Posted inଜାତୀୟ

ପ୍ରଶ୍ନର କାଠଗଡ଼ାରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୪(ପି.ଟି.): ସାଧାରଣ ନିର୍ବାଚନ ପାଇଁ ଉଭୟ ଶାସକ ଓ ବିରୋଧୀ ପ୍ରସଙ୍ଗ ଖୋଜୁଥିବାବେଳେ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମିଳିଯାଇଛି ଏକ ‘ବ୍ରହ୍ମାସ୍ତ୍ର’। ମୋଦି ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ପ୍ଲଟ୍‌କୁ ନେଇ ନିର୍ବାଚନ କମିଶନ(ଇସି)ଙ୍କୁ ଭୁଲ୍‌ ତଥ୍ୟ ପ୍ରଦାନ କରିଛନ୍ତି ବୋଲି ମଙ୍ଗଳବାର କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଭାଜପା ଅଭିଯୋଗକୁ ଖଣ୍ଡନ କରି ଏହାକୁ ଅପପ୍ରଚାର ବୋଲି ଜବାବ ରଖିଛି।
କଂଗ୍ରେସ ମୁଖପାତ୍ର ପବନ ଖେରା ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ମୋଦି ପୂର୍ବରୁ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ଦର୍ଶାଇଥିଲେ ଯେ, ଗାନ୍ଧୀନଗରର ସେକ୍ଟର ୧ ସ୍ଥିତ ପ୍ଲଟ୍‌ ନମ୍ବର ୪୧୧ର ସେ ହେଉଛନ୍ତି ସ୍ବତ୍ୱାଧିକାରୀ। ପରେ ସେ ଏହି ପ୍ଲଟ୍‌ ସମ୍ପର୍କିତ ତଥ୍ୟକୁ ହଟାଇ ନିଜକୁ ଅନ୍ୟ ଏକ ପ୍ଲଟର ମାଲିକ ବୋଲି ସତ୍ୟପାଠରେ ଦର୍ଶାଇଥିଲେ। ସତ୍ୟପାଠରେ ଦିଆଯାଇଥିବା ତଥ୍ୟରେ ତାଳମେଳ ରହୁନାହିଁ। ମୋଦି ଭୁଲ ତଥ୍ୟ ପ୍ରଦାନ କରିଥିବାରୁ ନିର୍ବାଚନ କମିଶନ ଲୋକ ପ୍ରତିନିଧି ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପ୍ରଧାନମନ୍ତ୍ରୀ ନିଜ ନାମରେ ଥିବା ପ୍ଲଟର ବିବରଣୀ ସତ୍ୟପାଠରେ ଉଲ୍ଲେଖ କରୁ ନ ଥିବା ଦର୍ଶାଇ ଦାଏର ହୋଇଥିବା ଏକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଏହାର ଯାଞ୍ଚ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ ପାଇଁ ସୋମବାର ନିଷ୍ପତ୍ତି ନେବାର ଦିନକ ପରେ କଂଗ୍ରେସ ଏହି ଅଭିଯୋଗ ଆଣିଛି।
ପ୍ରକାଶ ଯେ, ମହାରାଷ୍ଟ୍ରର ସାକେତ ଗୋଖଲେ ୨୦୦୨ ଅକ୍ଟୋବରରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସରକାରଙ୍କ ନୀତି ଅନୁସାରେ ତାଙ୍କୁ ଏକ ପ୍ଲଟ୍‌ ମିଳିଥିଲା ବୋଲି ଏଥିରେ ସେ ଉଲ୍ଲେଖ କରିଥିଲେ। ପବନ ଖେରାଙ୍କ ଅଭିଯୋଗ ହେଉଛି, ୨୦୧୨ରେ ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ମୋଦି ନିଜ ସତ୍ୟପାଠରେ ପ୍ଲଟ୍‌ ନଂ. ୪୧୧ ସମ୍ପର୍କରେ କିଛି ସୂଚନା ଦେଇ ନ ଥିଲେ। ଏହା ବଦଳରେ ସେ ସମାନ ଠିକଣାରେ ଥିବା ପ୍ଲଟ୍‌ ନଂ, ୪୦୧/ଏର ଏକଚତୁର୍ଥାଂଶ ମାଲିକ ବୋଲି ନିଜକୁ ଦର୍ଶାଇଥିଲେ। ୨୦୧୪ ଲୋକ ସଭା ନିର୍ବାଚନ ପାଇଁ ମୋଦି ନାମାଙ୍କନପତ୍ର ଦାଖଲ ବେଳେ ୪୧୧ ପ୍ଲଟ୍‌ ନେଇ ସତ୍ୟପାଠରେ ଉଲ୍ଲେଖ ନ କରି ପ୍ଲଟ୍‌ ନଂ ୪୦୧/ଏ ସମ୍ପର୍କରେ ଅବତାରଣା କରିଥିଲେ। ୨୦୧୫ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଓ୍ବେବ୍‌ସାଇଟ୍‌ରେ ମଧ୍ୟ ମୋଦି ନିଜକୁ ‘୪୦୧/ଏ’ର ଏକଚତୁର୍ଥାଂଶ ସ୍ବତ୍ୱାଧିକାରୀ ବୋଲି ଘୋଷଣା କରିଥିଲେ। ୨୦୦୭ରୁ ୨୦୧୫ ମଧ୍ୟରେ ପ୍ଲଟର ଏରିଆ ସମାନ ରହିଥିଲା। କିନ୍ତୁ ଏହାର ମାଲିକାନା ସ୍ବତ୍ୱ ବଦଳିଯାଇଥିଲା। ମୋଦି ପ୍ଲଟ ନଂ. ୪୧୧ର ପୂରା ମାଲିକ ଥିବାବେଳେ ୪୦୧/ଏର ଆଂଶିକ ସ୍ବତ୍ୱାଧିକାରୀ କିପରି ହେଲେ ବୋଲି ପବନ ପ୍ରଶ୍ନ କରିଛନ୍ତି।
ପବନ ଆହୁରି କହିଛନ୍ତି, ଗୁଜରାଟ ରାଜସ୍ବ ବିଭାଗର ଜମି ରେକର୍ଡରେ ‘୪୦୧/ଏ’ ନାମରେ ଗାନ୍ଧୀନଗରର କୌଣସି ପ୍ଲଟ୍‌ ନାହିଁ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ୨୦୧୪ ସାଧାରଣ ନିର୍ବାଚନ ବେଳେ ସତ୍ୟପାଠରେ ନିଜକୁ ମୋଦିଙ୍କ ଭଳି ୪୦୧/ଏ ପ୍ଲଟ୍‌ର ଏକଚତୁର୍ଥାଂଶ ମାଲିକ ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ସାର୍ବଜନୀନ ତଥ୍ୟାନୁସାରେ ୪୦୧ ପ୍ଲଟର ସମ୍ପୂର୍ଣ୍ଣ ମାଲିକ ହେଉଛନ୍ତି ଜେଟ୍‌ଲୀ। ସେ ନିର୍ବାଚନ କମିଶନଙ୍କ ନିକଟରେ ପୂର୍ବରୁ ଦାଖଲ କରିଥିବା ସତ୍ୟପାଠ ଓ ୨୦୧୪ର ସତ୍ୟପାଠ ମଧ୍ୟରେ ତାଳମେଳ ଖାଉନାହିଁ। ୨୦୧୨ରେ ସୁପ୍ରିମକୋର୍ଟ ଗୁଜରାଟରେ ସରକାରୀ କର୍ମଚାରୀଙ୍କୁ ଆବଣ୍ଟିତ ଜମି ମାମଲାର ଶୁଣାଣି କରିବାବେଳେ ଭାଜପା ନେତା ତଥା ଓକିଲ ମୀନାକ୍ଷୀ ଲେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିତ୍ଥିଲେ। ଗୁଜରାଟ ସରକାର ୨୦୦୦ ମସିହାରୁ କୌଣସି ଏମ୍‌ପି/ବିଧାୟକଙ୍କୁ ନୂଆ ଜମି ଆବଣ୍ଟନ କରିନାହାନ୍ତି ବୋଲି ସେ ଯୁକ୍ତି ବାଢ଼ିଥିଲେ। ତେବେ ନରେନ୍ଦ୍ର ମୋଦି ଗାନ୍ଧୀନଗରରେ ଏହି ପ୍ଲଟ୍‌ କେଉଁଠୁ ପାଇଲେ ବୋଲି ପବନ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଭାଜପାର ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡେଲରେ ଏହାକୁ ଖଣ୍ଡନ କରାଯାଇଛି। କଂଗ୍ରେସ ଦଳରେ ପ୍ରସଙ୍ଗର ଦେବାଳିଆପଣ ସୃଷ୍ଟି ହୋଇଛି ବୋଲି ଭାଜପା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ,୧୧।୬: ଜମ୍ମୁ-କଶ୍ମୀର ସୀମାର ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ କିଛି...

