Posted inଜାତୀୟ

ପ୍ରିୟଙ୍କାଙ୍କୁ ଯୋଗୀଙ୍କ କଡ଼ା ଜବାବ୍‌: ନ ଖାଇ ପାରିଲେ ଅଙ୍ଗୁର ଖଟା

ଲକ୍ଷ୍ନୌ,୩୦।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ରାଷ୍ଟ୍ରୀୟ ମହସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି। କଂଗ୍ରେସ ନିର୍ବାଚନରେ ପରାଜିତ ହୋଇଥିବାରୁ ହତାଶ ହୋଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛି ବୋଲି ଯୋଗୀ ରବିବାର ଟୁଇଟ୍‌ କରି କହିଛନ୍ତି। ପୂର୍ବରୁ ଶନିବାର ପ୍ରିୟଙ୍କା ଟୁଇଟ୍‌ କରିଥିଲେ ଯେ ଯୋଗୀଙ୍କ ଶାସନରେ ଅପରାଧୀ ମୁକ୍ତ ଭାବେ ବାହାରେ ବୁଲୁଛନ୍ତି। ରାଜ୍ୟ ସରକାରଙ୍କ ଆଇନ କାନୁନ ପ୍ରତି ସେମାନଙ୍କର ଭୟ ନାହିଁ। ସରକାର ଏଥିରେ ଅଙ୍କୁଶ ଲଗାଇବାରେ ଅସମର୍ଥ ରହିଥିବା ପ୍ରିୟଙ୍କା କହିଥିଲେ। ତେବେ ଯୋଗୀ ଏହାର ଉତ୍ତରରେ କହିଛନ୍ତି ଯେ, ନ ଖାଇ ପାରିଲେ ଅଙ୍ଗୁର ଖଟା ଭଳି ପ୍ରିୟଙ୍କା ମନ୍ତବ୍ୟ ଦେଉଛନ୍ତି। ଏହା ହତାଶ୍‌ ମନୋଭାବକୁ ସୂଚାଉଥିବା ଯୋଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିଲା କରୋନା

ନୂଆଦିଲ୍ଲୀ, ୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ରବିବାର ଏହା ପୂର୍ବର ସମସ୍ତ ରେକର୍ଡ...

ଦିନରେ ୨ କପ୍‌ ଗ୍ରୀନ୍‌ ଟି’…

ସକାଳେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ନିୟମିତ ଗ୍ରୀନ୍‌...

ସାଧାରଣତନ୍ତ୍ର ଦିବସକୁ ନେଇ ମନ୍ତ୍ରୀଙ୍କ ଜ୍ଞାନ: ୧୯୮୫ରେ ଲାଗୁ ହୋଇଛି ଦେଶର ସମ୍ବିଧାନ

ପାଟନା,୨୬।୧: ଦେଶ ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ବିହାରର ଜଣେ ମନ୍ତ୍ରୀଙ୍କ ଜ୍ଞାନ ଏବେ ଚର୍ଚ୍ଚାକୁ ଆସିଛି। ବିହାର ବିଧାନସଭାରେ...

କରୋନାଭାଇରସ ମୁକାବିଲା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ,୨୫।୧: ଚାଇନାରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ଏବେ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଭାରତରେ ପ୍ରଥମେ ମୁମ୍ବାଇରେ ୨ ଜଣଙ୍କ ଦେହରେ ଏହି ଭୂତାଣୁ...

ଏୟାର ଇଣ୍ଡିଆ ସମେତ ୨୮ କମ୍ପାନୀ ବିକିବେ ମୋଦି ସରକାର: ମିଳୁ ନାହାଁନ୍ତି ମନ ପସନ୍ଦର କ୍ରେତା

ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏୟାର ଇଣ୍ଡିଆ, ପଓ୍ବନ ହଂସ ସମେତ କ୍ଷତିରେ ଚାଲୁଥିବା ୨୮ଟି ପବ୍ଲିକ୍‌ ସେକ୍ଟର କମ୍ପାନୀରେ ବିନିବେଶ ଯୋଜନା କରିଛନ୍ତି।...

ଶିରିଡ଼ି ବନ୍ଦକୁ ଶିବସେନା ଏମ୍‌ପିଙ୍କ ସମର୍ଥନ

ଶିରିଡ଼ି,୨୦ା୧(ପି.ଟି.): ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ପରେ ରବିବାର ମହାରାଷ୍ଟ୍ରର ଶିରିଡ଼ି ସହର ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ ମନ୍ଦିର...

ସ୍ବାମୀଙ୍କ ଅନ୍ତିମ ସଂସ୍କାର କରାଇ ଦେଲେ ନାହିଁ ସ୍ତ୍ରୀ, ଚିତାରୁ ମୃତଦେହ ଉଠାଇ ନେଲା ପୋଲିସ

ମୁରାଦାବାଦ୍‌,୧୩।୧: ଉତ୍ତର ପ୍ରଦେଶର ମୁରାଦାବାଦ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି ଯେ,...

ପ୍ୟାନେଲ ଗଠନ କରାଯିବ

ନୂଆଦିଲ୍ଲୀ,୨୦ା୬(ପି.ଟି.): ଦେଶରେ ଏକକାଳୀନ ନିର୍ବାଚନ ପାଇଁ ସମୟବଦ୍ଧ ଭାବେ ପ୍ରସ୍ତାବ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ୟାନେଲ ଗଠନ କରିବାକୁ ଯାଉଛନ୍ତି ବୋଲି...

Advertisement
Archives

Model This Week