ଫାର୍ମ ହାଉସରୁ ଚୋରି: ୧୨ ଗିରଫ; ଗ୍ୟାସ ସିଲିଣ୍ଡର, ଲାପ୍‌ଟପ, ପାଣିପମ୍ପ ଜବତ

ବାରଙ୍ଗ,୧୦।୧୧(ଡି.ଏନ୍‌.ଏ.): ଚନ୍ଦକା ଥାନା ଅନ୍ତର୍ଗତ ଏସ୍‌ଓଜି ନିକଟ ଏକ ଫାର୍ମ ହାଉସରୁ ଚୋରି ଅଭିଯୋଗରେ ପୋଲିସ ୧୨ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ପୋଲିସ ସେମାନଙ୍କଠାରୁ ମୋବାଇଲ ଫୋନ, ଘଣ୍ଟା, ଲାପ୍‌ଟପ, ୯ ଗ୍ୟାସ ସିଲିଣ୍ଡର ଓ ପାଣିପମ୍ପ ଆଦି ଚୋରି ସାମଗ୍ରୀ ଜବତ କରିଛି। ଏ ସମ୍ପର୍କରେ ପୋଲିସ ଏକ ମାମଲା ନଂ.୧୮୯/୧୯ ରୁଜୁକରି ତଦନ୍ତ ଚଳାଇଛି। ସୂଚନା ମୁତାବକ, ଏସ୍‌ଓ ନିକଟରେ ବିଜୟ ମହାନ୍ତି ନାମକ ବ୍ୟକ୍ତିଙ୍କ ଏକ ଫାର୍ମହାଉସ ରହିଛି। ଏହି ଫାର୍ମହାଉସରୁ ଗତ ଦୁଇଦିନ ତଳେ ଚୋରି ହୋଇଥିବାର ଚନ୍ଦକା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ଥାନାଧିକାରୀ ଦେବେନ୍ଦ୍ର ବିଶ୍ୱାଳ ଘଟଣାର ତଦନ୍ତ ଚଳାଇଥିତ୍ବାବେଳେ ସ୍ଥାନୀୟ ଗ୍ରାମର କେତେଜଣ ଯୁବକ ମିଶି ଚୋରି କରିଥିବାର ଜାଣିବାକୁ ପାଇଥିଲେ। ଶୁକ୍ରବାର କୌଶଳକ୍ରମେ ଦାରୁଠେଙ୍ଗ ପାଟଣା ସାହିର ଶିବ ସାହୁ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିବାବେଳେ ସଂଘବଦ୍ଧ ହୋଇ ଏହି ଚୋରି କରିଥିବା ସେ ମାନିଥିଲେ। ଶିବ ମାଧ୍ୟମରେ ଅନ୍ୟ ୬ଜଣ ଦାରୁଠେଙ୍ଗ ନୂଆ ସାହିର ବିଶ୍ୱନାଥ ଦେଉରୀ, ଜେଠୀ ସାହିର ଚନ୍ଦନ ମହାପାତ୍ର ଓ ପିଙ୍କୁ ବେହେରା, ସିମିଳିପାଟଣା ଗ୍ରାମର ବଚନ ନାୟକ ଓ ଆରତ ଜେନା ଏବଂ ଭୁଆଶୁଣି ଗ୍ରାମର ଧୀରେନ୍ଦ୍ର ଦେଉରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏହାପରେ ସେମାନେ ଚୋରି ସାମଗ୍ରୀକୁ ଅନ୍ୟ ୫ଜଣଙ୍କୁ ବିକ୍ରି କରିଥିବା ପୋଲିସକୁ କହିଥିଲେ। ରାତିରେ ଚଢ଼ାଉ କରି ଚୋରି ସାମଗ୍ରୀ ରଖିବା ଜେଠି ସାହିର ଚନ୍ଦ୍ରଶେଖର ମାଝି, ପାଟଣା ସାହିର ରମେଶ ସାହୁ, ଭୁଆଶୁଣୀର ଜିତେନ୍ଦ୍ର ପାଟଶାଣୀ, ମହାକାଳପଡ଼ା ଥାନା ଅନ୍ତର୍ଗତ ଜାମ୍ବୁ ଗ୍ରାମର କମଳ ଦାସ ଓ ଆସ୍କା ଥାନା ଅଧୀନ ଭେଟଣୀ ଗ୍ରାମର ଅନିରୁଦ୍ଧ ନାୟକଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?