Posted inରାଜ୍ୟ

ଫନୀ ଯିବାର ଦେଢ ମାସ ବିତିଲା : ସୁଧୁରିଲାନି ବିଦ୍ୟୁତ୍‌ ସମସ୍ୟା

ରଘୁନାଥପୁର, ୨୩। ୬ (ଡି.ଏନ.ଏ.): ବାତ୍ୟା ଫନୀ ଯିବାର ଦେଢ ମାସ ପରେ ମଧ୍ୟ ରଘୁନାଥପୁର ସେସୁ ବିଭାଗ ଅଧୀନରେ ଥିବା ବିଭିନ୍ନ ଗଁାରେ ବିଦ୍ୟୁତ୍‌ ସମସ୍ୟାରେ ସୁଧାର ଆସିନାହିଁ। ମେ ମାସ ସୁଦ୍ଧା ଖୁଣ୍ଟ ପକାଇ ତାର ଟାଣି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରାଯାଇଥିବା କୁହାଯାଇଥିଲା। ମାତ୍ର ଏବେ ମଧ୍ୟ ସବୁଦିନ ବିଦ୍ୟୁତ୍‌ ସମସ୍ୟା ଦେଖାଯାଉଛି। ଏହା ସାଧାରଣ ଜନତାଙ୍କ ଚିନ୍ତା ବଢାଇଥିବାବେଳେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାରବେଳେ ଅସ୍ଥାୟୀ କାମ ସମସ୍ୟାକୁ ଦ୍ୱିଗୁଣିତ କରିଛି। କେଉଁଠି ସାମାନ୍ୟ ପବନରେ ୧୧ କେଭି ତାର ଉପରେ ଗଛ ଡାଳ ପଡି ଟ୍ରିପ କରିଯାଉଛି ତ କେଉଁଠାରେ ମୌସୁମୀର ପ୍ରଥମ ବର୍ଷାରେ ମେନ୍‌ ଲାଇନ ଖୁଣ୍ଟ ଭୁଶୁଡି ପଡିଛି। ସେସୁର ଅପାରାଗତା ତଥା ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ରଘୁନାଥପୁର ଅଞ୍ଚଳବାସୀ ବିଦ୍ୟୁତ୍‌ ଜନିତ ସମସ୍ୟାରେ ଘାଣ୍ଟି ହେଉଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ଗୋପାଳପୁରଠାରୁ ୮ କିମି ବ୍ୟାପୀ ଖଣ୍ଡତରି ପର୍ଯ୍ୟନ୍ତ ୧୧ କେଭି ଲାଇନ ପାଇଁ ନୂତନ ଭାବେ ଏକ ଶହରୁ ଊର୍ଦ୍ଧ୍ୱ ଖୁଣ୍ଟ କଟକ-ପାରାଦୀପ ରାସ୍ତାପାର୍ଶ୍ୱରେ ପୋତା ଯାଇଥିଲା। କୌଣସି ସ୍ଥାନରେ ଖୁଣ୍ଟର ଭାର ରକ୍ଷା କରିବାକୁ ଷ୍ଟେ କିମ୍ବା ପୋତା ହୋଇଥିବା ଖୁଣ୍ଟକୁ କଂକ୍ରିଟ ଦିଆଯାଇ ମଜଭୁତ୍‌ କରାଯାଇ ନ ଥିଲା। ସେତେବେଳେ ଏ ସମ୍ପର୍କରେ ଜେଇ ଭବାନୀ ପ୍ରସାଦ ମହାନ୍ତିଙ୍କୁ ପଚାରିବାରେ, ପ୍ରଥମେ ଲୋକେ ଲାଇନ ପାଇଯାଆନ୍ତୁ ପରବର୍ତ୍ତୀ ସମୟରେ ଖୁଣ୍ଟ ମୂଳ କଂକ୍ରିଟ କରାଯିବ ବୋଲି କହିଥିଲେ। କିନ୍ତୁ ଖୁଣ୍ଟ ପୋତା ହେବାର ୨୦ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ଏହାର ସ୍ଥାୟୀ ପ୍ରତିକାର କରାଗଲାନାହିଁ। ଫଳରେ ମୌସୁମୀ ବର୍ଷା ହେବାର ଦିନକ ପରେ ଖୁଣ୍ଟ ମୂଳରେ ପାଣି ପଶି ତାହା ଦୋହଲୁଛି। ଏପରି କି ଅଚ୍ଛୁତପୁରଠାରେ ଦୁଇଟି ସିମେଣ୍ଟ ଖୁଣ୍ଟ ଶୁକ୍ରବାର ରାତିରେ ରାସ୍ତାପାର୍ଶ୍ୱକୁ ଶୋଇପଡିଛି। ଫଳରେ ତାରପୁର ଓ ଚିକିଣିଆ ପଞ୍ଚାୟତରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇପଡିଥିଲା। ଅନ୍ୟପକ୍ଷରେ ଆହୁରି ଅନେକ ସିମେଣ୍ଟ ଖୁଣ୍ଟ ନିମ୍ନଭାଗ ମଜଭୁତ ନ ଥିବାରୁ ରାସ୍ତାର ବିଭିନ୍ନ ପାର୍ଶ୍ୱକୁ ଢଳିଲା ପରି ରହିଛି। ଏହା ପଥଚାରୀଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଏକଜିକ୍ୟୁଟିଭ ଇଞ୍ଜିନିୟର ଜଗଦିଶ ଚନ୍ଦ୍ର ସାହୁଙ୍କୁ ପଚାରିବାରେ ବର୍ତ୍ତମାନ ସେଠାରେ କାମ କରୁଥିବା ଲୋକ ବିରିଡି ସାଇଡରେ କାମ କରୁଛନ୍ତି। ଏସ୍‌ଡିଓଙ୍କୁ କହି ସେଗୁଡିକର ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ତୁରନ୍ତ ସ୍ଥାୟୀ ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ୍‌ ଜନିତ ସମସ୍ୟାର ସୁଧାର ଆଣିବା ପାଇଁ ଉପଭୋକ୍ତାଙ୍କ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri