ଫନୀ ପ୍ରଭାବିତ ଅଞ୍ଚଳରେ କ୍ରିୟାଶୀଳ ହେବାକୁ ‘ଓରେଡ଼ା’କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ବାତ୍ୟା ‘ଫନୀ’ ପ୍ରଭାବିତ ଅଞ୍ଚଳରେ ଅଧିକ କ୍ରିୟାଶୀଳ ହେବାକୁ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ‘ଓରେଡା’କୁ ନିର୍ଦ୍ଦେଶ ଦେଇଛନ୍ତି ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ମଙ୍ଗଳବାର ଏହାର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ପଣ୍ଡା ଓରେଡାର ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ଚ୍ୟାଲେଞ୍ଜକୁ ସଫଳତାର ସହ ସାମ୍ନା କରିବାକୁ ପରାମର୍ଶ ଦେଇଛନ୍ତି।
ଆଗାମୀ ଦିନରେ ଓରେଡା ‘ସୌଭାଗ୍ୟ’ ଯୋଜନା ଅଧୀନରେ ୧୪ ହଜାର ଗ୍ରାମୀଣ ପରିବାରକୁ ବିଦ୍ୟୁତ ସଂଯୋଗ ଯୋଗାଇବା ସହ ୧୮୨୦ଟି ସୌର ଚାଳିତ ପାନୀୟଜଳ ପ୍ରକଳ୍ପ, ୧୭୫ଟି ଜଳସେଚନ ପମ୍ପ, ୨୯ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ୪୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସୌରଶକ୍ତି ପ୍ରକଳ୍ପ, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସଗୁଡ଼ିକରେ ସୌରଚାଳିତ ପିଭି ଶକ୍ତି ପ୍ରକଳ୍ପ ସ୍ଥାପନ କରିବ। କେନ୍ଦୁଝର ଜିଲାରେ ୧୧ ହଜାର ଷ୍ଟ୍ରିଟ୍‌ଲାଇଟ୍‌ ସମେତ ଜିଲାର ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ୩୨୦୦ରୁ ଅଧିକ ଉନ୍ନତ ଚୁଲା ସ୍ଥାପନ ଏବଂ ଅନୁଗୋଳ, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲାରେ ଅକ୍ଷୟ ଶକ୍ତି ପ୍ରକଳ୍ପମାନ ପ୍ରତିଷ୍ଠା କରିବାକୁ ଯୋଜନା ରହିଛି। ଶିଳ୍ପୀ ଓ କାରିଗରଙ୍କୁ ୭୬ ହଜାରରୁ ଊର୍ଦ୍ଧ୍ୱ ସୌର ଲଣ୍ଠନ ଯୋଗାଣ ଓ ୫୪୦ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ୨୨୦ରୁ ଅଧିକ ଛାତ୍ର ବିଭିନ୍ନ ପ୍ରତିଷ୍ଠାନରେ ଅବସ୍ଥାପିତ ହୋଇଛନ୍ତି। ଖଣ୍ଡଗିରିସ୍ଥିତ ବିଜୁ ପଟ୍ଟନାୟକ ଏନର୍ଜି ପାର୍କର ଉନ୍ନତିକରଣ ଓ ଅନ୍ୟ କାର୍ଯ୍ୟକ୍ରମର ରୂପାୟନ ପାଇଁ ନାଗପୁରର ଜାତୀୟ ପରିବେଶ ଯାନ୍ତ୍ରିକ ଗବେଷଣା ପ୍ରତିଷ୍ଠାନ ସହ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିବା ସମୀକ୍ଷା ବୈଠକରେ ସୂଚନା ଦିଆଯାଇଛି। ଓରେଡାର ଆର୍ଥିକ ଅଗ୍ରଗତି ୨୦୧୩-୧୪ ବର୍ଷରେ ୩୪.୬୫ କୋଟି ଟଙ୍କାରୁ ୨୦୧୮-୧୯ରେ ୨୪୪.୬୧ କୋଟିରେ ପହଞ୍ଚତ୍ଥିବା ସମୀକ୍ଷା ବୈଠକରେ ବିଜ୍ଞାନ ଓ ବୈଷୟିକ ବିଭାଗର ଶାସନ ସଚିବ ଭାସ୍କର ଶର୍ମା ଓ ଓରେଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ରୂପା ମିଶ୍ର ସୂଚନା ଦେଇଛନ୍ତି। ବୈଠକରେ ଓରେଡାର ନିର୍ଦ୍ଦେଶକ(ପ୍ରଶାସନ) ବିଷ୍ଣୁପ୍ରିୟା ସାହୁ ଓ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରଶ୍ମିରଞ୍ଜନ ସାହୁଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଏଫ୍‌ ମୃତ୍ୟୁ ଘଟଣା: ଡିଏଫ୍‌ଓ, ଗୁରାଣ୍ଡି ଓଆଇସି ହେବେ ଜେରା

ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଘଟଣାର...

ଦୁଇମାସ ପୂରିନି : ପିଚୁ ଉଠି ଗଲାଣି

ପାଟଣା,୨୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳି ପଶିରୁ ମଲ୍ଲୀପଶି ପଶି ପାର୍ଯ୍ୟନ୍ତ ୪କି.ମି. ରାସ୍ତା କୁ ଗ୍ରାମ ଉନ୍ନୟନ ବିଭାଗ ତରଫରୁ ଦେଢ଼ କୋଟି ଟଙ୍କା...

୩ରେ ଦ୍ୱିତୀୟ ଦଧୀଚି ପ୍ରତିଭା ସମ୍ମାନ: ଭିନ୍ନ ଭିନ୍ନ କ୍ଷେତ୍ରରୁ ୧୧ ଜଣଙ୍କୁ ଦିଆଯିବ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧ା୯(ବ୍ୟୁରୋ): ଦଧୀଚି ଏଜୁକେଶନାଲ ଟ୍ରଷ୍ଟ ‘ଦ୍ୱିତୀୟ ଦଧୀଚି ପ୍ରତିଭା ସମ୍ମାନ-୨୦୧୯’ ଆସନ୍ତା ୩ ତାରିଖରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହେବ। ଅନୁଷ୍ଠାନର ପ୍ରତିଷ୍ଠା...

ଯନ୍ତ୍ରଣା ଭୋଗୁଛନ୍ତି କ୍ଷତିପ୍ରଭା

ଭଦ୍ରକ ଅଫିସ,୭।୮-ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଖାଦ୍ୟନଳୀ କାଟିଦେଲେ। ଡାକ୍ତରଙ୍କ ଏଭଳି ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଯନ୍ତ୍ରଣା ଭୋଗୁଛନ୍ତି ମହିଳା। ଭଦ୍ରକ ଜିଲା ଧାମନଗର ବ୍ଲକ...

ଦୁଇ ସପ୍ତାହରେ ଓଡ଼ିଶାରେ ତିଆରି ହେଲା ଅତ୍ୟାଧୁନିକ ହସ୍ପିଟାଲ

ଚିତ୍ରକୋଣ୍ଡା,୩୦ା୧୧(ଡି.ଏନ.ଏ.): ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବଦଳି ଯାଇଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ମାନଚିତ୍ର। ଦ୍ରୁତ ଗତିରେ ଏଠାରେ ହେଉଛି ବିକାଶମୂଳକ...

ରାଜ୍ୟରେ ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ: କଟକରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨ା୮(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରେ କଟକରୁ ସର୍ବାଧିକ ୯୧ ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିରୁ ୮୮,...

ବୌଦ୍ଧରେ ହେବ ୨୦ହଜାର ଲିଟର ଦୁଗ୍ଧପ୍ଲାଣ୍ଟ

ବୌଦ୍ଧ/ସୋନପୁର,୨୬ା୧୧(ସ୍ବପ୍ର/ନି.ପ୍ର.): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନରେ ସାମିଲ ହୋଇଛି ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲା। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡଓ କନଫରେନ୍ସିଂରେ...

ଆଜି ରଥଯାତ୍ରା ପ୍ରଥମ ସମନ୍ବୟ କମିଟି ବୈଠକ

ପୁରୀ ଅଫିସ, ୧୧ା୪: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଆସନ୍ତା ଜୁନ ୨୦ରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲା ପ୍ରଶାସନ...

Advertisement
Archives

Model This Week