ପ୍ରେମିକାଙ୍କୁ ଠକି ଦେଇଥିଲେ, ଆଉ ଏବେ

ରାଜକନିକା, ୨୮।୮(ରବୀନ୍ଦ୍ର କୁମାର ଦାସ/ସଞ୍ଜୟ କୁମାର ଦାଶ): ଜଣେ ଯୁବତୀଙ୍କୁ ବିବାହିତ ଯୁବକ ପ୍ରେମଜାଲରେ ଛନ୍ଦି ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିଲେ। ଏ ନେଇ ଅଭିଯୋଗ ପରେ ପୋଲିସ ଯୁବକ ଜଣଙ୍କୁ ରବିବାର ଗିରଫକରି ସୋମବାର କୋର୍ଟଚାଲାଣ କରିଛି। ରାଜକନିକା ଥାନା କଣ୍ଡିଆ ଫାଣ୍ଡି ଅଧୀନ ଜଣେ ଯୁବତୀଙ୍କୁ ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ସୋଲପଟା ଗାଁର ଚିତ୍ତରଞ୍ଜନ ରାଉତ ଓରଫ ପପୁ (୩୨)୨୦୨୩ ମସିହାରେ ରଙ୍ଗ୍‌ ନମ୍ବରରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସମ୍ପର୍କ ଅଧିକ ନିବିଡ଼ କରିବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେଇ ହୋଟେଲକୁ ଡକାଇ ବାରମ୍ବାର ଯୌନ ସମ୍ପର୍କ ରଖିବା ପରେ ଶେଷରେ ପ୍ରତାରଣା କରିଥିଲେ। ବାଧ୍ୟହୋଇ ଯୁବତୀ ଜଣକ ନିରୁପାୟ ହେବାରୁ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ସହାୟତାରେ ଯୁବତୀ ଜଣକ ଗତ ୧୭ ତାରିଖରେ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ରବିବାର ରାତିରେ ଚିତ୍ତରଞ୍ଜନଙ୍କୁ ସୋଲପଟା ଗାଁରର ତାଙ୍କ ଘରୁ ଗିରଫକରି ଥାନାକୁ ଆଣିବା ପରେ ପଚରାଉଚୁରା କରିଥିଲା। ଏଥିରୁ ଜଣାପଡ଼ିଥିଲା କି ଚିତ୍ତରଞ୍ଜନ ପୂର୍ବରୁ ବିବାହିତ ଓ ତାଙ୍କର ୨ଟି ପିଲା ଅଛନ୍ତି। ପୋଲିସ ନଂ. ୩୫୩/୨୪ ମାମଲା ରୁଜୁ କରି ଡାକ୍ତରଖାନାରେ ତାଙ୍କର ଡାକ୍ତରୀ ମାଇନା କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଉ‌ରକେଲାରେ ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି, ଖରାକୁ ଖାତିର ନକରି…

ରାଉରକେଲା,୨୧।୪(ସଂଗୀତା ଜେନା) ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ । ରାଉରକେଲା…

ଦିନ ଦ୍ୱିପ୍ରହରେ ବଡ଼ ଧରଣର ଲୁଟ: ବ୍ୟାଙ୍କ ସାମ୍ନାରେ ଗାଡ଼ି ଡିକି ଭାଙ୍ଗି ଏତେ ଟଙ୍କା ନେଇଗଲେ ଦୁର୍ବୃତ୍ତ

ଗଞ୍ଜାମ,୨୧।୪(ଅନାଥ ତରାଇ): ଗଞ୍ଜାମ ସହରରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଗଞ୍ଜାମ ସହରରେ ଥିବା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଦିନଦ୍ୱିପ୍ରହରେ…

କାଳିପଲ୍ଲୀରେ କିଡ଼ନୀ ରୋଗର ଭୟାବହତା: ଚିନ୍ତାପ୍ରକଟ କରି ମୁଖ୍ୟମନ୍ତ୍ରୀଙ୍କୁ ଏହି ନିବେଦନ କଲେ ପ୍ରଦୀପ ପାଣିଗ୍ରାହୀ

ଗଞ୍ଜାମ/ଛତ୍ରପୁର,୨୧।୪(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ଜିଲା କାଳିପଲ୍ଲୀ ପଞ୍ଚାୟତରେ କାୟା ବିସ୍ତାର କରିଥିବା କିଡ଼ନୀ ରୋଗର ବ୍ୟାପକତାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବ୍ରହ୍ମପୁର ଏମ୍‌ପି…

ସିଏମ୍ ଟ୍ରଫି ଖୋଖୋ ଚାମ୍ପିୟନ୍ ହେଲେ ରାଇକିଆ ଛାତ୍ରୀ, ଛୁଟିଲା ଶୁଭେଚ୍ଛା

ରାଇକିଆ,୨୧।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ଏଥଲେଟିକ୍ସ ଆସୋସିଏସନ୍ ତରଫରୁ ଆୟୋଜିତ ୧୫ବର୍ଷରୁ କମ୍ “ସିଏମ୍ ଟ୍ରଫି ୨.୦” ଜିଲାସ୍ତରୀୟ ଖୋଖୋ ପ୍ରତିଯୋଗୀତାରେ ଚାମ୍ପିୟନ୍ ହୋଇଛନ୍ତି ରାଇକିଆ ସରକାରୀ…

ନିର୍ବାଚନ କମିଶନରଙ୍କ ନୂଆ ନିୟମ, ରାତିରେ ବାଇକ ଚଳାଇବା ଉପରେ ଲାଗିଲା ବ୍ୟାନ୍

କୋଲକାତା,୨୧।୪: ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଦୁଇଚକିଆ ଯାନ ଉପରେ ନିର୍ବାଚନ କମିଶନର ବ୍ୟାନ କରିଛନ୍ତି । ଏହା ସହିତ ମୁକ୍ତ ଏବଂ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ…

ଛାତ୍ରୀଛାତ୍ରଙ୍କୁ ବଣ୍ଟାଗଲା ପୋଷାକ: ଶିକ୍ଷା ବର୍ଷ ୨୦୨୬- ୨୭ ପାଇଁ…

କର୍ଲାମୁଣ୍ଡା:୨୧/୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପୋଦର ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବିତରଣ ଉତ୍ସବ ବଣ୍ଟନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।…

୨ ମାସ ପୂର୍ବେ ଗଢିଥିଲେ ସୁଖର ସଂସାର, ହଠାତ୍‌ ଶାଶୁ ଘରେ ହୋଇଗଲେ ଅଚେତ୍‌, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ବଢିଲା ସସ୍‌ପେନ୍ସ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମର ନବବିବାହିତା ଲିପ୍ସା ବିଷୋୟୀ(୨୦)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଦିଗପହଣ୍ଡି ଥାନା ଆଙ୍କୋରଡ଼ା…

CSKକୁ ଲାଗିଲା ବଡ଼ ଝଟକା, ସିଜନରୁ ବାଦ ପଡିଲେ ସର୍ବାଧିକ ସ୍କୋର୍ କରିଥିବା ଖେଳାଳୀ

ନୂଆଦିଲ୍ଲୀ,୨୧।୪: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୨୦୨୬ ଆଇପିଏଲ ସିଜିନ୍ ଭଲ ନଥିଲା। ଚଳିତ ସିଜିନ୍ ମଧ୍ୟଭାଗରେ, ଚେନ୍ନାଇ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri