ଫାଇଲିନ୍‌କୁ ପୂରିଲା ୬ ବର୍ଷ : ମନେପଡ଼ିଲେ ଥରିଉଠେ ଛାତି

ଛତ୍ରପୁର,୧୨ା୧୦(ଡି.ଏନ.ଏ)-୨୦୧୩ ଅକ୍ଟୋବର ୧୨ ତାରିଖ ରାତିରେ ଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫାଇଲିନ’। ଏହି ବାତ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷକରି ଗଞ୍ଜାମ ଜିଲାବାସୀଙ୍କ ଆର୍ଥତ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା। ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଜିଲାବାସୀ। ଅଧିକାଂଶ କଚ୍ଚାଘର ଭୁଶୁଡ଼ି ପଡ଼ିଥିବା ବେଳେ ରାସ୍ତାଘାଟ ଏବଂ ଫସଲ ଧୋଇଯାଇଥିଲା। ଜିଲାରେ ବିଭିନ୍ନ ସମୟରେ ବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିଚାଲିଛି। ୧୯୯୯ ମହାବାତ୍ୟା ପରେ ଆସିଥିବା ଏହି ଫାଇଲିନ୍‌ କଥା ମନେପଡିଲେ ଏବେ ବି ଜିଲାବାସୀଙ୍କ ଛାତି ଥରି ଉଠୁଛି।
ଫାଇଲିନ ପାଇଁ ପ୍ରଶାସନ ଓ ସରକାରଙ୍କ ପୂର୍ବ ପ୍ରସ୍ତୁତି ଯୋଗୁ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିଥିଲା। ମାତ୍ର ଉଜୁଡ଼ି ଯାଇଥିଲା ବହୁ ଘରଦ୍ୱାର ଓ ଫସଲ ା
ବହୁ ପୁରୁଣା ଗଛ ଉପୁଡ଼ି ପଡ଼ିଥିଲା। ବିଶେଷକରି ସମୁଦ୍ର କୂଳରେ ବସବାସ କରୁଥିବା ବହୁ ଲୋକଙ୍କ କଚ୍ଚାଘରସବୁ ଭାଙ୍ଗିଯାଇଥିଲା। ୬ ବର୍ଷ ପରେ ବି ମନରୁ ଲିଭିନି ସେହି ତାଣ୍ଡବଲୀଳା ା
ବାତ୍ୟା ବେଳେ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ା ବିପର୍ଯ୍ୟୟ ମୁକାବିଲା ଏବଂ ଥଇଥାନ ପାଇଁ ଜାତିସଂଘଠାରୁ ଆରମ୍ଭ କରି ବିଶ୍ୱବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାର ଓ ଜିଲାପାଳଙ୍କୁ ପ୍ରଶଂସା ମିଳିଥିଲା ା ଫାଇଲିନରେ ଗଞ୍ଜାମ ଜିଲାର ୩୭ ଲକ୍ଷ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହୋଇଥିଲେ ା ୨ ଲକ୍ଷ ୩୮ ହଜାର ଘର ଭାଙ୍ଗି ଯାଇଥିଲା ା ସେଥିମଧ୍ୟରେ ୭୧ ହଜାର ୨୦୦ କଚ୍ଚା ଘର ରହିଥିଲା ା ୬୫ ହଜାର କଚ୍ଚା ଘର ବିଶେଷ କ୍ଷତି ହୋଇଥିଲା ା ୧୯ ହଜାର ୫୦୦ ପକ୍କାଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଜିଲାର ୪ ଲକ୍ଷ ହେକ୍ଟର ଜମିରେ ହୋଇଥିବା ଫସଲ କ୍ଷତି ହୋଇଥିଲା। ୧୫୯୦ ଗୋରୁ, ୫୦୮୦ ଛେଳି ମେଣ୍ଢାଙ୍କ ଜୀବନ ଯାଇଥିଲା ା
ଫାଇଲିନ୍‌ରେ ଭାଙ୍ଗିଯାଇଥିବା ସମୁଦ୍ରକୂଳିଆ କଚ୍ଚାଘର ବଦଳରେ ଲୋକଙ୍କ ପାଇଁ ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟ ସରକାର ଗଞ୍ଜାମ ଜିଲାରେ ୨୦୧୪ରେ ପକ୍କାଘର ନିର୍ମାଣ ଆରମ୍ଭ କରିଥିଲେ ା ଜିଲାର ସମୁଦ୍ର ଓ ଚିଲିକା ଉପକୂଳବର୍ତ୍ତୀ ଛତ୍ରପୁର, ଗଞ୍ଜାମ, ଚିକିଟି, ରଙ୍ଗେଇଲୁଣ୍ଡା ଓ ଖଲ୍ଲିକୋଟ ବ୍ଲକର ୧୬ ହଜାରରୁ ଉର୍ଦ୍ଧ୍ୱ ପରିବାରକୁ ଓଡିଆରପି ଯୋଜନାରେ ସାମିଲ କରାଯାଇଥିଲା ା
ଅନ୍ୟପକ୍ଷରେ ଆହୁରି ଶତାଧିକ ଓଡିଆରପି ଘର ନିର୍ମାଣ ହେବାକୁ ବାକି ରହିଛି ା ଓଡିଆରପି କଲୋନୀରେ ରାସ୍ତା, ଡ୍ରେନ୍‌ ନିର୍ମାଣ, ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା, ଗୋଷ୍ଠୀକେନ୍ଦ୍ର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ରହିଛି ା
ଛତ୍ରପୁର ବ୍ଲକ ପୋଡାପଦର ଗାଁ ନିକଟରେ ୪ ପରିବାର ଏବେ ବି କଚ୍ଚା ଘରେ ରହୁଥିବା ଦେଖିବାକୁ ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

ଅସହ୍ୟ ଗରମରେ ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ଅଫିସ ଘେରି କର୍ମଚାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର, ୨୧।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଅଘୋଷିତ ଭାବେ ହେଉଛି ବିଦ୍ୟୁତ କାଟ। ଏହାର ପ୍ରତିବାଦରେ ଗୁରୁବାର ଟାଟା ପାୱାର ଅଫିସ ଘେରାଉ କରାଯିବା ସହ…

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri