Posted inଜାତୀୟ

ପ୍ରେମୀ ଯୁଗଳଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ଭୋପାଳ,୨୩ା୬: ଯୁବତୀ ଧନୀ ପରିବାରର ଓ ଯୁବକ ଜଣକ ଗରିବ। ଦୁହେଁ ପରସ୍ପରକୁ ଭଲପାଇ ବାହାହେବାକୁ ଚାହାନ୍ତି। ଭିଲାଲା ଜାତିର ଏହି ପ୍ରେମୀ ଯୁଗଳଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ଉଭୟଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ିଛି। ୨୦ ବର୍ଷୀୟା ଯୁବତୀଙ୍କ ପରିବାର ଲୋକେ ତାଙ୍କ ସହ ୨୨ ବର୍ଷୀୟ ଯୁବକଙ୍କୁ ଗୋରୁଙ୍କୁ ବନ୍ଧାଯାଉଥିବା ଦୁଇଟି ଖୁଣ୍ଟରେ ବାନ୍ଧି ମାଡ଼ ମାରି ଲହୁଲୁହାଣ କରିଦେଇଛନ୍ତି। ମଧ୍ୟପ୍ରଦେଶର ଅଲିରାଜପୁର ଜିଲା ଅମ୍ବୁଆ ଥାନା ଅଧୀନ କୁଣ୍ଡ ଗ୍ରାମରେ ଗତ ୧୬ ତାରିଖରେ ଘଟିଥିବା ଏହି କାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୋଲିସ ନିଜଆଡ଼ୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗ୍ରାମବାସୀ ସେମାନଙ୍କ ପ୍ରେମ ସମ୍ପର୍କ ଓ ପରେ ନିର୍ଯାତନା ନେଇ ଜାଣିବା ପରେ ବିବାଦ ସମାଧାନ କରିବାକୁ ଯୁବକଙ୍କ ବାପାଙ୍କୁ ୯୦ ହଜାର ଟଙ୍କା ମାଗିଥିଲେ। ସେ ପଞ୍ଚାୟତକୁ ୪୦ ହଜାର ଟଙ୍କା ଜରିମାନା ଦେଇଛନ୍ତି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନର ୮ ସିଂହ କରୋନା ପଜିଟିଭ୍‌

ହାଇଦ୍ରାବାଦ,୪।୫: ସେଲ୍ୟୁଲାର୍‌ ଏବଂ ମୋଲିକୁଲାର ବାୟୋଲୋଜି (ସିସିଏମ୍‌ବି) ସେଣ୍ଟରରୁ ଜଣାପଡ଼ିଛି ଯେ, ସହରର ନେହେରୁ ପ୍ରାଣୀ ଉଦ୍ୟାନ (ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନ)ର ୮ ଏସିଆନ ସିଂହ...

ମାଷ୍ଟରଷ୍ଟ୍ରୋକ୍‌ ନା ପରାଜୟ ଭୟ

ନୂଆଦିଲ୍ଲୀ,୨୦।୧୧: ଗୁରୁନାନକ ଦେବଙ୍କ ୫୫୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପ୍ରତ୍ୟାଶିତ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁ କୃଷି ଆଇନକୁ ନେଇ ଏତେ...

କେସିଆର-ନୀତୀଶ ଭେଟ,ଦୁଇ ଦିବାସ୍ବପ୍ନ ଦେଖୁଥିବା ନେତାଙ୍କ ସାକ୍ଷାତ ବୋଲି ସୁଶୀଲ ମୋଦିଙ୍କ କଟାକ୍ଷ…

ପାଟନା, ୩୧।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗୁରୁବାର ବିହାରର ରାଜଧାନୀ ପାଟନା ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ସ୍ବାଗତ କରିଛନ୍ତି।...

ଡିସେମ୍ବର ୧୪ରୁ ଦଶମ, ଦ୍ୱାଦଶ ଶିକ୍ଷାର୍ଥିଙ୍କ ପାଇଁ ଖୋଲିବ ସ୍କୁଲ: କରୋନା ଯାଞ୍ଚ ପରେ କ୍ଲାସକୁ ଯିବାକୁ ମିଳିବ ଅନୁମତି

ଚଣ୍ଡିଗଡ଼,୧୦।୧୨: କରୋନା ମହାମାରୀ ମଧ୍ୟରେ ହରିଆଣାରେ ପୁଣିଥରେ ଡିସେମ୍ବର ୧୪ରୁ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର...

ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ…

ନୂଆଦିଲ୍ଲୀ, ୯।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ଜାମସେଦପୁର,୭।୧୨: ଝାଡ଼ଖଣ୍ଡ ବିଧାନସଭା ଆସନ ଲାଗି ଶନିବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟାରେ...

ବର୍ଦ୍ଧିତ କରୋନା ମାମଲାକୁ ନେଇ ଆଲର୍ଟରେ କେନ୍ଦ୍ର ସରକାର: ଶୁକ୍ରବାର ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡଭିଆ

ନୂଆଦିଲ୍ଲୀ,୬।୪: ଦେଶର ଅନେକ ରାଜ୍ୟରେ କୋଭିଡ-୧୯ର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ଆଲର୍ଟ ମୋଡରେ ଆସିଯାଇଛନ୍ତି। କୋଭିଡ-୧୯ର ସ୍ଥିତିର ଆକଳନ କରିବା...

ଖାର୍ଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୯।୧୦: ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ମଧ୍ୟରେ ବୁଧବାର କଂଗ୍ରେସର ନୂତନ ସଭାପତି ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ...

Advertisement
Archives

Model This Week