Posted inଖେଳ

ଫନୀ ବାତ୍ୟା ପାଇଁ ହକି ଇଣ୍ଡିଆର ୩୧ ଲକ୍ଷ ଟଙ୍କା ସାହାଯ୍ୟ

ଭୁବନେଶ୍ୱର,୮।୮(ସ୍ପୋଟ୍ସ ବ୍ୟୁରୋ)- ପ୍ରଳୟଙ୍କାରୀ ଫନୀ ବାତ୍ୟା ପାଇଁ ହକି ଇଣ୍ଡିଆ ତରଫରୁ ଓଡ଼ିଶା ସରକାରଙ୍କୁ ଅର୍ଥ ପ୍ରଦାନ କରାଯାଇଛି। ହକି ଇଣ୍ଡିଆ ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୩୧ ଲକ୍ଷ ଟଙ୍କା ପ୍ରଦାନ କରିଛି। ହକି ଇଣ୍ଡିଆ ଅଧ୍ୟକ୍ଷ ମୁସ୍ତାକ ଅହମ୍ମଦ ଓ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ମୁଖ୍ୟ ନରିନ୍ଦର ବାତ୍ରା ବୁଧବାର ମିଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେକ୍‌ ପ୍ରଦାନ କରିଥିଲେ। ଜୁନ୍‌ ୬ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍ସର ମ୍ୟାଚ୍‌ ଟିକେଟ ବିକ୍ରିରୁ ଏହି ପରିମାଣର ଅର୍ଥ ଉପଲବ୍ଧ ହୋଇଥିଲା। ପୂର୍ବରୁ ମଧ୍ୟ ଟିକେଟ ବିକ୍ରିରୁ ମିଳିବାକୁ ଥିବା ସବୁ ଅର୍ଥକୁ ଫନୀ ବାତ୍ୟା ପୀଡିତଙ୍କୁ ସାହାଯ୍ୟାର୍ଥେ ପ୍ରଦାନ କରିବାକୁ ହକି ଇଣ୍ଡିଆ ପ୍ରତିଶ୍ରୁତି ଦେଇଥିଲା। ଶେଷରେ ଏହାକୁ ହକି ଇଣ୍ଡିଆ ପୂରଣ କରିଛି। ଉଲ୍ଲେଖଥାଉ କି, ଚଳିତ ବର୍ଷ ଫନୀ ଯୋଗୁ ଓଡ଼ିଶା ଉପକୂଳରେ ଶ୍ରଭୂତ କ୍ଷତି ହୋଇଥିଲା ଓ ରାଜ୍ୟର ଭିତ୍ତିଭୂମିକୁ ଦୋହଲାଇ ଦେଇଥିଲା। ରାଜ୍ୟର ୧୪ଟି ଜିଲାର ୧୫୯ଟି ବ୍ଲକର ଦେଢ଼ କୋଟି ଲୋକ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲେ। ତେବେ ଏହା ସତ୍ତ୍ୱେ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ସଫଳତାର ସହ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ଓଡ଼ିଶା ସରକାରଙ୍କ ସହାୟତା ଓ ରାଜ୍ୟ ଲୋକଙ୍କ ଭଲ ପାଇବା ଯୋଗୁ ଏହି ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜିତ ହୋଇଥିଲା ବୋଲି ହକି ଇଣ୍ଡିଆ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଇଭୋଲଟେଜ୍‌ ମ୍ୟାଚ୍‌ ପୂର୍ବରୁ ଏହି କଥା ଶୁଣି ପ୍ରବଳ ରାଗିଗଲେ କୋହଲି: କହିଲେ…

ଦୁବାଇ,୨୪।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପରେ ବିରାଟ କୋହଲି କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱରୁ ଇସ୍ତଫା ଦେବେ। ତେବେ...

