Posted inଖେଳ

ପ୍ରୋ କବାଡ଼ି ଲିଗ୍‌: ଦିଲ୍ଲୀ- ବେଙ୍ଗାଲୁରୁ ମ୍ୟାଚ ଟାଇ

ଜୟପୁର,୨୪।୯(ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ସୋମବାର ବେଙ୍ଗାଲୁରୁ ବୁଲ୍ସ ଓ ଦବଙ୍ଗ ଦିଲ୍ଲୀ ପରସ୍ପରକୁ ଭେଟିଥିଲେ। ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ ୩୯-୩୯ରେ ଅମୀମାଂସିତ ରହିଥିଲା। ଦିଲ୍ଲୀ ମ୍ୟାଚ୍‌ର ଅଧିକାଂଶ ସମୟ ପ୍ରଭାବ ବିସ୍ତାର କରି ଖେଳିଥିଲା। ତେବେ ବୁଲ୍ସ ପରେ ପ୍ରତ୍ୟାବର୍ତ୍ତନ କରିଥିଲା। ଦିଲ୍ଲୀର ନବୀନ କୁମାର ୧୪ ରେଡ ପଏଣ୍ଟ ହାସଲ କରିଛନ୍ତି। ମ୍ୟାଚ୍‌ ଟାଇ ହୋଇଥିଲେ ମଧ୍ୟ ଦିଲ୍ଲୀ ପଏଣ୍ଟ ତାଲିକାରେ ପୂର୍ବପରି ଶୀର୍ଷରେ ରହିଛି।
ସେହିପରି ସୋମବାର ଏଠାରେ ଖେଳାଯାଇଥିବା ଅନ୍ୟଏକ ମ୍ୟାଚ୍‌ରେ ହାରିୟାଣା ଷ୍ଟିଲର୍ସ ୩୯-୩୪ରେ ୩ଥର ଟାଇଟଲ ହାସଲ କରିଥିବା ପାଟନା ପାଇରେଟ୍ସକୁ ପରାସ୍ତ କରିଛି। ଷ୍ଟିଲର୍ସ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ବିକାଶ କାଣ୍ଡୋଲା। ବିକାଶ ୧୩ ରେଡ ପଏଣ୍ଟ ହାସଲ କରିଛନ୍ତି। ଏହି ବିଜୟ ସହ ପଏଣ୍ଟ ତାଲିକାରେ ଷ୍ଟିଲର୍ସ ତା’ର ତୃତୀୟ ସ୍ଥାନକୁ ଆହୁରି ଦୃଢ଼ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri