ଫିକା ପଡ଼ୁଛି ପୂଜାର ମଜା: ପୋଲିସର ଗାଡ଼ି ଯାଞ୍ଚକୁ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୧୬ା୧୦- ପାର୍ବଣକୁ ନେଇ ଅନୁଗୋଳ ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଗାଡ଼ି ଯାଞ୍ଚ ନାମରେ ପୋଲିସର ଜୁଲମ୍‌ ଏବେ ଅସନ୍ତୋଷର କାରଣ ହୋଇଥିବା ଚର୍ଚ୍ଚା ହେଉଛି। ସରକାର ଦେଇଥିବା ଟାର୍ଗେଟ ପୂରଣ ପାଇଁ ପୋଲିସ ପୂଜା ପର୍ବ ଦେଖିବାକୁ ଆସୁଥିବା ଲୋକଙ୍କ ମୁଣ୍ଡରେ ହାତ ବୁଲାଉଥିବା କୁହାଯାଉଛି।
ଲକ୍ଷ୍ମୀ ପୂଜା ପାଇଁ ଅନୁଗୋଳ ସହରରେ ଏବେ ପ୍ରବଳ ଭିଡ଼ ହେଉଛି। ଗ୍ରାମାଞ୍ଚଳରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ପରିବାର ଧରି ପୂଜା ଦେଖିବାକୁ ଆସୁଥିବାରୁ ପୋଲିସ ସେମାନଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଥିବା ଆଲୋଚନା ହେଉଛି। ସହରର ପିଟିସି ଛକ, ଥାନା ଛକ, କାଞ୍ଚନ ଟକିଜ ଛକ, ହୁଲୁରିସିଂହା ଛକ, ଶିଶୁ ଉଦ୍ୟାନ ଛକ ଆଦି ସ୍ଥାନରେ ସିସିଟିଭି ତଳେ ଠିଆ ହୋଇ ପୋଲିସ ଦିନତମାମ ବାଇକ୍‌ଧାରୀ ଆଇନ ଉଲ୍ଲଂଘନକାରୀଙ୍କଠାରୁ ଫାଇନ ଆଦାୟ କରୁଛି। ଫଳରେ ହାତରେ କେଇଟା ଟଙ୍କା ଧରି ବର୍ଷକରେ ଥରେ ପୂଜାର ମଜା ନେବାକୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକମାନେ ପୋଲିସକୁ ଫାଇନ ଦେଇ ନିରାଶ ହେଉଥିବା କହୁଛନ୍ତି। ମଙ୍ଗଳବାର ତଳମୂଳ ଅଞ୍ଚଳରୁ ପୂଜା ଦେଖାଇବାକୁ ପିଲାଙ୍କୁ ବାଇକ୍‌ରେ ଆଣିଥିବା ଜଣେ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ଆଣିବାକୁ ଭୁଲି ଯାଇଥିବାରୁ ୫ଶହ ଟଙ୍କା ଜରିମାନା ଦେଇଛନ୍ତି। ଫଳରେ ହାତରେ ଆଉ ଟଙ୍କା ନ ଥିବାରୁ ପିଲାଙ୍କୁ ପୂଜା ଦେଖାଇ ନ ପାରି ସେ ଘରକୁ ଫେରିଯାଇଥିବା କ୍ଷୋଭର ସହ କହିଛନ୍ତି। କେବଳ ସମ୍ପକ୍ତ ବ୍ୟକ୍ତି ନୁହନ୍ତି ତାଙ୍କ ପରି ଅନେକ ବାଇକ୍‌ ଆରୋହୀ ଜରିମାନା ଦେଇଥିବାରୁ ପୂଜାର ମଜା ନେଇପାରି ନ ଥିବା ଅଭିଯୋଗ କରିଛନ୍ତି। ଅନୁଗୋଳ ପୋଲିସକୁ ମାସକରେ ୪ଶହ ଭିସିଆର କାଟିବାକୁ ଟାର୍ଗେଟ ଦିଆଯାଇଥିବାରୁ ପୋଲିସ ତାହାକୁ ପୂଜା ସମୟରେ ଆଦାୟ କରିବାରେ ଲାଗିପଡ଼ିଥିବା ପୂଜା ବୁଲି ଆସିଥିବା କେତେଜଣ ଦର୍ଶକ ପ୍ରକାଶ କରିଛନ୍ତି। ତୁରନ୍ତ ପୋଲିସ ଏପରି ଜୁଲମ୍‌ ବନ୍ଦ କରିବାକୁ ସହରବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ସମର୍ଥନରେ ବାହାରିଲେ କମଲ ହାସନ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ, ଅଭିନେତା ବିଜୟଙ୍କ ଦଳ, ‘ତାମିଜାଗା ଭେଟ୍ରି କାଝାଗମ’ (ଟିଭିକେ), ଏକକ ବୃହତ ଦଳ ଭାବରେ ଉଭା ହୋଇଛି। ଫଳସ୍ବରୂପ, ରାଜ୍ୟରେ ସରକାର…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଗଞ୍ଜାମ,୭ା୫(ବିଦ୍ୟାଧର ସାହୁ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ରାମଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। ଏପରିକି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ…

