ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ଅକ୍ଟୋବର ୨ରେ ବଡ଼ଦାଣ୍ଡରେ ଶୋଭାଯାତ୍ରା

ପୁରୀ ଅଫିସ, ୨୮।୯:  ପୁରୀ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଭିଯାନକୁ ଆସନ୍ତା ଅକ୍ଟୋବର ୨ ତାରିଖରୁ ଆହୁରି ଜୋର୍‌ଦାର କରାଯିବ। ଏ ସଂକ୍ରାନ୍ତରେ ଏକ ବୈଠକ ଜିଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨ ତାରିଖରେ ବଡ଼ଦାଣ୍ଡରେ ଏକ ବିଶାଳ ଶୋଭାଯାତ୍ରା କରାଯିବ। ଘରକୁ ଘର ବୁଲି ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ ପାଇଁ ମଧ୍ୟ ଅଭିଯାନ ଆରମ୍ଭ ହେବ। ବିଭିନ୍ନ କାର୍ଯ୍ୟକ୍ରମ ବିବାହ, ବ୍ରତ ସମୟରେ ହୋଟେଲ କିମ୍ବା କଲ୍ୟାଣ ମଣ୍ଡପରେ ଥର୍ମୋକୁଲ ପ୍ଲେଟ ଓ ଗ୍ଲାସ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯିବ। ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ଏହି ପ୍ଲାଷ୍ଟିକମୁକ୍ତ ଅଭିଯାନରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ, କ୍ଷୁଦ୍ର ଓ ବଡ଼ ବ୍ୟବସାୟୀ ଏବଂ ହୋଟେଲ ସଂଘକୁ ମଧ୍ୟ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ବ୍ୟବସାୟୀ, ହୋଟେଲ ମାଲିକ, ବ୍ୟବସାୟୀ ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମ ଆରମ୍ଭରୁ ପାନୀୟଜଳ ସମସ୍ୟା ଉତ୍କଟ

ନୟାଗଡ଼ ଅଫିସ,୧୬।୨: ମହାନଦୀରୁ ପାଣି ଆସୁଥିଲେ ମଧ୍ୟ ନୟାଗଡ଼ ସହରବାସୀଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ବରଂ ଗ୍ରୀଷ୍ମ ଋତୁର ଆରମ୍ଭରୁ ପାନୀୟ ଜଳ ସମସ୍ୟା ଉତ୍କଟ...

ବାଇଚଢ଼େଇ ବଂଶ ବୃଦ୍ଧି ପାଇଁ ପ୍ରୟାସ ଜାରି

ଖଣ୍ଡପଡା,୧୩।୬(ସ୍ବ.ପ୍ର.): ବାଇଚଢେଇ ଛୋଟ ପକ୍ଷୀଟିଏ ହେଲେ ମଧ୍ୟ ତା’ର ବିଚକ୍ଷଣ ବୁଦ୍ଧି ଖଟାଇ ନିଜ ପାଇଁ ସେ ଯେଉଁ ବସା ତିଆରି କରେ ତାହା ଖୁବ୍‌...

ଆସନ୍ତା ୨୬ରେ ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର,୬।୩(ବ୍ୟୁରୋ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଓଡ଼ିଶା ଆସିବେ। ଏହି ଗସ୍ତ ସମୟରେ ଶାହା ଭଦ୍ରକ ଲୋକ ସଭା...

ସୁନ୍ଦରଗଡ଼ର ପର୍ଯ୍ୟଟନ ବିଭବରେ ଯୋଡ଼ି ହେଲା ମନ୍ଦିର

ସୁନ୍ଦରଗଡ଼, ୭।୧(ଡି.ଏନ.ଏ.): ସୁନ୍ଦରଗଡ଼ ସହର ଅଙ୍ଗିରାପାଟ ପାହାଡ ଉପର ସତସଙ୍ଗ ବିହାରଠାରେ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ନବନିର୍ମିତ ଭବ୍ୟ ଶ୍ରୀମନ୍ଦିର ଶୁଭ ପ୍ରତିଷ୍ଠା...

ନାଲ୍‌କୋରେ ବି ସମଦଶା

ବଅଁରପାଳ, ୩୦।୭(ଡି.ଏନ.ଏ.)-ତାଳଚେରଠାରେ ଭରତପୁର କୋଇଲା ଖଣି ଦୁର୍ଘଟଣାର ପ୍ରଭାବ ନାଲ୍‌କୋ ପ୍ଲାଣ୍ଟରେ ମଧ୍ୟ ପଡିଛି। ନବରନତ୍ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋରେ ବର୍ତ୍ତମାନ କୋଇଲା ସଙ୍କଟ ଯୋଗୁ...

‘ସିଏଏ ସହ ଏନ୍‌ଆର୍‌ସିକୁ ଯୋଡ଼ା ନ ଯାଉ’

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ(ସିଏବି) ଗୃହୀତ ହୋଇ ସାରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଏକ ଆଇନରେ ମଧ୍ୟ ପରିଣତ ହୋଇଛି। ହେଲେ ଏହି...

ଡିସେମ୍ବରରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ)- କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଅଫିସଗୁଡିକୁ ବାଦ ଦେଇ ସମସ୍ତ ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲୁଛି।...

ପୌର ନିର୍ବାଚନ: ଆଜିଠୁ ନାମାଙ୍କନ

ଭୁବନେଶ୍ୱର, ୨।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କର୍ପୋରେଟର ଓ ମେୟର ପଦବୀ ପାଇଁ ବୁଧବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି। ୨ରୁ ୭ତାରିଖ...

Advertisement
Archives

Model This Week