ଫଳକରେ ଶହୀଦ ପୀଠ ଭାଗ୍ୟ

ବାସୁଦେବପୁର, ୯।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ରକ୍ତତୀର୍ଥ ଇରମ ଶହୀଦ ପୀଠର ଉନ୍ନତୀକରଣ କେବଳ ରାଜ୍ୟ ସଂସ୍କୃତି ପର୍ଯ୍ୟଟନ ବିଭାଗର ଫଳକରେ ଅଟକି ରହିଛି। ବିଭିନ୍ନ ସମୟରେ ବିବାଦରେ ଛନ୍ଦି ହୋଇଥିବାରୁ ଶହୀଦ ପୀଠ ଉନ୍ନତୀକରଣ ଦିଗରେ ବିବାଦ ହିଁ ବାଧକ ସାଜୁଛି। ବିଳମ୍ବରେ ହେଲେ ମଧ୍ୟ ଗତ ୩ ବର୍ଷ ତଳେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ତତ୍କାଳୀନ ମନ୍ତ୍ରୀ ଅଶୋକ ପଣ୍ଡା ଏହି ଐତିହାସିକ ଶହୀଦ ପୀଠକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ଦେଇଥିଲେ। ବିଭାଗ ପକ୍ଷରୁ ପୀଠର ବିକାଶ ଉନ୍ନତୀକରଣ ପାଇଁ ପ୍ରଦତ୍ତ ଅର୍ଥ ଠିକ୍‌ ଭାବେ ଖର୍ଚ୍ଚ ହୋଇପାରୁ ନାହିଁ। ଏହାଛଡ଼ା ୨ ବର୍ଷ ପୂର୍ବେ କେନ୍ଦ୍ର ପ୍ରାକୃତିକ ଗ୍ୟାସ୍‌ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପୀଠର ଉନ୍ନତୀକରଣ ସକାଶେ ୧ କୋଟି ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିବା ବେଳେ ପ୍ରଦତ୍ତ ଅର୍ଥରାଶିରୁ ଟଙ୍କାଟିଏ ମଧ୍ୟ ଏଯାଏ ଖର୍ଚ୍ଚ ହୋଇପାରି ନ ଥିବା ଜଣାପଡ଼ିଛି।
୧୯୪୨ ମସିହାରେ ଏହି ଐତିହାସିକ ପୀଠରେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ୨୯ ଜଣ ସଂଗ୍ରାମୀ ଶହୀଦ ହୋଇଥିବା ବେଳେ ଏହା ଦ୍ୱିତୀୟ ଜାଲିଆନାୱାଲାବାଗ ଭାବେ ପରିଚିତ। ପୀଠର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କେତେକ ବ୍ୟକ୍ତି ଶହୀଦ ସ୍ମୃତିସ୍ତମ୍ଭକୁ ଲାଗି ପରିବା ଦୋକାନ କରିଛନ୍ତି। ପଚା ପନିପରିବାର ଦୁର୍ଗନ୍ଧରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସେହିପରି ସମାଧି ପୀଠକୁ ଲାଗି ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅସ୍ଥାୟୀ ଭାବେ ମାଛ ବିକ୍ରି କରୁଥିବା ଦେଖିବାକୁ ମିଳିଛି, ଯାହାକି ଅତ୍ୟନ୍ତ ଲଜ୍ୟାକର ବିଷୟ। ଏଠାରେ ମାଛ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଅସାମାଜିକ ବ୍ୟକ୍ତିମାନେ ପୀଠରେ ମଦ୍ୟପାନ କରୁଛନ୍ତି ଓ ଆଡ୍ଡା ଜମାଉଛନ୍ତି। ଦୀର୍ଘଦିନରୁ ଲାଗିରହିଥିବା ସମସ୍ୟା ଜମି ବିବାଦକୁ ସମାଧାନ କରିବା ଓ ଏହି ପୀଠର ଉନ୍ନତି ପାଇଁ ବାଟ ଫିଟାଇବା ଲାଗି ଓଟିଡିସି ବିଭାଗ, ଜିଲା, ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରି ୬୯ ଡିସିମିଲି ଜମିକୁ ଚିହ୍ନଟ କରିଛନ୍ତି। ଏଥିସହ ସୀମାରେ ନାଳ ଖୋଳି ଓ ଖୁଣ୍ଟି ବାଡ଼ ବସାଇ ଅକ୍ତିଆରକୁ ନିଆଯାଇଛି ବୋଲି ସରପଞ୍ଚ ପ୍ରଫୁଲ୍ଲ ବିଶ୍ୱାଳ କହିଛନ୍ତି। ଆଉ ମାତ୍ର ଦେଢ଼ମାସ ପରେ ସେପ୍ଟେମ୍ବର ୨୮ ତାରିଖରେ ଶହୀଦ ଦିବସ। ଏହି ଦିବସ ପାଳନ ନିମନ୍ତେ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଚଳିତବର୍ଷର ଶହୀଦ ଦିବସ ପୂର୍ବ ବର୍ଷଗୁଡ଼ିକଠାରୁ ନିଆରା ଢଙ୍ଗରେ ପାଳନ କରାଯିବା ସହ ପୀଠର ଉନ୍ନତୀକରଣ ଦିଗରେ ଧ୍ୟାନ ଦିଆଯିବା ଲାଗି ସେ ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି। ଏ ସମ୍ପର୍କରେ ବିଡିଓ ବୀରକିଶୋର ପାଣିଗ୍ରାହୀଙ୍କୁ ପଚାରିବାରୁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଦତ୍ତ ଅର୍ଥରେ ଶହୀଦ ପୀଠର ଉନ୍ନତୀକରଣ ନିମନ୍ତେ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ: ସ୍ପଷ୍ଟୀକରଣ ଦାଖଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୯ା୩(ବ୍ୟୁରୋ): ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦କୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର ମାଗିଥିବା ସ୍ପଷ୍ଟୀକରଣକୁ ରାଜ୍ୟ ସରକାର ଦାଖଲ କରିଛନ୍ତି। ଏନେଇ କେନ୍ଦ୍ର ଗୃହ ସଚିବଙ୍କୁ...

