Posted inଖେଳ

ଫୁଟବଲ ହଲ୍‌ ଅଫ୍‌ ଫେମ୍‌ର ବବି ମିଚେଲଙ୍କ ଦେହାନ୍ତ

ଓ୍ବାଶିଂଟନ,୭।୪(ଏପି)- ଫୁଟବଲ ହଲ୍‌ ଅଫ୍‌ ଫେମ୍‌ର ବବି ମିଚେଲ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ୧୯୮୩ରେ ସେ ପ୍ରୋ ଫୁଟବଲ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଥିଲେ। ଫୁଟବଲ ଜଣେ ମହାନ ଖେଳାଳିଙ୍କୁ ହରାଇଲା ବୋଲି ହଲ୍‌ ଅଫ୍‌ ଫେମ୍‌ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ବେକର କହିଛନ୍ତି। ସେ ଓ୍ବାଶିଂଟନ ରେଡକିନ୍ସର ପ୍ରଥମ ବ୍ୟାକ୍‌ ଖେଳାଳିଥିଲେ। ରେଡକିନ୍ସକୁ ବାଦ୍‌ ଦେଲେ ସେ କ୍ଲେଭେଲାଣ୍ଟ ବ୍ରାଉନ୍ସ ତରଫରୁ ମଧ୍ୟ ଖେଳି ଜାରି ରଖିଥିଲେ। ସେ ଜଣେ ଅବିଶ୍ୱସନୀୟ ପ୍ରତିଭାସମ୍ପନ୍ନ ଖେଳାଳି ଥିଲେ ବୋଲି ବେକର କହିଛନ୍ତି। ମିଚେଲ କ୍ଲେଭଲାଣ୍ଡ ବ୍ରାଉନ୍ସ ତରଫରୁ ୧୯୫୮ରୁ ୧୯୬୧ ପର୍ଯ୍ୟନ୍ତ ଖେଳିଥିଲେ। ଏହାପରେ ସେ ୧୯୬୨ରେ ରେଡକିନ୍ସରେ ଯୋଗ ଦେଇଥିଲେ। ଏହାପରେ ସେ ରେଡକିନ୍ସ ସହ ୩୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ସାମିଲ ରହିଥିଲେ। ଅବସର ନେବା ପରେ ମିଚେଲ ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଥିଲେ। ହାଇସ୍କୁଲ୍‌ରେ ପଢିବା ବେଳେ ସେ ବେସ୍‌ ବେଲ ଖେଳିବା ଉପରେ ମନୋନିବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ ଡବ୍ଲ୍ୟୁଟିସି ଫାଇନାଲରେ ସଂଘର୍ଷ କରିପାରେ ଟିମ୍‌ ଇଣ୍ଡିଆ ’

ସାଉଥାମ୍ପଟନ, ୨୩।୫ : ଆସନ୍ତା ଜୁନ ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଉଲଠାରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର...

ସୁନୀଲଙ୍କୁ ସଂଯୋଜକ ଦାୟିତ୍ୱ

ଭୁବନେଶ୍ୱର, ୪ା୫ (ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ୨୦୨୩ ଲାଗି ପ୍ରସ୍ତୁତି ସକାଶେ ଆୟୋଜିତ ଜାତୀୟ ଫୁଟ୍‌ବଲ ଦଳର କୋଚିଂ କ୍ୟାମ୍ପ ପାଇଁ ସୁନୀଲ ମିତ୍ରଙ୍କୁ...

ସଚିନଙ୍କ ସମକକ୍ଷ ହେଲେ ଋତୁରାଜ

ପୁଣେ,୨।୫ : ଆଇପିଏଲ୍‌ ଇତିହାସରେ ଦ୍ରୁତତମ ବ୍ୟାଟର ଭାବେ ୧ ହଜାର ରନ୍‌ ପୂରଣ କରିବାରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓପନର ଋତୁରାଜ ଗାଏକ୍ୱାଡ...

ସାନିଆଙ୍କ ସ୍ବପ୍ନ ଚୂରମାର୍‌

ସିଡ଼ନୀ,୨୭।୧: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ନିଜ ଶେଷ ଗ୍ରାଣ୍ଡସ୍ଲାମରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଅଷ୍ଟ୍ରେଲିଆ ଓପନର ମିକ୍ସ ଡବଲ୍ସ ଫାଇନାଲରେ ସାନିଆ ଏବଂ...

ଆଇସିସି ବିଶ୍ୱକପ: ସେମିଫାଇନାଲରେ ଭାରତ

ବର୍ମିଂହାମ,୩।୭(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଏଜବାଷ୍ଟନ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକ...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁ-ଗୋଆ ମ୍ୟାଚ ଡ୍ର

ମାର୍ଗାଓ, ୨୩।୧୧- ଫତୋର୍ଦାର ଜବାହରଲାଲ ନେହେରୁ ଷ୍ଟାଡିୟମରେ ରବିବାର ବେଙ୍ଗାଲୁରୁ ଏଫସି ଓ ଗୋଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ଫଳରେ...

ସୌଦିି ନୂଆ ଟେଷ୍ଟ ଅଧିନାୟକ

ଅକ୍‌ଲାଣ୍ଡ,୧୬ା୧୨(ପି.ଟି.):କେନ୍‌ ଓ୍ବିଲିୟମସନ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦବୀରୁ ଓହରିଯାଇଥିବା ଦେଶର କ୍ରିକେଟ ବୋର୍ଡ ଗୁରୁବାର ଘୋଷଣା କରିଛି। ଓ୍ବିଲିୟମସନଙ୍କ ସଫଳ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିଶ୍ୱ...

ବାର୍ଟି ତୃତୀୟ ରାଉଣ୍ଡରେ

ଲଣ୍ଡନ, ୪ା୭ (ଏଏଫ୍‌ପି)-୨୦୧୫ରେ ସେରେନା ଓ୍ବିଲିୟମ୍ସଙ୍କ ପରେ ଆଶଲେ ବାର୍ଟି ଦ୍ୱିତୀୟ ମହିଳା ଖେଳାଳି ହିସାବରେ ସମାନ ବର୍ଷ ଉଭୟ ଫ୍ରେଞ୍ଚ ଓପନ ଏବଂ ଓ୍ବିମ୍ବଲେଡନ...

Advertisement
Archives

Model This Week