Posted inଖେଳ

ଫିଟ୍‌ନେସ୍‌ ଟେଷ୍ଟବେଳେ ଅକମଲଙ୍କ ଅସଦାଚରଣ

କରାଚୀ,୩।୨- ଦୀର୍ଘଦିନ ହେଲା ପାକିସ୍ତାନ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ଉମର ଅକମଲ ଶୃଙ୍ଖଳାଗତ ଦଣ୍ଡାଦେଶର ସମ୍ମୁଖୀନ ହୋଇପାରନ୍ତି। ସେ ଫିଟ୍‌ନେସ ଟେଷ୍ଟବେଳେ ଟ୍ରେନରଙ୍କୁ ଅପମାନିତ କରିଥିବା ରିପୋର୍ଟ ହୋଇଛି। ଫିଟ୍‌ନେସ ଟେଷ୍ଟବେଳେ ଟ୍ରେନରଙ୍କୁ ‘ଚର୍ବି କୋଉଠି ଅଛି’ ବୋଲି ପ୍ରଶ୍ନ କରିଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିକଟରେ ଏ ନେଇ ରିପୋର୍ଟ ହୋଇଛି। ଜାତୀୟ କ୍ରିକେଟ ଏକାଡେମିରେ ଘଟିଥିବା ଘଟଣା ସମ୍ପର୍କରେ ଆମେ ଅବଗତ ଅଛୁ। ଏ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଦରକାର। ଜୁନିୟର ଅକମଲ ଫିଟନେସ ଟେଷ୍ଟରେ ବିଫଳ ହେବା ପରେ ଶାର୍ଟ ଖୋଲି ଚର୍ବି କାହିଁ ବୋଲି ପ୍ରଶ୍ନ କରିଥିଲେ। ଫିଟ୍‌ନେସ ସମସ୍ୟା ଦେଇ ଅକମଲ ବ୍ରଦର୍ସ ଦୀର୍ଘ ବର୍ଷ ହେଲା ସଂଘର୍ଷ କରୁଛନ୍ତି। ମୁଖ୍ୟକୋଚ୍‌ ତଥା ପୂର୍ବତନ ଅଧିନାୟକ ମିଶବା ଉଲ ହକ୍‌ ଏବେ ଖେଳାଳିଙ୍କ ଫିଟନେସ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ପ୍ରୋଭିନ୍ସିଆଲ ଦଳର ଖେଳାଳି ୪ ମାସକୁ ଥରେ ଫିଟନେସ ଟେଷ୍ଟର ସମ୍ମୁଖୀନ ହେବେ। ଏକଦା ପାକିସ୍ତାନ ଦଳ ପାଇଁ ପ୍ରତିଭାସମ୍ପନ୍ନ ଯୁବ ଖେଳାଳି ଥିବା ଉମର ୨୦୦୯ରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପଦାର୍ପଣ କରିଥିଲେ। ସେ ଏପର୍ଯ୍ୟନ୍ତ ୧୯ ଟେଷ୍ଟ, ୧୨୧ ଦିନିକିଆ ଓ ୮୪ ଟି୨୦ ଖେଳିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନୁଷ୍କାଙ୍କ ସହ ନ୍ୟୁଜିଲାଣ୍ଡରେ ଭାଲେଣ୍ଟାଇନ୍‌ସ ଡେ’ ପାଳିଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଭାଲେଣ୍ଟାଇନ୍ସ ଡେ’ ପାଳନ କରିଛନ୍ତି। ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ...

ବ୍ରାଏଣ୍ଟଙ୍କ ହେଲିକପ୍ଟରରେ ସତର୍କ ବ୍ୟବସ୍ଥା ନ ଥିଲା

ଲସ୍‌ ଏଞ୍ଜେଲସ, ୨୯।୧(ପି.ଟି.): ଜଣାଶୁଣା ବାସ୍କେଟ ବଲ୍‌ ଖେଳାଳି ତଥା ଏନ୍‌ବିଏ ଲିଜେଣ୍ଡ କୋବ୍‌ ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିବା ପରେ ଏ...

ବଦଳିଲା ଧୋନୀଙ୍କ ଲୁକ୍‌, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ

ୟୁଏଇରେ ଖେଳାଯାଇଥିବା ଆଇପିଏଲ୍‌ ୧୩ତମ ସିଜିନ ପରଠାରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରତିଯୋଗିତାମୂଳକ କ୍ରିକେଟଠାରୁ ଦୂରରେ ରହିଛନ୍ତି। ନିକଟରେ ତାଙ୍କୁ ମୁମ୍ବାଇରେ...

ଜନ୍ମଦିନରେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରେମିକା: ଜବାବରେ ମିଳିଲା…

ଭାରତୀୟ କ୍ରିକେଟର୍‌ କେ.ଏଲ ରାହୁଲ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଆଇପିଏଲ୍‌ ୨୦୨୨ରେ ସେ ଚମତ୍କାର ବ୍ୟାଟିଂ କରୁଛନ୍ତି। ଗତକାଲି ଅର୍ଥାତ୍‌ ଏପ୍ରିଲ ୧୮ରେ ସେ...

ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ: ଓଡ଼ିଶାର ସେମିଫାଇନାଲ ଆଶା ଧୂଳିସାତ

କଟକ ଅଫିସ,୨୪ା୨-  ଓଡ଼ିଶାର ରଣଜୀ ଟ୍ରଫି ସେମିଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଛି। କ୍ବାର୍ଟର ଫାଇନାଲ ରାଉଣ୍ଡରୁ ଅଭିଯାନ ଶେଷପଥରେ ରହିଛି ଶୁଭ୍ରାଂଶୁ ସେନାପତିଙ୍କ ଦଳ।...

ଆରସିବିକୁ ଶକ୍ତ ଧକ୍କା: ଯୁବ ଓପନର ପଡିକାଲ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୫।୪: ଆଉ ମାତ୍ର ୫ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭ ହେବାକୁ ଯାଉଥିବା ବେଳେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ...

ଭାରତୀୟ ପ୍ରଶଂସକଙ୍କ ମଜା ଉଡାଇଲା କ୍ରିକେଟ ପାକିସ୍ତାନ, ଟୁଇଟ୍‌ କରି ପଚାରିଲା ଏମିତି ପ୍ରଶ୍ନ

ନୂଆଦିଲ୍ଲୀ,୮।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ସେମିଫାଇନାଲରୁ ବାଦ୍‌ ପଡିଛି ଭାରତ। ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ଜିତିବା ମାତ୍ରେ ଭାରତ ସେମିଫାଇନାଲ ଖେଳିବା ଆଶା ଭାଙ୍ଗିଯାଇଛି।...

ଧୋନୀଙ୍କ ଏହି ଅଭ୍ୟାସକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଇରଫାନ୍‌: କହିଲେ ‘ପୂର୍ବରୁ ଏଭଳି ଦେଖିନାହିଁ’

ନୂଆଦିଲ୍ଲୀ,୮।୯: ଆସନ୍ତା ୧୯ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଆଇପିଏଲ୍‌ ୨୦୨୦। ଏହାପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଭ୍ୟାସ ଜାରି କରିଛନ୍ତି।...

Advertisement
Archives

Model This Week