ଷ୍ଟେଶନ୍‌ ବଜାର ମା’ଶ୍ୟାମାକାଳୀ ପୂଜା : ଚାନ୍ଦି ଅଳଙ୍କାର ମେଢ଼ ସଜ୍ଜା ଉପରେ ଗୁରୁତ୍ୱ

ଯାଜପୁର ରୋଡ, ୨୧ା୧୦(ନି.ପ୍ର.): ଯାଜପୁର ରୋଡ ସହର ସ୍ଥିତ ଷ୍ଟେଶନ୍‌ ବଜାରରେ ୧୯୫୮ରୁ ମା’ ଶ୍ୟାମାକାଳୀଙ୍କୁ ପୂଜା କରାଯାଉଛି। ଏଠାରେ ପୂଜା ଆରମ୍ଭ ହେବା ପୂର୍ବରୁ...

ପୂଜାରେ ବାଣ୍ଟିବେ ସଚେତନତା ବାର୍ତ୍ତା

ଆରଡ଼ି, ୧।୯ (ଡି.ଏନ.ଏ.)- ସୋମବାର ବିଦ୍ୟାଦାତା ବିଘ୍ନବିନାଶକ ଗଜାନନଙ୍କ ପୂଜା। ଏଥିପାଇଁ ଗଁାଠୁ ସହର ସବୁଠି ଚାଲିଛି ପ୍ରସ୍ତୁତି। କାରିଗରମାନେ ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ...

ଚାଲିଚାଲି ଘରକୁ ଫେରୁଛନ୍ତି ରାଜ୍ୟ ଭିତର ଶ୍ରମିକ

ଠାକୁରମୁଣ୍ଡା,୭ା୫(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରୁ ଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହି ଶ୍ରମିକ ଭାବରେ କାମ କରୁଥିବା ଶ୍ରମିକ ଏବେ ଘରମୁହାଁ...

କଷ୍ଟ ଦେଉଛି କ୍ରଶର ଗୁଣ୍ଡ

କାମାକ୍ଷାନଗର, ୩୦।୭ (ଡି.ଏନ୍‌.ଏ.) ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷଙ୍କ ପରିଚାଳନାରେ ଥିବାବେଳେ ରାସ୍ତାର ଉନ୍ନତୀକରଣ ହୋଇପାରୁ ନ ଥିଲା। ଖାଲଖମାରେ ଭର୍ତ୍ତି ହୋଇଥିବା ସଡ଼କ...

ଜଗନ୍ନାଥଙ୍କ ଅର୍ଥ ଫେରାଇବାକୁ ନେଇ ଦୋଷ ଲଦାଲଦି

ଭୁବନେଶ୍ୱର,୯।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କ ଖରାପ ସ୍ଥିତିଦେଇ ଗତି କରୁଥିବାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଅର୍ଥ ସେଥିରେ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ବ୍ୟାଙ୍କରେ ମହାପ୍ରଭୁଙ୍କ...

ଜମି ଚିହ୍ନଟ ଦାବିରେ ଆର୍‌ଆଇ ଅଫିସ୍‌ ଘେରିଲେ ଭୂମିହୀନ

ବାଲେଶ୍ୱର ଅଫିସ, ୧୫।୨-ବାଲେଶ୍ୱର ଜିଲା ସଦର ତହସିଲ ଅଧୀନ ହିଡ଼ିଗାଁ ପଞ୍ଚାୟତରେ ଥିବା ଭୂମିହୀନମାନେ ୫ବର୍ଷ ପୂର୍ବରୁ ଚିହ୍ନଟ ହୋଇ ଚାନ୍ଦିପୁର ଆର୍‌ଆଇ ଅଫିସରୁ ପଟ୍ଟା...

ଓଲଟିଲା ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର

ଆର.ଉଦୟଗିରି,୨୬ା୮(ଡି.ଏନ.ଏ.): ମୋହନା ଥାନା ନାରୀଙ୍ଗୀ ଘାଟିରେ ଟ୍ରାକ୍ଟର ଓଲଟି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକ ହେଲେ ମୋହନା...

Advertisement
Archives

Model This Week