କାଭିନ୍ଦର, ସଞ୍ଜିତ୍‌ ଫାଇନାଲରେ

ନୂଆଦିଲ୍ଲୀ, ୩୧ା୧୦ (ପି.ଟି.)- ଭାରତୀୟ ବକ୍ସର କାଭିନ୍ଦର ସିଂ ବିସ୍ତ୍‌ (୫୭କେଜି) ଓ ସଞ୍ଜିତ (୯୧କେଜି) ଫ୍ରାନ୍ସର ନାଣ୍ଟିସ୍‌ଠାରେ ଚାଲିଥିବା ଆଲେକ୍ସିସ୍‌ ଭାଷ୍ଟିନେ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟ...

ଜୁଭେଣ୍ଟସ ଇଟାଲିଆନ କପ୍‌ ଫାଇନାଲରେ

ତୁରିନ୍‌,୧୩ା୬(ଏପି): ଶେଷରେ ଇଟାଲୀରେ ପୁନର୍ବାର ଫୁଟ୍‌ବଲ ଖେଳ ଆରମ୍ଭ ହୋଇଛି। ନୀରବ ପରିବେଶ ମଧ୍ୟରେ ଜୁଭେଣ୍ଟସ ଓ ଏସି ମିଲାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଗୋଲଶୂନ୍ୟ...

ବାର୍ସିଲୋନା ଛାଡ଼ିପାରିବେ ମେସି

ମାଡ୍ରିଡ୍‌, ୭।୯(ଏଏଫ୍‌ପି)- ସ୍ପାନିଶ ଦଳ ଆର୍ଜେଣ୍ଟିନା ଖେଳାଳି ଲିଓନେଲ ମେସିଙ୍କ ଭବିଷ୍ୟତ ନେଇ ଚିନ୍ତିତ ନୁହନ୍ତି ବାର୍ସିଲୋନା ସଭାପତି ଯୋସେପ ମାରିଆ ବାର୍ଟୋମେ। ମେସି ଚଳିତ...

ପିଏସ୍‌ଏଲ୍‌ରେ ମୋବାଇଲ ବିବାଦ

କରାଚୀ,୨୨ା୨- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଆଇସିସି ସ୍ବୀକୃତିପ୍ରାପ୍ତ ଟି୨୦ ଲିଗ୍‌। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହାର ଦୈନନ୍ଦିନ କାର୍ଯ୍ୟରେ ମୁଣ୍ଡ ଖେଳାଇବାକୁ...

ପଦକ ବିଜେତା ଚିହ୍ନଟ ମୂଳ ଲକ୍ଷ୍ୟ: ହିଲିଏର

ଭୁବନେଶ୍ୱର,୨୧।୮(ସ୍ପୋଟର୍‌ସ ବ୍ୟୁରୋ): ପ୍ରତିଭା ଚିହ୍ନଟ ଓ ବିକାଶରେ ସ୍ଥାନୀୟ ରିଲାଏନ୍ସ ଫାଉଣ୍ଡେଶନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି) ଦୃଷ୍ଟାନ୍ତମୂଳକ ଭୂମିକା ଗ୍ରହଣ କରିଛି।...

ପ୍ରଦର୍ଶନରେ ଉନ୍ନତି ହୋଇଛି: ବିଲିଙ୍ଗ୍ସ

ନୂଆଦିଲ୍ଲୀ,୩।୪(ପି.ଟି.): ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ରେ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ସାମ ବିଲିଙ୍ଗ୍ସ ଅଲଗା କିଛି କରିଦେଖାଇବାକୁ ଉତ୍ସାହିତ ଅଛନ୍ତି। ନିଜର...

ବ୍ରିସବେନ୍‌ରେ ପ୍ରଥମଥର ପାଇଁ ଉଡିଲା ତ୍ରିରଙ୍ଗା

ବ୍ରିସ୍‌ବେନ୍‌,୧୯।୧: ବ୍ରିସବେନ୍‌ର ଗାବା ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟର ସ୍ବାଦ ଚାଖିଛି ଭାରତ। ଯୁବ କ୍ରିକେଟରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଭାରତ ଏହି ମ୍ୟାଚ୍‌ରେ...

Advertisement
Archives

Model This Week