Posted inଫୁରସତ

ଫାଶୀଖୁଣ୍ଟରେ ଝୁଲିଥିଲେ ଏହି ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ରାଷ୍ଟ୍ର ଶାସନର ମୁଖ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟ ଅଟନ୍ତି। ଏମାନଙ୍କ ନିର୍ଦ୍ଦେଶରେ ଶାସନ ଚାଲେ। ତେଣୁ ଏମାନଙ୍କ ଉପରେ ସାମାନ୍ୟ ଦୋଷଟିଏ ଲଦିବା ପୂର୍ବରୁ ମଧ୍ୟ ହଜାର ବାର ଭାବିବାକୁ ପଡ଼େ। ଫାଶୀ ତ ଦୂର କଥା। ମାତ୍ର ଏମିତି ଜଣେ ପ୍ରଧାନମନ୍ତ୍ରୀ ଯେ କି, ଦୋଷୀ ଭାବେ ଫାଶୀଖୁଣ୍ଟରେ ଝୁଲିଥିଲେ। ସେ ଆଉ କେହି ନୁହନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୁଲ୍‌ଫିକର ଅଲ୍ଲୀ ଭୁଟ୍ଟୋ। ଏହା ପୂର୍ବରୁ ସେ ରାଷ୍ଟ୍ରପତି ମଧ୍ୟ ଥିଲେ। ୨୦ ଡିସେମ୍ବର ୧୯୭୧ରୁ ୧୩ ଅଗଷ୍ଟ ୧୯୭୩ ପର୍ଯ୍ୟନ୍ତ ସେ ପାକିସ୍ତାନର ରାଷ୍ଟ୍ରପତି ଥିଲେ। ପରେ ୧୪ ଅଗଷ୍ଟ ୧୯୭୩ରୁ ୫ ଜୁଲାଇ ୧୯୭୭ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ। ଜୁଲ୍‌ଫିକରଙ୍କୁ ପାକିସ୍ତାନର ସବୁଠୁ ଶକ୍ତିଶାଳୀ ନେତା କୁହାଯାଉଥିଲା।

କିନ୍ତୁ ୧୯୭୭ରେ ପାକିସ୍ତାନର ତତ୍‌କାଳୀନ ସେନା ପ୍ରମୁଖ ଜେନେରାଲ ମହମ୍ମଦ-ଜିୟା-ଉଲ୍‌-ହକ୍‌ଙ୍କ ନେତୃତ୍ୱରେ ସେନା ପରିବର୍ତ୍ତନ କରିଥିଲେ। ଏହା ପରେ ୩ ସେପ୍ଟେମ୍ବର ୧୯୭୭ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଉପରେ ବିପକ୍ଷ ନେତାଙ୍କୁ ହତ୍ୟା ଅଭିଯୋଗ ଲାଗିଥିଲା। କିନ୍ତୁ ସେ ସବୁବେଳେ ହତ୍ୟା ଅଭିଯୋଗକୁ ପ୍ରତ୍ୟାଖାନ କରିଚାଲିଥିଲେ। ୧୮ ମାର୍ଚ୍ଚ ୧୯୭୮ରେ ଜୁଲ୍‌ଫିକରଙ୍କ ଜୀବନରେ ଏକ ବଡ଼ ନିଷ୍ପତ୍ତି ଆସିଲା। ଲାହୋର ହାଇକୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଦୋଷମୁକ୍ତ ପାଇଁ ଜୁଲ୍‌ଫିକର ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ। ମାତ୍ର ଅଦାଲତ ଏହାକୁ ଖାରଜ କରିଦେଇଥିଲେ। ଦୋଷୀ ଭାବରେ ସେ ରାଓ୍ବଲପିଣ୍ଡି ଜେଲ୍‌ରେ କଟାଇଥିଲେ। ୩ ଏପ୍ରିଲ ୧୯୭୯ରେ ରାତି ୨ଟା ୪ ମିନିଟ୍‌ରେ ତାଙ୍କୁ ରାଓ୍ବଲପିଣ୍ଡି ଜେଲ୍‌ରେ ହିଁ ଫାଶୀ ଦିଆଯାଇଥିଲା। ପ୍ରାୟ ଅଧ ଘଣ୍ଟା ଫାଶୀଖୁଣ୍ଟରେ ଝୁଲିବା ପରେ ଡାକ୍ତର ଯାଞ୍ଚ କରି ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri