‘ଫନୀ’ ପାଇଁ ଏବିଭିପିର ପାଣ୍ଠି ସଂଗ୍ରହ, ସେବା କାର୍ଯ୍ୟ

ବାଲେଶ୍ୱର ଅଫିସ, ୧୩।୫-ସାମୁଦ୍ରିକ ଝଡ଼ ‘ଫନୀ’ ପ୍ରଭାବରେ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ହୋଇଛି। କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ବାଲେଶ୍ୱର ଜିଲାର ନୀଳଗିରି, ସୋର, ରସାଳପୁର ଓ ବାଲେଶ୍ୱର ନଗର ଏବିଭିପି ତରଫରୁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଜିଲାର ୪୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିବେ। ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସମ୍ପୂର୍ଣ୍ଣ ପରିଷ୍କାର, ପରିଚ୍ଛନ୍ନ କରିବା ସହ ପିଲାମାନଙ୍କୁ କିଟ୍‌ବ୍ୟାଗ୍‌, ବହି, ଖାତା, କଲମ ଯୋଗାଇ ଦେବାର କାର୍ଯ୍ୟକ୍ରମ ରହିଛି। କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆଲୋଚନା କରାଯିବା ପରେ ସେମାନଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବାର ବନ୍ଦୋବସ୍ତ ହୋଇଛି ବୋଲି ଟାଉନ ସମ୍ପାଦକ ସୁବ୍ରତ କୁମାର ମାଝି ଜଣାଇଛନ୍ତି। ସହାୟତା କରିବାକୁ ଇଚ୍ଛୁକ ସଙ୍ଗଠନ, ବ୍ୟକ୍ତି ଏବିଭିପି ରିଲିଫ୍‌ ଫଣ୍ଡ ସହ ସମ୍ପର୍କ କରିବାକୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri