ଫି ବୃଦ୍ଧିକୁ ଜୋରଦାର ବିରୋଧ: କଲେଜ ଗେଟ୍‌ରେ ତାଲା

ତାଳଚେର,୨୧ା୯(ନି.ପ୍ର.) – ରି ଆଡମିଶନ ଫି ବୃଦ୍ଧି ପ୍ରତିବାଦରେ ଶୁକ୍ରବାର ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୨ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ଦୀର୍ଘ ସମୟ ଧରି କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତବର୍ଷ ରି ଆଡମିଶନ ଫି ୨୭ ଶହ ଟଙ୍କା ଥିଲା। ହେଲେ ଚଳିତବର୍ଷ କଲେଜ କର୍ତ୍ତୃପକ୍ଷ ଏଥିରେ ୧୩ ଶହ ଟଙ୍କା ବୃଦ୍ଧି କରିଛନ୍ତି, ଯାହାକୁ ନେଇ ଅଶାନ୍ତି ଦେଖା ଦେଇଥିଲା। ପୂର୍ବାହ୍ନରେ ଛାତ୍ରୀଛାତ୍ରମାନେ ଶ୍ରେଣୀ ବର୍ଜନ କରି କଲେଜର ୨ଟି ଫାଟକରେ ତାଲା ପକାଇ ଦେବା ସହ କଲେଜ ପରିସରକୁ କାହାରିକୁ ଛାଡି ନ ଥିଲେ। ପରେ ୧୦ ଜଣ ଛାତ୍ରନେତା ତାଳଚେର ଉପଜିଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ହଠାତ ଏତେ ଟଙ୍କା ବୃଦ୍ଧି କରାଯିବା ଯୋଗୁ ବହୁ ଛାତ୍ରୀଛାତ୍ର ହଇରାଣ ହରକତ ହେବେ ବୋଲି ସେମାନେ ଅଭିଯୋଗ କରିଥିଲେ। ତୁରନ୍ତ ବର୍ଦ୍ଧିତ ଫି ପ୍ରତ୍ୟାହାର କରିନେବାକୁ ସେମାନେ ଦାବି କରିଥିଲେ। କଲେଜ କର୍ତ୍ତୃପକ୍ଷ ବୁଝାଶୁଝା କରିବା ପରେ ଛାତ୍ରୀଛାତ୍ରମାନେ ଅପରାହ୍ନରେ ଆନ୍ଦୋଳନରୁ ଓହରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କରୁଛି ପୋଲିସ କାର୍ଯ୍ୟ: ଅଟୋରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ଜରପଡ଼ା ପୋଲିସ ସୋମବାର ୨ ଅଭିଯୁକ୍ତଙ୍କୁ ଅଟୋରେ କୋର୍ଟଚାଲାଣ କରିଛି। ଜରପଡ଼ାରୁ ଅନୁଗୋଳ କୋର୍ଟର ଦୂରତା ୨୭ କିମି...

କୁମ୍ଭାରିଆ, ବାଉରି ସେତୁ ଉଦ୍‌ଘାଟିତ

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କମ୍ପସଲା ଓ ଜେରେଙ୍ଗ ଦେହୁରୀସାହିଠାରେ ମଙ୍ଗଳବାର ଦୁଇଟି ସେତୁ ଉଦ୍‌ଘାଟିତ ହୋଇଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର...

ପୋଲିସର ଗାଲ କାମୁଡ଼ି ଫେରାର

ପାଲଲହଡ଼ା,୧୦ା୭(ଡି.ଏନ.ଏ.): ଚୋରା ମୋବାଇଲ କିଣିଥିବା ଜଣେ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ତାଙ୍କ ଘରକୁ ଯାଇଥିବା ବେଳେ ପୋଲିସ ଉପରେ ହୋଇଛି ଆକ୍ରମଣ। ସମ୍ପୃକ୍ତ ଅଭିଯୁକ୍ତ ଜଣେ...

ପାୱାରଗ୍ରୀଡ୍‌ର ଗଛ କଟାକୁ ନେଇ ଉତ୍ତେଜନା

ବଇଣ୍ଡା,୫।୫(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ ପଟ୍ଟାପଥର ଗ୍ରାମରେ ବୁଧବାର ପାୱାରଗ୍ରୀଡ ପକ୍ଷରୁ ପୋଲିସ ମୁତୟନ କରାଯାଇ ୨ହଜାର ଶାଗୁଆନ, ମହୁଲ, ଚାକୁଣ୍ଡା,...

ବିଜୁ ମଇଦାନରୁ ମୁହଁ ଫେରାଉଛନ୍ତି ବୟସ୍କ

ଅନୁଗୋଳ ଅଫିସ, ୧୪।୧: ଅନୁଗୋଳ ସହର ଭିଆଇପି ରୋଡ୍‌ରେ ଥିବା ବିଜୁ ମଇଦାନରେ ଏବେ ସୁସ୍ଥ ବାତାବରଣ ନାହିଁ। ବିଶେଷକରି ସନ୍ଧ୍ୟାରେ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଛି।...

ପରିବାରର ୫ ଜଣଙ୍କୁ ଆକ୍ରମଣ, ୫ ଗିରଫ

ବଇଣ୍ଡା, ୨୮ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା କୋରାବ ଗ୍ରାମର ଏକ ପରିବାରର ୫ ଜଣ ସଦସ୍ୟଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଭୁଜାଲିରେ ଆକ୍ରମଣ...

ଦିନକରେ ୧.୧ ଲକ୍ଷ ଜରିମାନା ଆଦାୟ

ଅନୁଗୋଳ ଅଫିସ୍‌, ୩।୩ ରାଜ୍ୟରେ ସଂଶୋଧିତ ମୋଟରଯାନ ନିୟମ କଡାକଡି ଲାଗୁ ହେବା ପରେ ପୋଲିସ ଓ ଆର୍‌ଟିଓ ପକ୍ଷରୁ ଜୋରଦାର ଧରପଗଡ ଚାଲିଛି। ଅନୁଗୋଳରେ...

ତାମଡା କାର୍ଯ୍ୟାଳୟକୁ ଜିଲାପାଳଙ୍କ ଅଚାନକ ଗସ୍ତ: କର୍ମଚାରୀ ଅନୁପସ୍ଥିତି ନେଇ ବର୍ଷିଲେ

ଅନୁଗୋଳ ଅଫିସ, ୬।୧୧-ଅନୁଗୋଳ ଜିଲାପାଳ ତଥା ଅନୁଗୋଳ-ତାଳଚେର-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡା)ର ଉପାଧ୍ୟକ୍ଷ ମନୋଜ କୁମାର ମହାନ୍ତି ମଙ୍ଗଳବାର ଅପରାହ୍ନରେ ଅଚାନକ ତାମଡା କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିଲେ।...

Advertisement
Archives

Model This Week