ

ବଇଣ୍ଡା, ୧୭ା୧୧(ପରିକ୍ଷିତ ସାହୁ) ନେତା, ମନ୍ତ୍ରୀ, ସରକାରୀ ଅଧିକାରୀ, ପର୍ଯ୍ୟଟକ ଏବଂ ଅନ୍ୟ ଅତିଥିଙ୍କୁ ସରକାରୀ ଆତିଥ୍ୟ ପ୍ରଦାନ ପାଇଁ ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗର...

ପ୍ରାଚୀନ ବୌଦ୍ଧଯୁଗୀୟ ବୋଧିସତ୍ତ୍ୱ ମୂର୍ତ୍ତି ଉଦ୍ଧାର

ଚଣ୍ଡିଖୋଲ,୧୩ା୫(ଡି.ଏନ୍‌.ଏ.): ଏବେବି ମାଟିତଳେ ଅନେକ ପ୍ରାଚୀନ କୀର୍ତ୍ତିରାଜି ପୋତି ହୋଇ ରହିଛି। ବିଭିନ୍ନ ସମୟରେ ଖନନ କରାଯିବା ହେତୁ ଏହାର ସନ୍ଧାନ ମିଳୁଛି। ଗୁରୁବାର ଯାଜପୁର...

ଆଲର୍ଟରେ ରାଜ୍ୟର ୧୮ ମେରାଇନ ଥାନା

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରବାସୀଙ୍କୁ ନେଇ ଚିନ୍ତା ବଢିଛି। ରାଜ୍ୟ ସରକାର ଆନ୍ତଃ ଜିଲା ଯାତାୟାତ ଉପରେ କଟକଣା...

କେଶରିଗୁଡ଼ା ରାସ୍ତା ପାଲଟିଛି ମରଣଯନ୍ତା

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.):  ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ କରିବା ପାଇଁ ବିଭିନ୍ନ ଯୋଜନା କରି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି, ହେଲେ ତାହା ଜନସାଧାରଣଙ୍କ କାମରେ ନ ଲାଗି...

Advertisement
Archives

Model This Week