ପ୍ଲାଷ୍ଟିକ୍‌ ଅଲିଭ ରିଡ୍‌ଲେଙ୍କ ପାଇଁ ବିପଦ ସାଜିଛି

କେନ୍ଦ୍ରାପଡା ଅଫିସ,୧୦ା୩:ରାଜନଗର ବ୍ଲକ ପେଣ୍ଠଠାରେ ସାଗରବେଳା ମହୋତ୍ସବ ଗତ ୩ ତାରିଖରୁ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା। ମହୋତ୍ସବ ସରିଯାଇଥିବା ବେଳେ ଏହି ପର୍ଯ୍ୟଟନ କ୍ଷେତ୍ରରେ ଆବର୍ଜନା କୁଢ଼ କୃଢ଼ ପଡ଼ି ରହିଛି; ଯାହା ପର୍ଯ୍ୟଟକଙ୍କ ପାଇଁ ବିରକ୍ତି ଆଣୁଥିବା ବେଳେ ବହୁଳ ପରିମାଣରେ ପ୍ଲାଷ୍ଟିକ ବିପଦ ସୃଷ୍ଟି କରିବ ବୋଲି ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଜିଲା ପ୍ରଶାସନ ପକ୍ଷରୁ ବେଳାଭୂମି ସଫେଇ କରିବାକୁ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ପ୍ରଭାକର ସାମଲ, ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ, ପରିବେଶବିତ୍‌ ହେମନ୍ତ କୁମାର ରାଉତ ପ୍ରମୁଖ ବୁଧବାର ଦାବି କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ, ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ପେଣ୍ଠ ବେଳାଭୂମିର ଗୁରୁତ୍ୱ ରହିଛି। ଏହି ସ୍ଥାନରେ ସମୁଦ୍ରର ତୀବ୍ର ଜୁଆର ଦେଖିବାକୁ ମିଳୁଥିବା ବେଳେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ମନ ଭରି ଉପଭୋଗ କରିଥାନ୍ତି। ଏଠାରେ ମଧ୍ୟ ଓଡ଼ିଶାର ପ୍ରଥମ ଜିଓ ସିନ୍ଥେଟିକ ଟ୍ୟୁବୱାଲ ଅଛି। ଏଥିସହ ଭିତରକନିକା ମଧ୍ୟରେ ଏହି ବେଳାଭୂମି ଥିବାରୁ ପ୍ରତିଦିନ ବହୁ ପର୍ଯ୍ୟଟକ ଆସିଥାନ୍ତି। ଗୁରୁବାରଠାରୁ ନଳିତାପଟିଆରେ ଭିତରକନିକା ମହୋତ୍ସବ ଅନୁଷ୍ଠିତ ହେବ। ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ତେବେ ସାଗରବେଳା ମହୋତ୍ସବ ପରେ ଆବର୍ଜନା ଉଠା ଯାଇ ନ ଥିବାରୁ ପର୍ଯ୍ୟଟକଙ୍କ ମନରେ ଏହି ସ୍ଥାନ ପ୍ରତି ନକାରାତ୍ମକ ଭାବ ସୃଷ୍ଟି ହେଉଛି। ଏପରି କି ଅଳିଆରୁ ବାହାରୁଥିବା ଦୁର୍ଗନ୍ଧରେ ୧୦ରୁ ୧୫ ମିନିଟ୍‌ ରହିବା ସମ୍ଭବ ନୁହେଁ। ଅପରପକ୍ଷରେ ପେଣ୍ଠ ନିକଟସ୍ଥ ଗହୀରମଥା ରେଞ୍ଜ ଅଞ୍ଚଳରେ ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ସାମୂହିକ ଅଣ୍ଡାଦାନ ପାଇଁ ଜମା ହୋଇଛନ୍ତି। ଏହି ପ୍ରଜାତିର କଇଁଛଙ୍କ ପାଇଁ ପ୍ଲାଷ୍ଟିକ ସାମଗ୍ରୀ ଏକ ବିପଦ ବୋଲି ଗବେଷକମାନେ ସତର୍କ କରାଉଛନ୍ତି। ସମୁଦ୍ର ମଧ୍ୟରେ ପଡିଥିବା ପ୍ଲାଷ୍ଟିକ ସାମଗ୍ରୀରେ ସେମାନେ ଖାଦ୍ୟ ପଦାର୍ଥର ବାସ୍ନା ପାଇଥାନ୍ତି। ଏଥିପାଇଁ ଖାଦ୍ୟ ହୋଇ ନ ଥିଲେ ମଧ୍ୟ ଆଗ୍ରହରେ ପ୍ଲାଷ୍ଟିକ ପଦାର୍ଥକୁ ଗିଳି ଦେଇଥାନ୍ତି। ଫଳରେ ସେମାନଙ୍କ ମୃତ୍ୟୁ ହୋଇଥାଏ। ସେହିପରି ଏହି ସ୍ଥାନରେ ଶାବକମାନେ ସମୁଦ୍ରକୁ ଯାଉଥିବା ବେଳେ ବେଳାଭୂମିରେ ପଡ଼ିଥିବା ପ୍ଲାଷ୍ଟିକ ସାମଗ୍ରୀ ସେମାନଙ୍କ ପଥଭ୍ରଷ୍ଟ କରିଥାଏ। ପ୍ଲାଷ୍ଟିକ ବର୍ଜନ ପାଇଁ ୨୦୧୬ରୁ ନିୟମ ହୋଇଥିଲେ ମଧ୍ୟ ମହୋତ୍ସବରେ ଏ ନେଇ କୌଣସି ସଚେତନତା କାର୍ଯ୍ୟକ୍ରମ ହୋଇ ନ ଥିଲା। ସେହିପରି ଆସନ୍ତା ୯ ତାରିଖଠାରୁ ଭିତରକନିକା ମହୋତ୍ସବରେ ଏଥିପ୍ରତି ସତର୍କ ହେବାକୁ ସେମାନେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ସାଗରବେଳା ମହୋତ୍ସବ ପରେ ପେଣ୍ଠରେ ସଫେଇ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭିତରକନିକା ମହୋତ୍ସବରେ ବର୍ଜବସ୍ତୁ ପରିଚାଳନାକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri