ଫାଇନାନ୍ସ ବିକଳ୍ପକୁ ବୃଦ୍ଧି କରୁଛି ହୋଣ୍ଡା

ନୂଆଦିଲ୍ଲୀ,୧୦।୭: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ଗ୍ରାହକଙ୍କ ଲାଗି ଖୁଚୁରା ଫାଇନାନ୍ସ ବିକଳ୍ପକୁ ବୃଦ୍ଧି କରୁଛି। ଏହି ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ଚୋଳମଣ୍ଡଳମ୍‌ ଇନଭେଷ୍ଟମେଣ୍ଟ ଆଣ୍ଡ ଫାଇନାନ୍ସ କମ୍ପାନୀ ସହ ଚୁକ୍ତିରେ ସାମିଲ ହୋଇଛି। ହୋଣ୍ଡାର ବିକ୍ରି ଓ ମାର୍କେଟିଂ ଉପସଭାପତି ୟଦ୍‌ବିନ୍ଦର ସିଂ ଗୁଲେରିଆ ଏବଂ ଚୋଳମଣ୍ଡଳମର ସଭାପତି ଓ ଭେଇକିଲ ଫାଇନାନ୍ସ ବ୍ୟବସାୟ ମୁଖ୍ୟ ରବୀନ୍ଦ୍ର କୁଣ୍ଡୁଙ୍କ ମଧ୍ୟରେ ଏହି ଚୁକ୍ତି ସମ୍ପାଦିତ ହୋଇଛି। ବୀମା ପ୍ରିିମିୟମରେ ବୃଦ୍ଧି ନୂଆ ବ୍ରେକ ନିୟମ ଲାଗୁ ପରେ ଦୁଇଚକିଆ ଯାନର ମାଲିକାନା ଖର୍ଚ୍ଚ ବଢିଛି। ଅଧିକରୁ ଅଧିକ ଗ୍ରାହକ ସେମାନଙ୍କ ପସନ୍ଦର ବାଇକ କିଣିବା ଲାଗି ଫାଇନାନ୍ସ ବିକଳ୍ପକୁ ଚୟନ କରୁଥିବା ଉପସଭାପତି ଗୁଲେରିଆ କହିଛନ୍ତି। ଫାଇନାନ୍ସ ବିକଳ୍ପ ଚୟନ କରୁଥିବା ଗ୍ରାହକଙ୍କ ସଂଖ୍ୟାରେ ଆଗାମୀ ଦିନରେ ବୃଦ୍ଧି ଘଟିବ। ଗ୍ରାହକଙ୍କୁ ସହାଇଲା ଭଳି ଫାଇନାକ୍ସ ବିକଳ୍ପ ପ୍ରଦାନ ଲାଗି ଏଭଳି ଚୁକ୍ତି ସ୍ବାକ୍ଷରିତ ହୋଇଥିବା ସେ କହିଛନ୍ତି। ଚୋଳ ମଣ୍ଡଳମ ଜରିଆରେ ଯାନ ଫାଇନାନ୍ସ କଲେ ଗ୍ରାହକ ୬ ହଜାର ଟଙ୍କାର ସଞ୍ଚୟ କରିପାରିବେ। ଏହାବାଦ ଜିରୋ ପ୍ରୋସେସିଂ ଫି, ବର୍ଦ୍ଧିତ ରିପେମେଣ୍ଟ ଅବଧି ଏବଂ ନିମ୍ନ ଇଏମଆଇ ସୁବିଧା ଗ୍ରାହକ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ବଜେଟ-୨୦୨୧: ନଜରରେ ୫ ପ୍ରମୁଖ କ୍ଷେତ୍ର

ନୂଆଦିଲ୍ଲୀ,୧ା୨: ବଜେଟ ୨୦୨୧ ଅର୍ଥ ବ୍ୟବସ୍ଥା ଲାଗି ଅନେକ ଗୁରୁତ୍ୱ ବହନ କରେ। ପୂର୍ବର ବଜେଟଗୁଡ଼ିକ ତୁଳନାରେ ୨୦୨୧-୨୨ ଆର୍ଥତ୍କ ବର୍ଷର ବଜେଟ ଭିନ୍ନ ହେବ...

ଆସିପାରେ ଲକ୍ଷେ କୋଟିର ଆଉ ଏକ ପ୍ୟାକେଜ

ନୂଆଦିଲ୍ଲୀ,୧୦।୪: ସରକାର ଆଗାମୀ ଦିନରେ ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଆଣିବା ନେଇ ସମ୍ଭାବନା ରହିଛି। ଏହି ପ୍ୟାଜେକ ୧ ଲକ୍ଷ କୋଟି ଟଙ୍କାର ହେବା ନେଇ...

ଆଜି ଷ୍ଟାର୍‌ କିରଣରେ ‘ଆମ ଘର ଦଶହରା’

ଭୁବନେଶ୍ୱର,୨।୧୦: ରାଜ୍ୟର ପ୍ରମୁଖ ନୂତନ ଓଡ଼ିଆ ମନୋରଞ୍ଜନଭିତ୍ତିକ ଚ୍ୟାନେଲ ଷ୍ଟାର୍‌ କିରଣ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଆମ ଘର ଦଶହରା’ ର ଆୟୋଜନ କରାଯାଇଛି। ଏହି...

ଏସାର ଷ୍ଟିଲର ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ,୧୭-୧୨: ଏସାର ଷ୍ଟିଲର ଅଧିଗ୍ରହଣ ପ୍ରକ୍ରିୟା ସୋମବାର ସମ୍ପୂର୍ଣ୍ଣ ହୋଇଛି। ୪୨ ହଜାର କୋଟି ଟଙ୍କାର ଏହି ଡିଲ୍‌କୁ ମିଳିତ ଭାବେ ଆର୍ସେଲର ମିତ୍ତଲ ଏବଂ...

ଶୀଘ୍ର ଆସିବ ଷ୍ଟାଣ୍ଡାର୍ଡ କୋଭିଡ ବୀମା

ନୂଆଦିଲ୍ଲୀ,୨୯।୬ : ଜୁଲାଇ ୧୦ ସୁଦ୍ଧା କୋଭିଡ ଷ୍ଟାଣ୍ଡାର୍ଡ ଚିକିତ୍ସା ବୀମା ଆଣିବାକୁ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ପକ୍ଷରୁ ବୀମା...

ବିଓବିରେ ମିଶ୍ରଣର ପ୍ରଭାବ;୯୦୦ ଶାଖା ବନ୍ଦ ହେବା ସମ୍ଭାବନା

ନୂଆଦିଲ୍ଲୀ,୨୦-୫: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ସହ ଅନ୍ୟ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପରେ ଏବେ ୮୦୦ରୁ ୯୦୦ ଶାଖା ବନ୍ଦ ହୋଇଯିବ ଅଥବା ସ୍ଥାନାନ୍ତରିତ...

ବୁଡ଼ିଗଲା ବ୍ରିଟେନର ୧୭୮ ବର୍ଷର ଥମାସ କୁକ୍‌

ଲଣ୍ଡନ,୨୪-୯: ପର୍ଯ୍ୟଟକଙ୍କୁ ୧୭୮ ବର୍ଷ ଧରି ବିଭିନ୍ନ ସେବା ଯୋଗାଇ ଆସୁଥିବା ବ୍ରିଟେନର ପ୍ରସିଦ୍ଧ କମ୍ପାନୀ ଥମାସ କୁକ୍‌ ଶେଷରେ ବୁଡ଼ିଗଲା। ଜରୁରିକାଳୀନ ପାଣ୍ଠି ଯୋଗାଡ...

ଫେବୃୟାରୀରେ ୩.୯୪ ଲକ୍ଷ ଯାନ ବିକ୍ରି

ନୂଆଦିଲ୍ଲୀ,୫।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟାକର୍ପ ଚଳିତ ବର୍ଷ ଫେବୃୟାରୀରେ ପ୍ରାୟ ୩.୯୪ ଲକ୍ଷ ୟୁନିଟ ଯାନ ବିକ୍ରି କରିଛି...

Advertisement
Archives

Model This Week