ପ୍ରସ୍ତର ଯୁଗ ରହସ୍ୟ ଖୋଲିଲା ‘ଚୁଇଂଗମ୍‌’

କୋପେନହେଗେନ: ଡେନ୍‌ମାର୍କର ସିଲ୍‌ଥୋଲମ୍‌ରେ ଉତ୍‌ଖନନ ସମୟରେ ୫୭୦୦ ବର୍ଷର ପୁରୁଣା ଏକ ଚୁଇଂଗମ୍‌ ମିଳିଛି। ବିଶେଷଜ୍ଞମାନେ ଏହା ଉପରେ ଅଧିକ ଗବେଷଣା କରି ପ୍ରସ୍ତର ଯୁଗ ମହିଳାଙ୍କ ଡିଏନ୍‌ଏ ଖୋଜି ବାହାର କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ମଣିଷର ଦେହାବଶେଷ, ଜୀବାଶ୍ମରୁ ପୁରାତନ ଯୁଗର ମଣିଷ, ସେମାନଙ୍କ ଜୀବନଶୈଳୀ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳୁଥିଲା। ହେଲେ ଚୁଇଂଗମରୁ ପ୍ରାଚୀନ ମଣିଷଙ୍କ ବିଷୟରେ ତଥ୍ୟ ହାସଲ କରିବା ପ୍ରଥମ ଘଟଣା ବୋଲି କୁହାଯାଉଛି।
ଏ କ୍ଷେତ୍ରରେ ଗବେଷଣା କରୁଥିବା ବିଶେଷଜ୍ଞମାନେ କହିଛନ୍ତି, ଉକ୍ତ ଚୁଇଂଗମ ଚୋବାଇଥିବା ବ୍ୟକ୍ତି ଜଣକ ଜଣେ ନୀଳନୟନା ମହିଳା। ତାଙ୍କ କେଶ ଏବଂ ଚମଡ଼ାର ରଙ୍ଗ କଳା ଥିଲା। ସମ୍ପୃକ୍ତ ମହିଳାଙ୍କ ନାମ ଲେଲା ରଖାଯାଇଛି। ଲେଲା ରହୁଥିବା ସ୍ଥାନରେ ଥିବା ଜନବସତିର ଲୋକମାନେ ପେଟପାଟଣା ପାଇଁ ମାଛ ଧରିବା, ଶିକାର କରିବା କାର୍ଯ୍ୟ କରୁଥିଲେ। ସେହିପରି ଉକ୍ତ ସ୍ଥାନରୁ ଭୋଜପତ୍ର ଗଛର ନମୁନା ସଂଗ୍ରହ କରାଯାଇଛି। ଏଥିରୁ ତତ୍କାଳୀନ ସମୟର ମଣିଷଙ୍କ ଭୋଜନ, ମୁହଁରେ ଥିବା କୀଟାଣୁ ବିଷୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷଣରୁ ସେ ସମୟର କୀଟାଣୁ କିପରି ବଢୁଥିଲେ, ସମୟ ସହିତ ସେମାନଙ୍କ କିପରି କ୍ରମବିକାଶ ହୋଇଥିଲା ସେ ନେଇ ଅନେକ ତଥ୍ୟ ମିଳିପାରିବ ବୋଲି ବିଶେଷଜ୍ଞ ଦଳ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନ ଛାଡ଼ିଥିବା ଆମେରିକୀୟ ଶେଷ ସୈନିକ କିଏ ଜାଣନ୍ତି…

ଓ୍ବାଶିଂଟନ,୪ା୯: ଆଫଗାନିସ୍ତାନରୁ ୧୯ ବର୍ଷ ୧୦ ମାସ ୧୦ ଦିନ ପରେ ଆମେରିକା ଫେରିଯାଇଛି। ଏହାର ୧୩ ସୈନିକ ସହିଦ ହେବା ପରେ ଆମେରିକାର ଶେଷ...

ରୁଷିଆ ଆକ୍ରମଣ ଭୟରେ ନାଟୋ ଆହ୍ବାନକୁ ଖାରଜ କଲା ବ୍ରିଟେନ୍‌…

ଲଣ୍ଡନ,୧।୩ : ରୁଷିଆର ଆକ୍ରମଣ ଭୟରେ ବ୍ରିଟେନ୍‌ ନାଟୋର ଆହ୍ବାନକୁ ଖାରଜ କରିଛି। ନାଟୋ କଥାରେ ରାଜି ହେଲେ କାଳେ ରୁଷିଆ ଅକ୍ରମଣ କରିବ। ଏହି...

କୁକୁଡ଼ାକୁ ଆଲିଙ୍ଗନ କରି ଚର୍ଚ୍ଚାରେ ଏହି କୁନି ବାଳକ, ଦେଖିଲେ ହସି ହସି ଗଡ଼ିବେ

ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ ଅନେକ ଆମକୁ ଶିକ୍ଷା ଦେଉଥିବା ବେଳେ ଆଉ କିଛି ହସର ଖୋରାକ ଯୋଗାଇଥାଏ। ସେହିପରି...

ୟୁରୋପରେ ଷ୍ଟିଲଥ୍‌ ଓମିକ୍ରନ୍‌ ଆତଙ୍କ, ୪୦ରୁ ଅଧିକ ଦେଶକୁ ବ୍ୟାପିଲା…

ଓ୍ବାଶିଂଟନ, ୨୩।୧ : ଓମିକ୍ରନ୍‌ ପରେ ଏବେ ୟୁରୋପରେ ନୂଆ ଭାରିଆଣ୍ଟ୍‌ ଷ୍ଟିଲଥ୍‌ ଓମିକ୍ରନ୍‌ ( ବିଏ.୨)ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଷ୍ଟିଲଥ୍‌ ଓମିକ୍ରନ୍‌ ୪୦ରୁ...

କାହିଁକି କ୍ଷୀରରେ କରାଯାଏ ଭଗବାନ ଶିବଙ୍କ ଅଭିଷେକ

ଆଜି ପବିତ୍ର ମହାଶିବରାତ୍ରି। ଏହିଦିନ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ବିବାହ ହୋଇଥିଲା। ଶିବଙ୍କୁ ଆରାଧନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବାର ବିଶ୍ୱାସ...

୫୩ ବର୍ଷ ପରେ ମିଳିଲା ହଜିଲା ପର୍ସ

ଓ୍ବାଶିଂଟନ, ୭।୨: ଆଣ୍ଟ୍ରାକ୍ଟିକାରେ ୫୩ ବର୍ଷ ତଳେ ହଜିଥିବା ଏକ ପର୍ସ ଏବେ ଆମେରିକାରୁ ମିଳିଛି। ପର୍ସର ମାଲିକ ୯୧ ବର୍ଷ ବୟସ୍କ ପୋଲ ଗ୍ରିଶାମ୍‌...

ରୋଜଗାର ଟଙ୍କା ଘରେ ଦେଉଥିଲି: ନିରଞ୍ଜନ ରାଜ

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଡ଼ପୋଖରୀଆପାଟଣାରେ ମୋ ଜନ୍ମ। ଗାଁ ସ୍କୁଲ୍‌ରୁ ପ୍ରାଥମିକ ଶିକ୍ଷା ସାରିବା ପରେ ନିକଟସ୍ଥ ଅଞ୍ଚଳରେ ଥିବା ଅନ୍ୟ କେତେକ...

ୟୁଏନ୍‌ଏସ୍‌ସିରେ ଭାରତର ସମର୍ଥନ ପାଇବାକୁ ରୁଷିଆ ଆଶାବାଦୀ

ନୂଆଦିଲ୍ଲୀ,୨୬ା୨(ପି.ଟି.): ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କରି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଶୁକ୍ରବାର ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ଚିଠା ପ୍ରସ୍ତାବ ଅଣାଯିବାକୁ ଥିବାବେଳେ ଏଥିରେ ମସ୍କୋ...

Advertisement
Archives

Model This Week