Posted inଫୁରସତ

ପ୍ରେମୀଯୁଗଳ ମଜାରେ କଲେ ଡିଏନ୍‌ଏ ଟେଷ୍ଟ: ପରିଣାମ ହେଲା ଭୟଙ୍କର

ସୋସିଆଲ ମିଡିଆରେ ଜଣେ ଯୁବକ ଏମିତି ଏକ ପୋଷ୍ଟ କରିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ୨୬ ବର୍ଷୀୟ ଯୁବକ ଜଣେ ୨୭ ବର୍ଷୀୟା ଯୁବତୀଙ୍କୁ ପ୍ରେମ କରୁଥିଲେ। ଦୁଇଜଣ ଥଟ୍ଟାମଜାରେ ଡିଏନ୍‌ଏ ଟେଷ୍ଟ ପାଇଁ ଚାହିଁଲେ। ଉତ୍କଣ୍ଠାର ସହିତ ରେଜଲ୍ଟକୁ ଅପେକ୍ଷା ବି କଲେ। ଯେତେବେଳେ ରେଜଲ୍ଟ ଆସିଲା ତା’ର ପରିଣାମ ସ୍ବରୁପ କ’ଣ ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜାଣନ୍ତୁ ଏ ସମ୍ପର୍କରେ …

ପ୍ରେମୀଯୁଗଳ ନିଜ ଭବିଷ୍ୟତ ସମ୍ପର୍କରେ ଜାଣିବା ପାଇଁ ଡିଏନ୍‌ଏ ଟେଷ୍ଟ ପାଇଁ ଏକ ଓ୍ବେବ୍‌ସାଇଟ୍‌ର ସହାୟତା ନେଇଥିଲେ। ଏକ ମିଡିଆ ରିପୋର୍ଟ ଅନୁଯାୟୀ ଏଡିଏନ୍‌ଏ ଟେଷ୍ଟ ପରେ ଯାହା ଜାଣିବାକୁ ମିଳିଲା ସେଥିରେ ଦୁଇଜଣଙ୍କ ସମ୍ପର୍କ ତୁଟିଗଲା। ଯୁବକ ଜଣକ ପୂର୍ବଜନ୍ମରେ ଜଣେ କୁଖ୍ୟାତ ସିରିୟଲ କିଲର ଥିଲେ ବୋଲି ଡିଏନ୍‌ଏ ଟେଷ୍ଟରୁ ଜଣାପଡ଼ିଥିଲା। ଏହା ପରେ ଦୁଇଜଣ ଏକଥା ଭୁଲ ପ୍ରମାଣିତ କରିବାକୁ ଅନେକ ଚେଷ୍ଟା କରିଥିଲେ। ମାତ୍ର ଯଦି ଏହି ଘଟଣାକୁ ସେମାନେ ଭୁଲ ପ୍ରମାଣିତ କରନ୍ତି ତେବେ ଉକ୍ତ ଓ୍ବେବ୍‌ସାଇଟ୍‌ ପ୍ରତି କାହାର ବିଶ୍ୱାସ ଭରସା ରହିବ ନାହିଁ। କାରଣ ଏହି ଓ୍ବେବ୍‌ସାଇଟ୍‌ରୁ ପୂର୍ବଜନ୍ମ ସମ୍ପର୍କରେ ସଠିକ୍‌ ତଥ୍ୟ ମିଳିଥାଏ। ତେଣୁ ପ୍ରେମିକା ଜଣକ ପ୍ରେମିକଙ୍କୁ ଏହା କହି ତାଙ୍କ ସହ ସମ୍ପର୍କ ତୁଟାଇ ଦେଲେ। ପ୍ରେମିକା ଜଣକ ଛାଡ଼ି ପଳାଇବା ପରେ ପ୍ରେମିକ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି, ଲୋକଙ୍କ ସହାୟତା ଲୋଡ଼ିଛନ୍ତି। କେମିତି ତାଙ୍କ ପ୍ରେମିକାଙ୍କୁ ଫେରି ପାଇବେ। ସେନେଇ ୟୁଜର୍ସମାନଙ୍କୁ ଅନୁରୋଧ କରିଛନ୍ତି ଦ୍ୱିତୀୟ ଥର ପାଇଁ କେମିତି ତାଙ୍କ ପ୍ରେମିକାଙ୍କୁ ସେ ମନାଇବେ। ଏନେଇ ସମସ୍ତଙ୍କ ସହାୟତା ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁରର ହେଲା ଡିଏନ୍‌ଏ ଟେଷ୍ଟ, ଏହି କାରଣ ପାଇଁ ପୋଲିସ ନେଲା ଏମିତି ପଦକ୍ଷେପ

ହୋଶଙ୍ଗାବାଦ,୨୨ା୧୧: ସାଧାରଣତଃ କୁକୁର ତା’ର ମାଲିକଙ୍କୁ ସହଜରେ ଚିହ୍ନି ପାରିଥାଏ। ମାତ୍ର ଯେତେବେଳେ ଏଥିରେ ବ୍ୟତିକ୍ରମ ଘଟେ ସେତେବେଳେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ।...

