Posted inଖେଳ

ଫାଇନାଲରେ ସିନ୍ଧୁ

ଜାକର୍ତ୍ତା,୨୦।୭(ପି.ଟି.)- ଅଲିମ୍ପିକ୍‌ ରୌପ୍ୟ ପଦକଧାରୀ ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦୦ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ହାଇଦ୍ରାବାଦ ଖେଳାଳି ଅଲ ଇଂଲଣ୍ଡ ଚାମ୍ପିୟନ ଚାଇନାର ଚେନ ୟୁଫେଇଙ୍କୁ ହରାଇ ଦେଇଛନ୍ତି। ଚଳିତ ସିଜନରେ ଫର୍ମ ସହ ସଂଘର୍ଷ କରୁଥିବା ସିନ୍ଧୁ ୨୧-୧୯, ୨୧-୧୦ ଗେମ୍‌ରେ ମ୍ୟାଚ୍‌ ଜିତି ନେଇଛନ୍ତି। ଚଳିତ ବର୍ଷ ଅଷ୍ଟ୍ରେଲିଆ, ସୁଇସ ଓ ଅଲ୍‌ ଇଂଲଣ୍ଡ ଟୁର୍ନାମେଣ୍ଟ ଜିତିଥିବା ଚେନ ପ୍ରଥମ ଗେମ୍‌ରେ ସିନ୍ଧୁଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ବହୁବାର ଉଭୟ ଖେଳାଳିଙ୍କ ପଏଣ୍ଟ ବରାବର ରହିଥିଲା। ହେଲେ ସିନ୍ଧୁ ପ୍ରଥମ ଗେମ୍‌ ଜିତିବା ପରେ ଦ୍ୱିତୀୟରେ ଚାଇନିଜ ଖେଳାଳିଙ୍କୁ ଫେରିବାକୁ ସୁଯୋଗ ଦେଇ ନ ଥିଲେ। ବିଜୟ ସହ ବିଶ୍ୱର ୫ମ ର଼୍ୟାଙ୍କ ଭାରତୀୟ ଖେଳାଳି ଚଳିତ ସିଜନରେ ପ୍ରଥମ ଥର ପାଇଁ କୌଣସି ଟୁର୍ନାମେଣ୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସିନ୍ଧୁ ଓ ଜାପାନର ୪ର୍ଥ ସିଡ୍‌ ଆକାନେ ୟାମାଗୁଚିଙ୍କ ମଧ୍ୟରେ ଫାଇନାଲ ମୁକାବିଲା ହେବ। ଏଥିପୂର୍ବରୁ ଦୁଇ ଶଟଲର ପରସ୍ପରକୁ ୧୪ଥର ଭେଟି ସାରିଛନ୍ତି। ଏଥିରେ ସିନ୍ଧୁ ୧୦-୪ରେ ଆଗୁଆ ଅଛନ୍ତି। ଅନ୍ତିମ ୪ ମ୍ୟାଚ୍‌ରେ ମଧ୍ୟ ସିନ୍ଧୁ ବିଜୟୀ ହୋଇଛନ୍ତି। ଏଭଳି ରେକର୍ଡ ସତ୍ତ୍ୱେ ସିନ୍ଧୁଙ୍କୁ ଫାଇନାଲ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ବନ୍ଧନରେ ନଟରାଜ

କଟକ ଅଫିସ,୧୬ା୫- ରାଜ୍ୟ କ୍ରିକେଟର ତାରକା ଖେଳାଳି ତଥା ପୂର୍ବତନ ଅଧିନାୟକ ନଟରାଜ ବେହେରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବେଙ୍ଗାଲୁରୁରେ ବୈଦିକ ରୀତିରେ...

ଭାରତକୁ ହରାଇବାକୁ ସଜ ହେଲାଣି ଆଫଗାନିସ୍ତାନ

ଦୁବାଇ,୩।୧୧: ଆଫଗାନିସ୍ତାନର ନଜର ସେମିଫାଇନାଲରେ ଅଛି ବୋଲି କହିଛନ୍ତି ଦ୍ରୁତ ବୋଲର ହାମିଦ ହସନ। ଏହାଛଡ଼ା ଦଳ ବୁଧବାର ଟି୨୦ ବିଶ୍ୱକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌ରେ...

ନ୍ୟୁଜିଲାଣ୍ଡ ବ୍ୟାଟିଂ କୋଚ୍‌ ପଦ ଛାଡିଲେ ଫଲଟନ

ଅକ୍‌ଲାଣ୍ଡ,୨।୭ (ପି.ଟି.): ପିଟର ଫଲଟନ ନ୍ୟୁଜିଲାଣ୍ଡର ବ୍ୟାଟିଂ କୋଚ୍‌ ପଦ ଛାଡିଛନ୍ତି। ସେ କାଣ୍ଟେରବୁରି ପୁରୁଷ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହେବା ପାଇଁ...

ରେସ୍‌ ବେଳେ ଦୁର୍ଘଟଣା ଯୋଗୁ କୋମାରେ ସାଇକ୍ଲିଷ୍ଟ

ଓ୍ବାର୍‌ସ (ପୋଲାଣ୍ଡ), ୭ା୮ (ଏପି)-ଡଚ୍‌ ସାଇକ୍ଲିଷ୍ଟ ଫାବିଓ ଜାକବସେନ୍‌ ଏବେ କୋମା ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପୋଲାଣ୍ଡରେ ଚାଲିଥିବା ଟୁର୍‌ ଡି’ ପୋଲୋନେ ରେସ୍‌ର ଫାଇନାଲ...

୨୧ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ମହିଳା ହକି: ସୁମନ ଦେବୀଙ୍କୁ ଭାରତୀୟ ଦଳର ନେତୃତ୍ୱ

ନୂଆଦିଲ୍ଲୀ, ୨୧।୫(ପି.ଟି.)- ଆୟର୍ଲାଣ୍ଡର ଡବ୍‌ଲିନଠାରେ ଚଳିତ ମାସ ୩୧ରୁ ଆରମ୍ଭ ହେବାକୁ ଥିବା ୨୧ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର...

ଅଷ୍ଟ୍ରେଲିଆ ସଫଳତା ପରେ ମୁଣ୍ଡନ ହେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୩୧ା୧- ଅଷ୍ଟ୍ରେଲିଆରେ ମିଳିଥିବା ସଫଳତା ପରେ ଭାରତୀୟ ପେସର ଟି. ନଟରାଜନ ରବିବାର ନଣ୍ଡା ହୋଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସେ ଏକ ଫଟୋ...

ସଚିନଙ୍କ ‘ହ୍ୟାଲୋ’ ଶୁଣି ଏହି ଖେଳାଳିଙ୍କୁ ହାତରୁ ଖସିପଡିଥିଲା ଖାଦ୍ୟ ଥାଳି

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱର ଜଣେ ମହାନ ବ୍ୟାଟ୍ସମ୍ୟାନ୍‌ ଭାବେ ଜଣାଶୁଣା। ଜଣେ ମହାନ କ୍ରିକେଟର୍‌ ହୋଇଥିବାରୁ ଯୁବ କ୍ରିକେଟରମାନେ ତାଙ୍କୁ ଭେଟିବାକୁ ମଧ୍ୟ ଡରନ୍ତି।...

ଚେନ୍ନାଇକୁ ମିଳିଲା ୧୭୦ ରନ୍‌ର ବିଜୟ ଲକ୍ଷ୍ୟ

ପୁଣେ,୧୭।୪: ଆଇପିଏଲ୍‌ ୨୦୨୨ର ୨୯ତମ ମ୍ୟାଚ୍‌ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ...

Advertisement
Archives

Model This Week