ଫୁଡ୍‌ ସପ୍ଲିମେଣ୍ଟକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ

ଅନୁଗୋଳ ଅଫିସ, ୨୮।୨ – ଫିଟ୍‌ ରହିବା ବା ସୁନ୍ଦର ସ୍ବାସ୍ଥ୍ୟ ପ୍ରତି ଏବେକାର ଯୁବିପିଢ଼ି ବେଶ୍‌ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଜିମ୍‌ ଯିବାକୁ ସେମାନଙ୍କ ମଧ୍ୟରେ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ ପାଉଛି। କେବଳ ଯୁବପିଢ଼ି ନୁହନ୍ତି, ଅନେକେ ବୟସ୍କ ବି ଜିମ୍‌କୁ ପସନ୍ଦ କରୁଥିବା ବେଳେ କେହି କେହି ମୋଟାପଣ କମାଇବାକୁ ଜିମ୍‌କୁ ବାଛୁଛନ୍ତି। ତେଣୁ ଚାହିଦାକୁ ନଜରରେ ରଖି ବିଭିନ୍ନ ସହରରେ ମାଳ ମାଳ ଜିମ୍‌ ଖୋଲାଯାଉଛି। ଅନୁଗୋଳ ସହରରେ ମଧ୍ୟ ବହୁ ସଂଖ୍ୟକ ଜିମ୍‌ ରହିଛି। ତେବେ କେତେକ ଜିମ୍‌ର ଫୁଡ୍‌ ସପ୍ଲିମେଣ୍ଟକୁ ନେଇ ଏବେ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନେ ଜିମ୍‌ ମାଲିକମାନଙ୍କୁ ଏ ନେଇ ଅଭିଯୋଗ କରୁ ନ ଥିଲେ ମଧ୍ୟ ବାହାରେ ଅସନ୍ତୋଷ ଝାଡ଼ୁଥିବା ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ଯାହା ଶୁଣିବାକୁ ମିଳୁଛି, ଅନୁଗୋଳ ସହରରେ ଥିବା ବହୁ ଜିମ୍‌ ମଧ୍ୟରୁ ୨/୩ଟି ଜିମ୍‌ରେ ଯେଉଁଭଳି ମନଇଚ୍ଛା ଭାବେ ଲୋକଙ୍କୁ ଫୁଡ୍‌ ସପ୍ଲିମେଣ୍ଟ ଦିଆଯାଉଛି ତାହା ଅନେକାଂଶରେ କ୍ଷତିକାରକ। ଘୋଡ଼ା ପାଇଁ ବ୍ୟବହାର ହେଉଥିବା ଏକ ଔଷଧକୁ ଜିମ୍‌ରେ ମଣିଷଙ୍କୁ ଦିଆଯାଉଛି। ଆଉ ଏଠାକୁ ଆସୁଥିବା ବହୁ ଲୋକ କିଛି ନ ଜାଣି ନ ଶୁଣି ତାହାକୁ ଗ୍ରହଣ କରୁଛନ୍ତି। ବର୍ଷ ବର୍ଷ ଧରି ଏମିତି ବିନା ପଞ୍ଜୀକରଣରେ ଚାଲିଥିବା କେତୋଟି ଜିମ୍‌ରେ ଏହି କ୍ଷତିକାରକ ଔଷଧ କାରବାର ହେଉଛି। ଫଳରେ ଖୁବ୍‌ କମ୍‌ ଦିନ ଭିତରେ ଓଜନ କମେଇବା ଓ ବଢ଼େଇବା ପାଇଁ ଏସବୁକୁ ଖାଉଥିବା ବ୍ୟକ୍ତିମାନେ ସାମୟିକ ଭାବେ ଲକ୍ଷ୍ୟ ପୂରଣ କରୁଥିଲେ ବି ତାହା ଯେ ସେମାନଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି ତାହା ଜାଣିପାରୁ ନାହନ୍ତି। ଉ


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟସ୍ତରରେ ଜୟଦୁର୍ଗା ହାଇସ୍କୁଲ ବିଜ୍ଞାନ କ୍ଲବ ସମ୍ମାନିତ

ଭବାନୀପାଟଣା,୧୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ରୋଡରେ ଥିବା ଜୟଦୁର୍ଗା ହାଇସ୍କୁଲର ପଠାଣୀ ସାମନ୍ତ ବିଜ୍ଞାନ କ୍ଲବ ଜାତୀୟସ୍ତରରେ ସମ୍ମାନିତ ହୋଇଛି। ୨୦୧୮ ବର୍ଷ ପାଇଁ ଓଡ଼ିଶାର...

ଜରୁରିକାଳୀନ ସେବାରେ ଲାଗିବେ ଶିକ୍ଷକ

ଜୟପୁର,୧୬ା୪(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ଲକ୍‌ ଡାଉନ ବେଳେ ହିତାଧିକାରୀଙ୍କୁ ଭତ୍ତା ଓ ଚାଉଳ ବଣ୍ଟନ କାମରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିୟୋଜିତ...

୫ ଦଫା ଦାବି: ସିଏମ୍‌ସି ସମ୍ମୁଖରେ ବସ୍ତି ବାସିନ୍ଦା ମିଳିତ ମଞ୍ଚର ବିକ୍ଷୋଭ

କଟକ ଅଫିସ, ୧୦।୯: ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ୫ଦଫା ଦାବି ନେଇ ମଙ୍ଗଳବାର କଟକ ମହାନଗର ନିଗମ (ସିଏମ୍‌ସି) ସମ୍ମୁଖରେ ଗଣ ବିକ୍ଷୋଭ...

ବ୍ୟାଙ୍କସମୂହର ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ୨୬୦୬.୯୬ କୋଟି ଋଣ ଯୋଗାଣ ଲକ୍ଷ୍ୟ

ଅନୁଗୋଳ ଅଫିସ, ୩୧।୫- ଅନୁଗୋଳ ଜିଲାର ବ୍ୟାଙ୍କଗୁଡ଼ିକର ଏକ ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ...

୧୦ବର୍ଷ ବିତିଗଲାଣି, ସରୁନି କେନାଲ ପୋଲ

ଖଇରା,୧୮ା୩(ଡି.ଏନ.ଏ.): ଜଳସେଚନ ବିଭାଗର ବିଦ୍ୟାଧରପୁର ଡିଭିଜନ ଖଇରା ସବଡିଭିଜନ ଅନ୍ତର୍ଗତ ସାରକୋଣା-ଭଞ୍ଜପଦା ମଝିରେ ଅନ୍ୟୁନ ୧୦ବର୍ଷ ତଳେ ଆରମ୍ଭ ହୋଇଥିବା ପୋଲ ଏ ପର୍ଯ୍ୟନ୍ତ ସରିପାରିନି।...

ବୈଠକ ବର୍ଜନ କଲେ ମୃତ୍ୟୁଦଣ୍ଡ

ମାଲକାନଗିରି,୧୬।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲାଲ୍‌ବାହିନୀ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି। ସେମାନେ ବହୁ ସ୍ଥାନରେ ବିଭିନ୍ନ ସମୟରେ ବୈଠକମାନ କରି ନିଜ ଶକ୍ତି ବଢ଼ାଉଛନ୍ତି।...

ଆମ୍ବୁଲାନ୍ସକୁ ଧକ୍କା ଦେଲା ଇଣ୍ଟରସିଟି ଏକ୍ସପ୍ରେସ

ବ୍ରହ୍ମପୁର ଅଫିସ, ୨୭।୧୧: ଅନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଇଣ୍ଟରସିଟି ଏକ୍ସପ୍ରେସ(୨୨୮୨୦) ପଲାସା ଷ୍ଟେଶନ ନିକଟରେ ଏକ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ଏଥିରେ...

୧୭ଦିନ ହେଲା ଲେମ୍ଭେଇ ଛାଡ଼ୁନାହିଁ ଦନ୍ତା

ଭଞ୍ଜନଗର,୨୫।୮(ଡି.ଏନ୍‌.ଏ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଗତ ମାସରେ ୨ଟି ଦନ୍ତା ହାତୀଙ୍କ ମୃତ୍ୟୁ ହେବା ପରେ ବର୍ତ୍ତମାନ ଆଉ ଗୋଟିଏ ଦନ୍ତା ଏକୁଟିଆ ଘୂରିବୁଲୁଛି।...

Advertisement
Archives

Model This Week