ହସ୍ପିଟାଲରେ ବାଘ ଆଖିର ସଫଳ ଅପରେଶନ୍‌…

କେମ୍ବ୍ରିଜ୍‌,୧୬।୫: ପୃଥିବୀରେ ପ୍ରଥମ ଥର ପାଇଁ ଏକ ବାଘ ଆଖିର ସଫଳ ଅପରେଶନ୍‌ କରାଯାଇଛି। କେମ୍ବ୍ରିଜ୍‌ ନିକଟରେ ଥିବା ଶେର୍ପେଥ୍‌ ବନ୍ୟପ୍ରାଣୀ ପାର୍କରେ ଏଭଳି ଘଟିଛି।...

ଭିଡିଓ କଲ୍‌ କରି ମା’ଙ୍କୁ ଶେଷ ବିଦାୟ ଦେଲେ ପୁଅ

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ମହାମାରୀ ଉଗ୍ରରୂପ ଧାରଣ କରିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି...

ଝିଅ ବାହାଘରେ ସାପ ଯୌତୁକ

ଝିଅକୁ ବାହା କରୁଥିବା ବାପା ନିଜ ଖୁସିରେ ଝିଅକୁ ଟଙ୍କାଠୁ ଆରମ୍ଭ କରି ଗାଡି ପର୍ଯ୍ୟନ୍ତ କେତେକଣ ଉପହାରସ୍ବରୂପ ଭେଟି ଦିଅନ୍ତି। ସମାଜ ଏହାକୁ ଯୌତୁକ...

୮ ମାସ ଧରି କରୋନା ସହ ଲଢୁଥିଲେ ପାଇଲଟ, ସ୍ତ୍ରୀଙ୍କ ପାଇଁ ପାଇଲେ ନୂଆ ଜୀବନ

କରୋନା ମହାମାରୀ ବେଶ୍‌ କିଛି ଲୋକଙ୍କ ଜୀବନଙ୍କୁ ପ୍ରଭାବିତ କରିଛି। ଏହି ମହାମାରୀ ଚାଲିଥିବା ସମୟରେ କିଛି ଲୋକଙ୍କ ଅଦମ୍ୟ ସାହସ ମଧ୍ୟ ସାମ୍ନାକୁ ଆସିଛି।...

ପ୍ରଥମ ଉପାର୍ଜିତ ଅର୍ଥରେ ମିଠା କିଣିଥିଲି: ଶିକ୍ଷାବିତ୍‌ ଡ. ସୁଦର୍ଶନ ବାରିକ

ଭଦ୍ରକ ଜିଲ୍ଲାର ବଳାଜିତପଡା ଗାଁରେ ମୋ ଜନ୍ମ। ଅର୍ଣ୍ଣପାଳସ୍ଥ ଓକରା ହାଇସ୍କୁଲରେ ମାଟ୍ରିକ ଯାଏଁ ପଢିଥିଲି। ଆମ ସ୍କୁଲରେ ପ୍ରତିବର୍ଷ ଡ୍ରାମା ହୁଏ। ଏହି ଡ୍ରାମା...

ସବୁଠୁ ଛୋଟ ସାଇକେଲ

ସାଇକେଲ ତ ଜୀବନରେ ସମସ୍ତେ ଚଲାଇଥିବେ। ଏହାକୁ ଚଳାଇବା ଶରୀର ପାଇଁ ଯେମିତି ଉପକାରୀ ପରିବେଶ ପାଇଁ ମଧ୍ୟ ଏହା ସେତିକି ଉପକାରୀ। ସେଥିପାଇଁ ତ...

ଏହି କୂଅରୁ ବାହାରୁଛି ଉଜ୍ଜ୍ୱଳ ଆଲୋକ, ବୈଜ୍ଞାନିକମାନେ ବି ଖୋଜି ପାଉନାହାନ୍ତି କାରଣ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ଆଜି ବି ରହସ୍ୟାବୃତ୍ତ। ଏପରି ଏକ ଅଦ୍ଭୁତ ସ୍ଥାନ ରହିଛି ପର୍ତ୍ତୁଗାଲର ସିନ୍ତାରାରେ। ଏହି ସ୍ଥାନରେ ଏକ...

Advertisement
Archives

Model This Week