ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୨୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନଂ. ଜାତୀୟ ରାଜପଥ କଡ଼ରେ ଥିବା ନାହାଗୁଣା ଗ୍ରାମ ନିକଟରେ ସୋମବାର ଜଣେ ଘରୋଇ ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଫାଇନାନ୍ସ କର୍ମଚାରୀ ହେଲେ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ନିଶାକର ମଲ୍ଲିକ(୨୮)। ଗୁରୁତର ଅବସ୍ଥାରେ ନିଶାକରଙ୍କୁ ଆନନ୍ଦପୁର ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ସେ ସୋମବାର ସ୍ଥାନୀୟ ଅଞ୍ଚଳରେ ସ୍ବୟଂ ସହାୟକ ଗ୍ରୁପ ନିକଟରୁ ଆଦାୟ କରିଥିବା ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ଧରି ଫେରୁଥିବାବେଳେ ଦୁର୍ବୃତ୍ତମାନେ ପଲ୍‌ସରରେ ଆସି ତାଙ୍କୁ ଛୁରାମାଡ଼ କରି ଟଙ୍କା ଲୁଟି ନେଇଥିଲେ। ଖବରପାଇ ଘସିପୁରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାରୋଗୀଙ୍କୁ ଓ୍ବାଡେନ୍‌ ଇଞ୍ଜେକ୍ସନ ଦେବା ଘଟଣା: ଚାକିରିରୁ ବିଦା ହେଲେ, ନର୍ସଙ୍କୁ ସୋ-କଜ୍‌ ନୋଟିସ୍‌

ଢେଙ୍କାନାଳ ଅଫିସ,୫।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳା ରୋଗୀଙ୍କୁ ଓ୍ବାଡେନ୍‌ ଇଞ୍ଜେକ୍ସନ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ...

ବନ୍ଧା ହେଲେ ଦୁଇ ବାଇକ୍‌ ଚୋର

ପାଟଣା,୨୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ଗୁରୁବାର ଦୁଇ ବାଇକ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ...

ମମିତା ମୃତ୍ୟୁ ମାମଲା: କେଉଁଠି କେମିତି ହତ୍ୟା କରିଥିଲେ ସବୁ ମାନିଲେ ଗୋବିନ୍ଦ

ବଲାଙ୍ଗୀର ଅଫିସ,୨୦ା୧୦: ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ବଡ଼ଧରଣର ଖୁଲାସା ହୋଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମମିତାଙ୍କୁ...

୬ ସାହିରେ ଘଟ ପରିକ୍ରମା: ମନମୋହୁଛି ରଥ, କଳାକୁଞ୍ଜ

ବ୍ରହ୍ମପୁର ଅଫିସ, ୨୭ା୪- ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା ଶୁକ୍ରବାର ୨୮ ଦିନରେ ପହଞ୍ଚିଛି। ଆଉ ୩ ଦିନ ପରେ ମା’ଙ୍କ ବାହୁଡାଣୀ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଜଣେ ଅନ୍ତେବାସୀଙ୍କ ଅସ୍ବାଭାବିକ ଆଚରଣ, କର୍ମଚାରୀ ରାତି ଅନିଦ୍ରା

କଣ୍ଟାପଡ଼ା,୧୩ା୫(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମଙ୍ଗଳବାରଠାରୁ ରହିଥିବା ଜଣେ ପ୍ରବାସୀ ଅନ୍ତେବାସୀଙ୍କ ପାଇଁ ଉକ୍ତ କେନ୍ଦ୍ର ଦାୟିତ୍ୱରେ ରହିଥିବା କର୍ମଚାରୀମାନଙ୍କୁ ରାତି...

ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା:ଜାତୀୟ ଭତ୍ତା ପାଇବା ଅପେକ୍ଷାରେ ଅଛନ୍ତି ୨୪୨୨ଜଣ

ଯାଜପୁର ଅଫିସ,୨୮।୮- ଯାଜପୁର ଜିଲାରେ ମୋଟ ୬୧,୨୧୧ ଜଣ ବ୍ୟକ୍ତି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ୧୯,୬୪୪ ଜଣ ବିଧବା ଭତ୍ତା ଓ ୪,୬୨୩ ଜଣ ଭିନ୍ନକ୍ଷମ...

ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ: ଷ୍ଟ୍ରେଚରରେ ମୃତଦେହକୁ ୨ କିମି ବୋହିଲେ ପରିବାରଲୋକେ

ମାଲକାନଗିରି,୨୯।୭(ସ୍ବ.ପ୍ର.): ହଜିଗଲା ମାନବିକତା,ମୃତ୍ୟୁ ପରେ ମଧ୍ୟ ମିଳିଲାନାହିଁ ସମ୍ମାନ। ଶେଷରେ ମେଡିକାଲ ଷ୍ଟ୍ରେଚରରେ ପରିବାରଲୋକେ ମୃତଦେହକୁକୁ ବୋହି ନେଲେ ଘରକୁ। ଏଭଳି ଏକ ଅଭାବନୀୟ ଘଟଣା...

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ମକ୍‌ଡ୍ରିଲ

ବାଙ୍ଗିରିପୋଷି,୨୦ା୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

Advertisement


Archives

Model This Week