Posted inଫୁରସତ

ପ୍ରେମୀଯୁଗଳ ମଜାରେ କଲେ ଡିଏନ୍‌ଏ ଟେଷ୍ଟ: ପରିଣାମ ହେଲା ଭୟଙ୍କର

ସୋସିଆଲ ମିଡିଆରେ ଜଣେ ଯୁବକ ଏମିତି ଏକ ପୋଷ୍ଟ କରିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ୨୬ ବର୍ଷୀୟ ଯୁବକ ଜଣେ ୨୭ ବର୍ଷୀୟା ଯୁବତୀଙ୍କୁ ପ୍ରେମ କରୁଥିଲେ। ଦୁଇଜଣ ଥଟ୍ଟାମଜାରେ ଡିଏନ୍‌ଏ ଟେଷ୍ଟ ପାଇଁ ଚାହିଁଲେ। ଉତ୍କଣ୍ଠାର ସହିତ ରେଜଲ୍ଟକୁ ଅପେକ୍ଷା ବି କଲେ। ଯେତେବେଳେ ରେଜଲ୍ଟ ଆସିଲା ତା’ର ପରିଣାମ ସ୍ବରୁପ କ’ଣ ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜାଣନ୍ତୁ ଏ ସମ୍ପର୍କରେ …

ପ୍ରେମୀଯୁଗଳ ନିଜ ଭବିଷ୍ୟତ ସମ୍ପର୍କରେ ଜାଣିବା ପାଇଁ ଡିଏନ୍‌ଏ ଟେଷ୍ଟ ପାଇଁ ଏକ ଓ୍ବେବ୍‌ସାଇଟ୍‌ର ସହାୟତା ନେଇଥିଲେ। ଏକ ମିଡିଆ ରିପୋର୍ଟ ଅନୁଯାୟୀ ଏଡିଏନ୍‌ଏ ଟେଷ୍ଟ ପରେ ଯାହା ଜାଣିବାକୁ ମିଳିଲା ସେଥିରେ ଦୁଇଜଣଙ୍କ ସମ୍ପର୍କ ତୁଟିଗଲା। ଯୁବକ ଜଣକ ପୂର୍ବଜନ୍ମରେ ଜଣେ କୁଖ୍ୟାତ ସିରିୟଲ କିଲର ଥିଲେ ବୋଲି ଡିଏନ୍‌ଏ ଟେଷ୍ଟରୁ ଜଣାପଡ଼ିଥିଲା। ଏହା ପରେ ଦୁଇଜଣ ଏକଥା ଭୁଲ ପ୍ରମାଣିତ କରିବାକୁ ଅନେକ ଚେଷ୍ଟା କରିଥିଲେ। ମାତ୍ର ଯଦି ଏହି ଘଟଣାକୁ ସେମାନେ ଭୁଲ ପ୍ରମାଣିତ କରନ୍ତି ତେବେ ଉକ୍ତ ଓ୍ବେବ୍‌ସାଇଟ୍‌ ପ୍ରତି କାହାର ବିଶ୍ୱାସ ଭରସା ରହିବ ନାହିଁ। କାରଣ ଏହି ଓ୍ବେବ୍‌ସାଇଟ୍‌ରୁ ପୂର୍ବଜନ୍ମ ସମ୍ପର୍କରେ ସଠିକ୍‌ ତଥ୍ୟ ମିଳିଥାଏ। ତେଣୁ ପ୍ରେମିକା ଜଣକ ପ୍ରେମିକଙ୍କୁ ଏହା କହି ତାଙ୍କ ସହ ସମ୍ପର୍କ ତୁଟାଇ ଦେଲେ। ପ୍ରେମିକା ଜଣକ ଛାଡ଼ି ପଳାଇବା ପରେ ପ୍ରେମିକ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି, ଲୋକଙ୍କ ସହାୟତା ଲୋଡ଼ିଛନ୍ତି। କେମିତି ତାଙ୍କ ପ୍ରେମିକାଙ୍କୁ ଫେରି ପାଇବେ। ସେନେଇ ୟୁଜର୍ସମାନଙ୍କୁ ଅନୁରୋଧ କରିଛନ୍ତି ଦ୍ୱିତୀୟ ଥର ପାଇଁ କେମିତି ତାଙ୍କ ପ୍ରେମିକାଙ୍କୁ ସେ ମନାଇବେ। ଏନେଇ ସମସ୍ତଙ୍କ ସହାୟତା ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?