ସରକାର ଗଠନ ପାଇଁ ବିଜୟଙ୍କ ନୂଆ ପ୍ଲାନ: ଏହି ଦଳଠାରୁ ସମର୍ଥନ ଲୋଡିଲେ, ବିଧାୟକମାନଙ୍କୁ ରିସର୍ଟକୁ ସ୍ଥାନାନ୍ତରିତ

ଚେନ୍ନାଇ,୭।୫: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଅଭିନେତା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK), ଏବେ ଜଣେ ଅତିରିକ୍ତ ବିଧାୟକଙ୍କ…

ଶ୍ୱଶୁର ଘରୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଥୁଆମୂଳ ରାମପୁର, ୭ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଡୁମେରପଦର ମୁଖ୍ୟ ରାସ୍ତାର ଲାଠିଆଗୁଡ଼ା ଛକ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ୱାମୀଙ୍କ ମୃତ୍ୟୁ…

ବିଜୟ ଥାଲାପତି ସରକାର ଗଠନ ପାଇଁ BJPର ସମର୍ଥନ ଲୋଡିବେ? ଟିଭିକେଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଖୁସି ହେବ ନା ନିରାଶ ହେବ?ଜାଣନ୍ତୁ…

ଚେନ୍ନାଇ,୭।୫: ବିଜୟ ଥାଲାପତିଙ୍କ ଦଳ, TVK (ତାମିଜାଗା ଭେଟ୍ଟ୍ରି କାଝାଗମ), ସରକାର ଗଠନ ପାଇଁ ତା’ର ପ୍ରୟାସକୁ ତୀବ୍ର କରିଛି। ଟିଭିକେ ବିଧାନସଭାରେ ୧୦୮ଟି ଆସନ ପାଇଛି,…

ଫଟୋ ଶେୟାର କରି ଖୁସି ଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୭।୫: ଚଳିତ IPL 2026 ସିଜିନ ମଧ୍ୟରେ ଭାରତୀୟ T20 ଅଧିନାୟକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଘରେ ଖୁସିର ମାହୋଲ। ସୂର୍ଯ୍ୟକୁମାରଙ୍କ…

ରାସ୍ତା ପାର ହେଉଥିଲେ ହରିଣ, ଦ୍ରୁତ ଗତିରେ ଆସି ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରସାଦ ଜାତୀୟ ରାଜପଥର ସୋରାଦେବୀ ମନ୍ଦିର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଏକ ମାଈ ହରିଣ ଛୁଆ ଗୁରୁତର…

ପରିବାରର ଚାରି ଜଣଙ୍କ ମୃତ୍ୟୁ ଘଟଣାରେ ଆଶ୍ଚର୍ଯ୍ୟଜନକ ଖୁଲାସା: ତରଭୁଜ ନମୁନାରେ ମିଳିଲା…

ମୁମ୍ବାଇ,୭।୫: ତରଭୁଜ ଖାଇବା ପରେ ଗୋଟିଏ ପରିବାରର ଚାରି ଜଣଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇର ଭିଣ୍ଡି ବଜାର ଅଞ୍ଚଳରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri