ପ୍ରେମିକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

ଭାପୁର, ୧୧।୮(ଡି.ଏନ୍‌.ଏ.) – ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଧୀନ ଜରିପାଳ ଛକରୁ ଜଣେ ଅସହାୟ ଯୁବତୀ (୧୮ବର୍ଷ)ଙ୍କୁ ଶନିବାର ପୋଲିସ ଉଦ୍ଧାର କରିଛି। ସମ୍ପୃକ୍ତ ଯୁବତୀ ଜଣକ ପ୍ରେମିକଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିବା କହିଛନ୍ତି। ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଖବର ଲେଖାଯିବା ସୁଦ୍ଧା ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଯୁବତୀ ଜଣକ ଇତଃସ୍ତତଃ ଭାବେ ବୁଲୁଥିବା ଦେଖି ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ଏ ନେଇ ସେମାନେ ପୋଲିସକୁ ସୂଚନା ଦେଇଥିଲେ। ପ୍ରଥମେ ଯୁବତୀଜଣକ ନିଜକୁ ତିଗିରିଆ ଅଞ୍ଚଳର ବାସିନ୍ଦା ବୋଲି ପରିଚୟ ଦେଇଥିଲେ। ଘରୁ ରାଗି ପଳାଇ ଆସିଥିବାରୁ ଘର ଲୋକେ ତାଙ୍କୁ ଗ୍ରହଣ କରୁ ନ ଥିବା କହିଥିଲେ। ଏହାକୁ ନେଇ ସନ୍ଦେହ ଉପୁଜିଥିଲା। ପୋଲିସଠାରୁ ସୂଚନା ପାଇ ପୂର୍ବାହ୍ନ ୯ଟାରେ ଘର ଲୋକେ ପହଞ୍ଚତ୍ବା ପରେ ପ୍ରକୃତ କଥା ପଦାକୁ ଆସିଥିଲା। ପୋଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବତୀଙ୍କ ସହ କଦଳୀପାଳ ଗ୍ରାମର ଦୁଷ୍ମନ୍ତ ନାଏକଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ୨୦୧୬ରେ ସେ ଘର ଛାଡ଼ି ତାଙ୍କ ସହ ପଳାଇ ଆସିଥିଲେ। ହେଲେ ନାବାଳିକା ହୋଇଥିବାରୁ ଉକ୍ତ ସମୟରେ ମୁନିଗୁଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ଯୁବକ ଗିରଫ ହୋଇଥିଲେ। ଏହାପରେ ନାବାଳିକା ସ୍ବଧାର ଗୃହରେ ରହୁଥିଲେ। ଦୁଷ୍ମନ୍ତ ଜେଲରୁ ଫେରିବା ପରେ ୭ମାସ ହେଲା ଉଭୟେ କଳଦୀପାଳ ଗ୍ରାମରେ ରହୁଥିଲେ। ଶୁକ୍ରବାର ରାତିରେ ଯୁବକ ଜଣକ ମାଡ଼ ମାରିବାରୁ ଯୁବତୀଜଣକ ଭୟରେ ଘରୁ ପଳାଇ ଆସି ରାତିସାରା ଏକ ବୁଦାମୂଳେ ଲୁଚି ରହିଥିଲେ। ସକାଳୁ ଜରିପାଳ ଛକରେ ଅସହାୟ ଅବସ୍ଥାରେ ବୁଲୁଥିବାବେଳେ ଅଞ୍ଚଳବାସୀଙ୍କଠାରୁ ସୂଚନା ପାଇ ପୋଲିସ ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦେଇଥିଲା। ରାସୋଳ ଥାନା ଅଞ୍ଚଳରେ ଘଟଣା ଘଟିଥିବାରୁ ଯୁବତୀ ଜଣକ ସେଠାକାର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକର୍ଷଣୀୟ ହେବ ଢେଙ୍କାନାଳ ମାର୍କା ଶାଢ଼ି ଡିଜାଇନ

ଢେଙ୍କାନାଳ ଅଫିସ,୧୭ା୧: ଢେଙ୍କାନାଳ ଜିଲା ସଦର ବ୍ଲକ ସରାଗପାଟଣା, ଚନ୍ଦ୍ରଶେଖରପ୍ରସାଦ, ଓଡାପଡା ବ୍ଲକର ରଥପଦା ଓ ପରଜଙ୍ଗ ବ୍ଲକ ଖାଲପାଳ ନିକଟସ୍ଥ ଗିରିଗୋବର୍ଦ୍ଧନ ଗ୍ରାମରେ ସ୍ଥାନୀୟ...

ଛଟେଇ ପରେ ହାରିଲେ ଜୀବନ

ଢେଙ୍କାନାଳ ଅଫିସ, ୪।୧୨-ପେଟପାଟଣା କଥା ବୁଝୁଥିଲା ଠିକା ଚାକିରି। କଷ୍ଟେମଷ୍ଟେ ଚଳିଯାଉଥିଲା ପରିବାର। ଚାକିରିରୁ ଛଟେଇ ପରେ ମାଡ଼ିବସିଲା ଚିନ୍ତା। ଅସହ୍ୟ ହେଲା ଆର୍ଥିକ ଅନଟନ।...

ଦୁର୍ନୀତିରେ ପରଜଙ୍ଗ ବ୍ଲକ ଜିଲାରେ ପ୍ରଥମ

ପରଜଙ୍ଗ,୨।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲାର ପରଜଙ୍ଗ ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ଆଣିଛି ଭାଜପା। ଏହାର ପ୍ରତିବାଦରେ ଆଗାମୀ ଦିନରେ ବ୍ଲକ ଘେରାଉ କରାଯିବ...

ପୋଖରୀରେ ଓଲଟିଲା ମିନିବସ୍‌: ଡ୍ରାଇଭରଙ୍କ ସମେତ ୧୩ ଆହତ

ପରଜଙ୍ଗ, ୧୪।୯(ଡି.ଏନ.ଏ.) – ଢେଙ୍କାନାଳ ଜିଲା ୫୩ନଂ. ଜାତୀୟ ରାଜପଥର ପରଜଙ୍ଗ ଗଁ। ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମିନିବସ୍‌ (ନଂ. ଓଡ଼ି ୩୫ ବି...

ସ୍ବାୟତ୍ତ ଶାସନ ଦିବସ ପାଳିତ: ‘ମିଳିତ ଉଦ୍ୟମରେ ଢେଙ୍କାନାଳ ହେବ ୧ ନମ୍ବର’

ଢେଙ୍କାନାଳ ଅଫିସ, ୧।୯ – ଢେଙ୍କାନାଳ ହେଉଛି ବୁଦ୍ଧିଜୀବୀଙ୍କ ସହର। ମିଳିତ ପ୍ରଚେଷ୍ଟା, ସମ୍ମିଳିତ ଉଦ୍ୟମରେ ଢେଙ୍କାନାଳ ରାଜ୍ୟରେ ଏକ ନମ୍ବର ପୌରସଂସ୍ଥା ହୋଇପାରିବ ବୋଲି...

୧୮ରୁ ଶ୍ରାବଣ କାଉଡ଼ିଯାତ୍ରା

ଢେଙ୍କାନାଳ ଅଫିସ, ୮ା୭ ଆସନ୍ତା ଜୁଲାଇ ୧୮ରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଶ୍ରାବଣ କାଉଡ଼ି ଯାତ୍ରା। ଏହା ଅଗଷ୍ଟ ୮ ତାରିଖ (ଚତୁର୍ଥ ପାଳି ସୋମବାର)ରେ...

ପୁଣି ବିଦ୍ୟୁତ୍‌ ଫାଶରେ ହାତୀ

ଢେଙ୍କାନାଳ ଅଫିସ୍‌/ ସାତମାଇଲ(ଡି.ଏନ୍‌.ଏ.), ୪।୯: ବନ୍ୟପ୍ରାଣୀ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ପୁଣି ଏକ ମାଈ ହାତୀର ଜୀବନ ଯାଇଛି। ଏକ ବାର୍‌ହା...

୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ

କାମାକ୍ଷାନଗର, ୬।୩(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ରାଜନୀତିର ଅନ୍ୟତମ ପ୍ରମୁଖ କେନ୍ଦ୍ରସ୍ଥଳ କାମାକ୍ଷାନଗର ଏନ୍‌ଏସିର ଅଧ୍ୟକ୍ଷ ପଦବୀ ଲାଗି ଦୀର୍ଘ ୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ...

Advertisement
Archives

Model This Week