Posted inଖେଳ

ପ୍ରେସିଡେଣ୍ଟ କପ୍‌ ବକ୍ସିଂ: ମେରୀକମ୍‌, ସିମରନଜିତଙ୍କୁ ସ୍ବର୍ଣ୍ଣ ପଦକ; ୭ ସ୍ବର୍ଣ୍ଣ ସହ ଭାରତକୁ ମୋଟ ୯ ପଦକ

ନୂଆଦିଲ୍ଲୀ,୨୯।୭(ପି.ଟି.)- ୬ ଥର ବିଶ୍ୱଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଥିବା ଅଭିଜ୍ଞ ଭାରତୀୟ ମହିଳା ବକ୍ସର ମେରୀକମ ଓ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ସିମରନଜିତ କୌର ଆଉ ଏକ ବିଶ୍ୱସ୍ତରୀୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଇଣ୍ଡୋନେସିଆର ଲାବୁଆନ ବାଜୋଠାରେ ଅନୁଷ୍ଠିତ ୨୩ତମ ପ୍ରେସିଡେଣ୍ଟ କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ମେରୀକମ୍‌ ୫୧ କେ.ଜି. ବର୍ଗରେ ଓ ସିମରନଜିତ ୬୦ କେ.ଜି. ବର୍ଗ ପ୍ରତିଯୋଗିତାରେ ଚାମ୍ପିୟନ ହୋଇ ସ୍ବର୍ଣ୍ଣ ଜିତିଛନ୍ତି। ୭ ସ୍ବର୍ଣ୍ଣ ଓ ୨ ରୌପ୍ୟ ସହ ଭାରତ ମୋଟ୍‌ ୯ଟି ପଦକ ହାସଲ କରିଛି।
ମହିଳା ବକ୍ସରମାନେ ସବୁ ୪ଟି ଫାଇନାଲରେ ବାଜି ମାରି ୪ଟି ସ୍ବର୍ଣ୍ଣ ଜିତିଛନ୍ତି। ଅନ୍ୟପଟେ ପୁରୁଷ ଖେଳାଳିମାନେ ମିଶ୍ର ପ୍ରଦର୍ଶନ କରିଥିଲେ। ପୁରୁଷ ଖେଳାଳିମାନେ ୨ ରୌପ୍ୟ ସହ ୩ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ଇଣ୍ଡିଆ ଓପନ୍‌ରେ ସ୍ବର୍ଣ୍ଣ ପଦକ ଜିତିବାର ଦୁଇମାସ ପରେ ମେରୀକମ୍‌ ଏହି ସମ୍ମାନଜନକ ଟୁର୍ନାମେଣ୍ଟର ଫାଇନାଲରେ ଅଷ୍ଟ୍ରେଲିଆର ଏପ୍ରିଲ ପ୍ରାଙ୍କ୍ସ ୫-୦ରେ ହରାଇ ଚାମ୍ପିୟନ ହୋଇଥିଲେ। ସମ୍ପୂର୍ଣ୍ଣ ଏକାପାଖିଆ ଭାବେ ସେ ବିଜୟ ହାସଲ କରିଥିଲେ। ନିଜ ପ୍ରଦର୍ଶନରେ ସେ ଖୁସି ଜାହିର କରିଛନ୍ତି। ରୁଷିଆର ୟେକାଟେରିନବର୍ଗରେ ଆୟୋଜନ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପ୍‌ରେ ଭଲ ପ୍ରଦର୍ଶନ କରି ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ସେ ରହିଛନ୍ତି। ସେହିପରି ସିମରନଜିତ ଫାଇନାଲରେ ଇଣ୍ଡୋନେସିଆର ଏସିଆନ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ହସନାହ ହୁସଓ୍ବାତୁନଙ୍କୁ ୫-୦ରେ ହରାଇ ସ୍ବର୍ଣ୍ଣ ଜିତିଛନ୍ତି। ୫୪ କେ.ଜିରେ ଆସାମର ଯୁବ ମହିଳା ବକ୍ସର ଯମୁନା ବୋରୋ ୫-୦ରେ ଇଟାଲୀର ଅଭିଜ୍ଞ ବକ୍ସର ଗିଉଲିଆ ଲାମାଗ୍ନାଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି। ୪୮ କେ.ଜି. ବର୍ଗରେ ମୋନିକା ଇଣ୍ଡୋନେସିଆର ଏନ୍‌ଡାଙ୍ଗଙ୍କୁ ୫-୦ରେ ହରାଇ ସ୍ବର୍ଣ୍ଣ ଜିତିଛନ୍ତି।
ପୁରୁଷ ବିଭାଗରେ ଅଙ୍କୁଶ୍‌ ଦାହିୟା ୬୪ କେ.ଜି.ରେ, ନୀରଜ ସ୍ବାମୀ ୪୯ କେ.ଜି.ରେ ଓ ଆନନ୍ଦ ପ୍ରହଲ୍ଲାଦ ଚୋପାଡେ ୫୨ କେ.ଜି.ରେ ବାଜି ମାରି ଚାମ୍ପିୟନ ହେବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଚୋପାଡେ ୫-୦ରେ ଆଫଗାନିସ୍ତାନର ରମହମନୀ ରାମିଶଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ସେହିପରି ଦାହିୟା ୫-୦ରେ ମାକାଉରେ ଲିଅଙ୍ଗ କିନ୍‌ ଫଙ୍ଗକୁ ହରାଇ ଚାମ୍ପିୟନ ହୋଇଛନ୍ତି। ସେହିପରି ନୀରଜ ୪-୧ରେ ଫିଲିପାଇନ୍ସର ମାକାଡୋ ଜୁନିୟର ରାମେଲଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ତେବେ ପୂର୍ବତନ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ଗୌରବ ବିଧୁରୀ ଫାଇନାଲରେ ୨-୩ରେ ଇଣ୍ଡୋନେସିଆର ମାଣ୍ଡଜିଏ ଜିଲ୍‌ଙ୍କଠାରୁ ୫୬ କେ.ଜି. ବନଟାମଓ୍ବେଟ୍‌ ବାଉଟ୍‌ରେ ପରାସ୍ତ ହୋଇ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ସେହିପରି ୨୦୧୮ ଇଣ୍ଡିଆ ଓପନ ରୌପ୍ୟ ପଦକ ବିଜେତା ଦୀନେଶ ଡାଗର ୦-୫ରେ ଇଣ୍ଡୋନେସିଆର ସମଦା ସାପୁତ୍ରଙ୍କଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲାଇଭ୍‌ ଆସି ଏହି ଘୋଷଣା କଲେ ଧୋନୀ

ନୂଆଦିଲ୍ଲୀ,୨୫।୯: ଭାରତର କିମ୍ବଦନ୍ତୀ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀ ରବିବାର ଭାରତରେ ପୁନର୍ବାର ଓରିଓ ବିସ୍କୁଟ ଲଞ୍ଚ୍‌ କରିଛନ୍ତି। ସେ ଲାଇଭ୍‌ ଆସି ଏହି...

କୋହଲିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଗାଭାସ୍କର

ନୂଆଦିଲ୍ଲୀ,୧୭।୧: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ। ସେହି ମ୍ୟାଚରେ କୋହଲି ୧୧୦ ବଲରୁ ଅପରାଜିତ ୧୬୬...

ଶାହରୁଖ ଖାନଙ୍କ ଦଳକୁ ଜିତାଇଲେ ନାରିନ୍‌

ନୂଆଦିଲ୍ଲୀ, ୧୯।୮: କରୋନା ମହାମାରୀ ମଧ୍ୟରେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିସାରିଛି। ଏବେ ଟି୨୦ କ୍ରିକେଟ୍‌ ଲିଗ୍‌ ମଧ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ସେପ୍ଟେମ୍ବରରେ...

କ୍ଷତିରେ ପଡିଲା ବିସିସିଆଇ: ବୁଡିଲା ଏତିକି ଟଙ୍କା

ନୂଆଦିଲ୍ଲୀ,୫।୫: ଆଇପିଏଲର ୧୪ତମ ସିଜିନ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଆଇପିଏଲ ସ୍ଥଗିତାଦେଶ ପରେ ବୋର୍ଡର କ୍ଷତି ବିଷୟରେ ଏବେ ଚର୍ଚ୍ଚା ହେଉଛି। ବିସିସିଆଇ ଆଇପିଏଲ୍‌ର...

ସର୍ବଭାରତୀୟ ଓପନ କରାଟେ ଉଦ୍‌ଘାଟିତ

ଭୁବନେଶ୍ୱର, ୨୨।୧୨(କ୍ରୀଡ଼ା ପ୍ରତିନିଧି): ଉତ୍କଳ କରାଟେ ସ୍କୁଲ ଆନୁକୂଲ୍ୟରେ ବୁଧବାର ସର୍ବଭାରତୀୟ ଓପନ କରାଟେ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ଉତ୍କଳ କରାଟେ ସ୍କୁଲ ପରିସରରେ ଆୟୋଜିତ...

ଆଇଏଏଏଫ୍‌ ଉପସଭାପତି ପ୍ରାର୍ଥୀ ଏଏଫ୍‌ଆଇ ସଭାପତି ସୁମରିଓ୍ବାଲା

ନୂଆଦିଲ୍ଲୀ,୨୬।୭(ପିଟି)- ଭାରତୀୟ ଆଥ୍‌ଲେଟିକ୍ସ ଫେଡେରେଶନ (ଏଏଫ୍‌ଆଇ) ସଭାପତି ଆଦିଲେ ସୁମରିଓ୍ବାଲା ଏହି କ୍ରୀଡ଼ାର ବିଶ୍ୱ ପରିଚାଳନା ସଂସ୍ଥା ଆଇଏଏଏଫ୍‌ ଉପସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବେ।...

ଫିଟ୍‌ନେସ୍‌ ଟେଷ୍ଟରେ ବିଫଳ ହେଲେ ୬ ଭାରତୀୟ ଖେଳାଳି, ବଢିଲା ଚିନ୍ତା

ବେଙ୍ଗାଲୁରୁ,୧୨।୨: ଭାରତୀୟ କ୍ରିକେଟରଙ୍କ ଫିଟନେସ ଟେଷ୍ଟରେ ୬ ଖେଳାଳି ବିଫଳ ହୋଇଛନ୍ତି। ଚଳିତ ସପ୍ତାହରେ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ୬ ଜଣ ଭାରତୀୟ କ୍ରିକେଟର...

ଶ୍ରୀଲଙ୍କାକୁ ଲାଗିପାରେ ବଡ଼ ଝଟକା: ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବାଦ୍‌ ପଡ଼ିପାରେ ଏହି ପ୍ରମୁଖ କ୍ରିକେଟର୍‌

ନୂଆଦିଲ୍ଲୀ, ୧୬।୯: ଆଗାମୀ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ଟିମ୍‌କୁ ବଡ଼ ଝଟ୍‌କା ଲାଗିପାରେ। କାରଣ ଦଳର ପ୍ରମୁଖ ଖେଳାଳି କୁଶଲ ପେରେରା ଆହତ...

Advertisement
Archives

Model This Week