‘ଫନୀ’ ପାଇଁ ଏବିଭିପିର ପାଣ୍ଠି ସଂଗ୍ରହ, ସେବା କାର୍ଯ୍ୟ

ବାଲେଶ୍ୱର ଅଫିସ, ୧୩।୫-ସାମୁଦ୍ରିକ ଝଡ଼ ‘ଫନୀ’ ପ୍ରଭାବରେ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ହୋଇଛି। କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ବାଲେଶ୍ୱର ଜିଲାର ନୀଳଗିରି, ସୋର, ରସାଳପୁର ଓ ବାଲେଶ୍ୱର ନଗର ଏବିଭିପି ତରଫରୁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଜିଲାର ୪୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିବେ। ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସମ୍ପୂର୍ଣ୍ଣ ପରିଷ୍କାର, ପରିଚ୍ଛନ୍ନ କରିବା ସହ ପିଲାମାନଙ୍କୁ କିଟ୍‌ବ୍ୟାଗ୍‌, ବହି, ଖାତା, କଲମ ଯୋଗାଇ ଦେବାର କାର୍ଯ୍ୟକ୍ରମ ରହିଛି। କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆଲୋଚନା କରାଯିବା ପରେ ସେମାନଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବାର ବନ୍ଦୋବସ୍ତ ହୋଇଛି ବୋଲି ଟାଉନ ସମ୍ପାଦକ ସୁବ୍ରତ କୁମାର ମାଝି ଜଣାଇଛନ୍ତି। ସହାୟତା କରିବାକୁ ଇଚ୍ଛୁକ ସଙ୍ଗଠନ, ବ୍ୟକ୍ତି ଏବିଭିପି ରିଲିଫ୍‌ ଫଣ୍ଡ ସହ ସମ୍ପର୍କ କରିବାକୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରେ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବବାହକ ଗାଡ଼ି ଅଟକ

ଚାନ୍ଦବାଲି, ୨୫।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତି ପଞ୍ଚାୟତ ନୂଆଗଁାର ଜଳଧର ଦାସ(୫୨) ଚେନ୍ନାଇରେ ଏଲ୍‌ ଆଣ୍ଡ୍‌ ଟି କମ୍ପାନୀରେ...

ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ସିମୁଳିଆ,୧୮।୧(ଡି.ଏନ୍‌.ଏ.): ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଖୋ-ଖୋ, ସଫ୍ଟବଲ ଓ ଟେନିକଏଟ ପ୍ରତିଯୋଗିତା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ରଘୁନାରାୟଣ ଉଚ୍ଚ ବିଦ୍ୟାଳୟ ପରିସର ବିଜୁ...

‘ଖାସ୍‌ ତୁମ ପାଇଁ’ ସାଂସ୍କୃତିକ ସନ୍ଧ୍ୟା

ବାଲେଶ୍ୱର ଅଫିସ,୧୭।୨-ବାଲେଶ୍ୱର ବାମପଦାସ୍ଥିତ ନୋସି ଉତ୍କଳା ମୁକ୍ତ ମଞ୍ଚରେ ସ୍ଥାନୀୟ ଉଦୀୟମାନ କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତି ଶନିବାର ଓ ରବିବାର ସାପ୍ତାହିକ ସାଂସ୍କୃତିକ...

ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ବାହାରିଲା ଝିଟିପିଟି: ଭୟରେ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର ଅଫିସ,୧୭।୧୦- ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପାଳବାଲେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଅଣ୍ଡା ତରକାରିରୁ ଏକ ମଲା ଝିଟିପିଟି ବାହାରିଥିଲା।...

ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା

ସଜନାଗଡ଼, ୨୫।୧(ଡି.ଏନ.ଏ.)-ନୀଳଗିରି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ନୀଳଗିରି ଜେଲ୍‌ରୋଡ଼ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ପ୍ରକଳ୍ପସ୍ତରୀୟ ପରିଚାଳନା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକରେ ସ୍ଥାନୀୟ...

ପୁଅ ହେବା ପାଇଁ ମଣିଷ ଖପୁରି ସଂଗ୍ରହ

ବାହାନଗା,୨୭ା୨(ଡି.ଏନ.ଏ.):ଦୁଇ ଝିଅ ପରେ ପୁଅଟିଏ ଆଶା କରି ଜଣେ ଯୁବକ ଗୁଣିଆ କଥାରେ ପଡ଼ି ଜଣେ ସହଯୋଗୀଙ୍କ ସହ ସମୂଦ୍ର କୂଳରେ ପୋତା ହୋଇଥିବା ମୃତଦେହରୁ...

କାରଖାନାରେ ଶ୍ରମିକ ଅଶାନ୍ତି, ଆଲୋଚନା ପରେ ସ୍ବାଭାବିକ ହେଲା

ରେମୁଣା, ୧୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଧୀନ ଗଣେଶ୍ୱରପୁର ଶିଳ୍ପାଞ୍ଚଳସ୍ଥିତ ଆଲୁମ ଏକ୍ସଟ୍ରୁସିଅନସ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା। କାରଖାନା ସମ୍ମୁଖରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା...

ସୁଧୁରିନ ପୌରାଞ୍ଚଳ ରାସ୍ତା: ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୨୩।୨-ବାଲେଶ୍ୱର ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ ମୁଖ୍ୟ ରାସ୍ତାଗୁଡ଼ିକର ଦୁରବସ୍ଥା ପାଇଁ ସହରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ରାସ୍ତାଗୁଡ଼ିକର...

Advertisement
Archives

Model This Week