ଫୁଲଚାଷ କରି ସ୍ବାବଲମ୍ବୀ ହେଉଛନ୍ତି ଗଞ୍ଜାମ ମହିଳା

ସନ୍ତୋଷ ପାଢୀ ଛତ୍ରପୁର,୨୦ା୩(ଡି.ଏନ୍‌.ଏ.) – ମହିଳା ସବୁ କ୍ଷେତ୍ରରେ ଆଗକୁ ଯାଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଲାଗିଛନ୍ତି।  ଏପରିକି ପୁରୁଷଙ୍କୁ ମଧ୍ୟ କେତେକ କ୍ଷେତ୍ରରେ ପଛରେ ପକାଇ ଚର୍ଚ୍ଚାକୁ ଆସୁଛନ୍ତି। ଗଁ।ରେ ଥିବା ମହିଳାମାନେ ସଂଘ କରି ଏବେ ବିଭିନ୍ନ କ୍ଷେତ୍ରରେ ଜୀବିକା ଅର୍ଜନ କରୁଛନ୍ତିି। ରାଜ୍ୟରେ ଗଞ୍ଜାମ ଜିଲାର ମହିଳା ସଂଘ ଏକ ସ୍ବତନ୍ତ୍ର ପରିଚୟ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ରାଜ୍ୟଠାରୁ ଆରମ୍ଭ କରି ଜାତୀୟସ୍ତରରେ ଜିଲାର ମହିଳା ସଂଘ ଗୁଡିକ ପୁରସ୍କୃତ ଓ ସମ୍ମାନିତ ହେବାରେ ଲାଗିଛନ୍ତି। ଜାତୀୟ ଜୀବିକା ମିଶନ ଓ ଓଡିଶା ଜୀବିକା ମିଶନ ଏମାନଙ୍କୁ ଶକ୍ତିଶାଳୀ କରିବାରେ ସହାୟତା ଦେଇ ଆସୁଛନ୍ତି। ଏବେ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁରରୁ କିଛି ଦୂରରେ ଥିବା ଭିକାରିପଲ୍ଲୀ ପଞ୍ଚାୟତ ନୂଆପଲ୍ଲୀ, ଜଗତପଲ୍ଲୀ ଓ କେଉଟପଲ୍ଲୀର ମହିଳା ସଂଘଗୁଡିକ ଏବେ କେବଳ ରାଜ୍ୟ କିମ୍ବା ଦେଶ ନୁହେଁ ବାହାର ଦେଶରେ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି। ଉକ୍ତ ଗଁାର ମହିଳା ସଂଘଗୁଡିକ ଫୁଲ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତିି। ଗୋଲାପ ଫୁଲଠାରୁ ଆରମ୍ଭ କରି ଜାରବେରା ଓ ଅର୍କିଡ୍‌ ଭଳି ଦାମୀ ଫୁଲ ଚାଷ କରୁଛନ୍ତି। ଏହି ଫୁଲ ଚାଷକୁ ଦେଖିବା ପାଇଁ ରାଜ୍ୟ ତଥା ବାହାରର ପ୍ରତିନିଧି ଦଳ, କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ ଓ ବିଶ୍ୱସ୍ତରୀୟ ପ୍ରତିନିଧି ଦଳ ଏଠାକୁ ଆସି ଏହାର ପରିଦର୍ଶନ କରିଛନ୍ତି। ଗଲାବେଳେ ଉକ୍ତ ମହିଳା ସଂଘର ଏହି କାର୍ଯ୍ୟକୁ ନେଇ ପ୍ରଶଂସା କରିବାକୁ କେହି ଭୁଲିନାହାନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଟୁଇଟ୍‌ କରି ଏହାକୁ ପ୍ରଶଂସା କରିଛନ୍ତି। ଓଡିଶା ଜୀବୀକା ମିଶନ ପକ୍ଷରୁ ଉକ୍ତ ମହିଳା ସଂଘକୁ ଫୁଲ ଚାଷ କରିବାକୁ ପ୍ରୋତ୍ସାହନ ଦେବା ସହ ବ୍ୟାଙ୍କ ଋଣ ଓ ସବ୍‌ସିଡି ଯୋଗାଇବାରେ ସହାୟତା କରାଯାଇଥିବା ବିପିଏମ୍‌ ମାନିନୀ ଜେନା କହିଛନ୍ତି। ଭିକାରିପଲ୍ଲୀ ପଞ୍ଚାୟତ ନୂଆପଲ୍ଲୀର ମା’ ଗ୍ରାମଦେବତୀ ମହିଳା ସଂଘରେ ୧୦ ସଦସ୍ୟା ଅଛନ୍ତି। ୪୦୦ ବର୍ଗମିଟରରେ ଗୋଲାପ ଚାଷ କରିଛନ୍ତି। ୪ ଲକ୍ଷ ୪ ହଜାର ୨୬୦ ଟଙ୍କା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି। ସେଥିରୁ ୨ ଲକ୍ଷ ୯ ହଜାର ୨୮୦ ଟଙ୍କା ସବ୍‌ସିଡି ମିଳିଛି। ଆନ୍ଧ୍ର ବ୍ୟାଙ୍କରୁ ଏହି ଗୋଲାପ ଫୁଲ ଚାଷ ପାଇଁ ୧ ଲକ୍ଷ ଟଙ୍କା ଋଣ ମିଳିଥିବା ସୂଚନା ମିଳିଛି। ସେହିପରି ନୂଆପଲ୍ଲୀର ମା’ ବାଳକୁମାରୀ ମହିଳା ସଂଘ ଓ ମା’ ଭୌରବୀ ମହିଳା ସଂଘ ମଧ୍ୟ ପୃଥକ୍‌ ଭାବେ ଜାରବେରା ଫୁଲ ଚାଷ କରିଛନ୍ତିି। ପ୍ରତି ପ୍ରକଳ୍ପ ପାଇଁ ୨ ଲକ୍ଷ ୩୮ ହଜାର ୯୮୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୦ ବର୍ଗ ମିଟର ଅଞ୍ଚଳରେ ଏହା କରାଯାଇଛି। ପ୍ରତି ପ୍ରକଳ୍ପ ପାଇଁ ୧ ଲକ୍ଷ ୩୦ ଜହାର ୪୦୦ ଟଙ୍କା ସବ୍‌ସିଡି ମିଳିଥିବା ବେଳେ ୨ ଟି ସଂଘକୁ ୧ ଲକ୍ଷ ଟଙ୍କା ଲେଖାଏ ବ୍ୟାଙ୍କ ଋଣ ମିଳିଛି। ପ୍ରତି ସଂଘରେ ୧୦ ଜଣ ସଦସ୍ୟା ରହିଛନ୍ତି। ଏହି ପଞ୍ଚାୟତ ଅଧିନ ଜଗତପଲୀର ମା’ ସିଂହାସନୀ ମହିଳା ସଂଘରେ ୧୦ ସଦସ୍ୟା ଓ କେଉଟପଲ୍ଲୀର ଓମ୍‌ ସାଇବାବା ମହିଳା ସଂଘରେ ୭ ଜଣ ସଦସ୍ୟା ରହିଛନ୍ତି। ଉଭୟ ସଂଘ ପୃଥକ ଭାବେ ୨୦୦ ବର୍ଗ ମିଟର ଅଞ୍ଚଳରେ ଅର୍କିଡ୍‌ ଫୁଲ ଚାଷ କରୁଛନ୍ତି। ପ୍ରତି ପ୍ରକଳ୍ପ ପାଇଁ ୨ ଲକ୍ଷ ୭୯ ହଜାର ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରତି ସଂଘକୁ ୧ ଲକ୍ଷ ଟଙ୍କା ଲେଖାଏ ବ୍ୟାଙ୍କ ଋଣ ଓ ୧ ଲକ୍ଷ ୩୪ ହଜାର ଟଙ୍କା ସବ୍‌ସିଡି ମିଳିଛି। ଏମାନଙ୍କୁ ବିକ୍ରିବଟାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଫୁଲକୁ ସ୍ଥାନୀୟ ଓ ବାହାର ଅଞ୍ଚଳକୁ ପଠାଇ ମହିଳା ସଂଘଗୁଡିକ ଭଲ ରୋଜଗାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବଛର ହେଲା ମାନସିକ୍‌ ରୋଗ୍‌ରେ ପୀଡ଼ିତ:ବଁଦୀ ଜୀବନ୍‌ ବିତଉଛନ୍‌ ସୁଭଦ୍ରା

ସିନାପାଲି, ୧୬।୭ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡ଼ା ପଁଚେତ୍‌ କୋକପଦର ଗଁାର ନୀଳକଣ୍ଠ ହରିଜନକଁର ଝି’ ସୁଭଦ୍ରା ହରିଜନ(୩୫)। ଆଏଜ୍‌କେ ୧୫ ବଛର...

ସମଲେଇ ମନ୍ଦିର, ହୀରାକୁଦର ବିକାଶ ହେବ

ସମ୍ବଲପୁର,୨୨ା୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମା’ସମଲେଇଙ୍କ ଦର୍ଶନ କରିଛନ୍ତି। ନବବର୍ଷ ଉପଲକ୍ଷେ ସେ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଅବସରରେ ସେ...

ଅନାଥ ତ୍ରିଲୋଚନ ଏବେ ଅସହାୟ

ତେଲକୋଇ, ୨୨।୧୨(ଡି.ଏନ.ଏ.)-ତେଲକୋଇ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ବ୍ଲକ ଅଧ୍ୟକ୍ଷ ପଦବୀ ଆଦିବାସୀ ସଂରକ୍ଷିତ ହୋଇଥିଲେ ମଧ୍ୟ ଏହି ବ୍ଲକରେ ଆଦିବାସୀ ସବୁଠୁ ବେଶୀ...

ବିରୋଧୀଦଳ ନେତାଙ୍କ ବୋର୍ଡା ଅଞ୍ଚଳ ଗସ୍ତ

ଭବାନୀପାଟଣା,୨୧।୯(ଡି.ଏନ.ଏ.) ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ବୋର୍ଡା ଅଞ୍ଚଳ ଗସ୍ତ କରିଛନ୍ତି। ସେ ଗୁରୁଜୁଙ୍ଗ ପଞ୍ଚାୟତ ବାଲିପଦର ଗାଁରେ...

ଜଳିଗଲା ୯ ବଖରା: ଖୋଲା ଆକାଶ ତଳେ ବିପନ୍ନ ପରିବାର

ସିଂହପୁର,୧୧।୧(ଡି.ଏନ୍‌.ଏ.) : ଯାଜପୁର ଜିଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ଜରି ଓ ବାଙ୍ଗରାରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ବଖରା ଜଳି ପାଉଁଶ ହୋଇଯାଇଛି। ବାଙ୍ଗରା...

ଶ୍ରୀମନ୍ଦିର ଅଣସର ଘରେ ପଟିଦିଅଁ ପୂଜା ଆରମ୍ଭ

ପୁରୀ ଅଫିସ, ୬।୫: ସ୍ନାନ ମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନ ଯୋଗୁ ଦାରୁବ୍ରହ୍ମ। ଅସୁସ୍ଥ ହୋଇପଡିଛନ୍ତି। ଶ୍ରୀମନ୍ଦିର ଅଣସର ଘରେ ପ୍ରଭୁଙ୍କ ଗୁପ୍ତସେବା ଆରମ୍ଭ ହୋଇଛି।...

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର: ଶିଶୁପୁତ୍ର ମୃତ, ଦମ୍ପତିଙ୍କ ସମେତ ୪ ଆହତ

ଦିଗପହଣ୍ଡି,୨୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ର ଗୁମ୍ମା ଗାଁର ଦଳିତ ସାହିରେ ଲଗାଣ ବର୍ଷାରେ ଶନିବାର ଭୋରରୁ ଘର ଭୁଶୁଡ଼ି...

ନିରାଶ୍ରୟ ପଥିକଙ୍କୁ ଉଦ୍ଧାର କଲା ପ୍ରଶାସନ

ବିଜେପୁର,୧୬ା୪(ଡି.ଏନ୍‌.ଏ.) : କରୋନା ପାଇଁ ଚାରିଆଡ଼େ ଲକ୍‌ଡାଉନ୍‌ ଜାରି କରାଯାଇଛି। ପୋଲିସ ପ୍ରଶାସନର କଟକଣା ଯୋଗୁ ସକାଳ ୧୦ଟା ପରେ ଦୋକାନ ବଜାର ସମେତ ରାସ୍ତାଘାଟ...


Coronavirus Update

Archives

Model This Week

Why Dharitri