Posted inଜାତୀୟ

ପ୍ରେମିକ ସହ ଫୋନ୍‌ରେ କଥା ହେଉଥିବା ଦେଖି ଝିଅର ଚୁଟିକାଟି ହାତୁଡ଼ିରେ ହାତପାଦ ଛେଚିଲେ ପିତା

ବରେଲି,୯।୬: ଉତ୍ତର ପ୍ରଦେଶର ବରେଲିରେ ଏକ ଲୋମ ଟାଙ୍କୁର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ଇଜ୍ଜତନଗରରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ଫୋନ୍‌ରେ କଥା ହେଉଥିବା ଦେଖିବା ପରେ ତାଙ୍କ ପିତା ଓ ଭାଇ ପ୍ରଥମେ ତାଙ୍କୁ ଘରେ ବନ୍ଦ କରି ରଖିଥିଲେ। ପରେ ସେ ଶୌଚ ହେବା ବାହାନାରେ ବାହରକୁ ଆସିବାକୁ ଚାହିଁ ଥିଲେ। ଏଥିପାଇଁ ତାଙ୍କୁ ଅନୁମତି ମିଳିଥିବା ବେଳେ ଯୁବତୀ ଜଣକ ସେଠାରୁ ବାହରକୁ ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ପିତା ଓ ଭାଇ ମିଶି ଯୁବତୀଙ୍କ ଚୁଟି କାଟିଦେବା ସହ ହାତଗୋଡ଼କୁ ହାତୁଡିରେ ଛେଚି ପକାଇଥିଲେ। ଫଳରେ ଯୁବତୀ ଜଣଙ୍କ ପ୍ରାଣ ବିକଳରେ ଗାଁ ରାସ୍ତାରେ କିଛି ବାଟ ଦୌଡିବା ପରେ ବେହାସ୍‌ ହୋଇ ପଡିଯାଇଥିଲେ। ସେଠାକାର ଜଣେ ସମାଜସେବୀ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ପୋଲିସରେ ଏ ସମ୍ପର୍କରେ ଅଭିଯୋଗ କରିଥିବା ଜଣାପଡିଛି। ତେବେ ହାତୁଡି ମାଡରେ ତାଙ୍କ ହାତ ଓ ଗୋଡ଼ର ହାଡ଼ ଭାଙ୍ଗି ଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ କମଲ ହାସନଙ୍କ ପ୍ରଶ୍ନ: ଅଧା ଜନସଂଖ୍ୟା ଭୋକିଲା ଥିବାବେଳେ ନୂଆ ସଂସଦ ଭବନ ପାଇଁ ଖର୍ଚ୍ଚ କରାଯିବା କେତେ ଦୂର ଯୁକ୍ତିଯୁକ୍ତ

ଚେନ୍ନାଇ,୧୩।୧୨: ନୂଆ ସଂସଦ ଭବନ ନିର୍ମାଣ ନେଇ ଦକ୍ଷିଣ ଫିଲ୍ମ ଅଭିନେତା କମଲ ହାସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ,...

ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ ଦେଖିଲେ ମୋଦି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଗୁରୁବାର ଦୃଶ୍ୟମାନ ହୋଇଛି। ଏହି ବିରଳ ଦୃଶ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଥିବା ବେଳେ ଏହାର ଏକ ଫଟୋ...

ନିଜର ଶ୍ରାଦ୍ଧକର୍ମ ସମୟରେ ଘରକୁ ଫେରିଲେ ବ୍ୟକ୍ତି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୧୨।୯: ବିହାର ମୁଜାଫରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ମନେକରି ପରିବାର ସଦସ୍ୟ ଶ୍ରାଦ୍ଧକର୍ମ କରୁଥିଲେ। ତେବେ...

ଲକ୍ଷ୍ନୌରେ ବଢ଼ିଲା ଇଣ୍ଟରନେଟ ସେବା ବନ୍ଦ ଅବଧି

ଲକ୍ଷ୍ନୌ,୨୪।୧୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଇଣ୍ଟରନେଟ ସେବା ବନ୍ଦ ମଙ୍ଗଳବାର ୫ମ ଦିନରେ ପହଞ୍ଚିଛି। ଇଣ୍ଟରନେଟ ସେବା ବନ୍ଦର ଅବଧିକୁ ବୃଦ୍ଧି କରାଯାଇ ବୁଧବାର ମଧ୍ୟରାତ୍ରି...

ପ୍ରାୟ ୧ଘଣ୍ଟା ଧରି ଚାଲିଲା ଏଲ୍‌ଜି-କେଜ୍‌ରିଓ୍ବାଲଙ୍କ ବୈଠକ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀରେ କେଜ୍‌ରିୱାଲ ସରକାର ଏବଂ ଲେଫ୍ଟନାଣ୍ଟ ଗଭର୍ନର(ଏଲ୍‌ଜି) ବିନୟ ସାକ୍ସେନାଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଇତିମଧ୍ୟରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଏଲ୍‌ଜି...

ଗୋଆ ବିଧାନସଭା ନିର୍ବାଚନ: ଭାଜପା ତାଲିକାରେ ନାହିଁ ଉତ୍ପଳ ପାରିକରଙ୍କ ନାଁ, ଏଏପିକୁ କେଜରିୱାଲଙ୍କ ନିମନ୍ତ୍ରଣ

ପଣଜି,୨୦ ।୧: ଗୋଆ ବିଧାନସଭା ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରଥମ ପର୍ଯ୍ୟାୟରେ ୩୪ ଜଣ ପ୍ରାର୍ଥୀଙ୍କର ତାଲିକା ଘୋଷଣା କରିଛି । ହେଲେ ସେଥିରେ...

ଚୁପ୍‌ ରହିଛନ୍ତି ସିଦ୍ଧୁ

ଚଣ୍ଡିଗଡ଼,୧୩।୬: ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ କିନ୍ତୁ ପୁରା ଚୁପ୍‌...

୧୮ କୁକୁରଙ୍କୁ ଜହର ଦେଇ ହତ୍ୟା, ସାଧାରଣରେ ଉତ୍ତେଜନା ବୃଦ୍ଧି…

ହାଇଦ୍ରାବାଦ,୧୭।୧୦ : ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲାରେ ଏକାସାଙ୍ଗରେ ୧୮ କୁକୁରଙ୍କୁ ଜହର ଦେଇ ହତ୍ୟା କରାଯାଇଛି। ଏହା ପରେ ପୋଲିସ ଅଭିଯୁକ୍ତ ବୀରବାବୁଙ୍କ ବିରୋଧରେ ମାମଲା...

Advertisement
Archives

Model This Week