ଓଡ଼ିଶାରେ ହେଲିକପ୍ଟର ସେବା କେବେ: ଉତ୍ତର ଦେଲାନି କେନ୍ଦ୍ର

ନୂଆଦିଲ୍ଲୀ,୧୦ା୨: ଓଡ଼ିଶାର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଆହତଙ୍କୁ ଏୟାରଲିଫ୍ଟିଂ ପାଇଁ ନିରବଚ୍ଛିନ୍ନ ହେଲିକପ୍ଟର ସେବାକୁ ନେଇ ବିଜେଡି ପକ୍ଷରୁ କରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେବାକୁ...

ଗଗନଯାନ ମାନବ ରହିତ ମିଶନରେ ହେବ ବିଳମ୍ବ: ଇସ୍ରୋ

ବେଙ୍ଗାଲୁର, ୧୧।୬: ଇସ୍ରୋର ଗଗନଯାନ ଦ୍ୱାରା ହେବାକୁ ଥିବା ପ୍ରଥମ ମାନବ ରହିତ ମିଶନରେ ବିଳମ୍ବ ହେବ। କରୋନା ମହାମାରୀ ସଙ୍କଟ ଯୋଗୁ ଏଭଳି ହେବ...

ପୁଣି ୧୫ ଜୀବନ ନେଲା ଅକ୍ସିଜେନ ଅଭାବ

ପଣଜୀ,୧୩।୫: ଅକ୍ସିଜେନ ଯୋଗାଉଥିବା ପାଇପଲାଇନ୍‌ରେ ତ୍ରୁଟି ଯୋଗୁ ଗୋଆ ମେଡିକାଲ କଲେଜରେ ଚାଲିଯାଇଛି ୧୫ କରୋନା ଆକ୍ରାନ୍ତଙ୍କ ଜୀବନ। ମେଡିକାଲରେ ରାତି ୨ଟାରୁ ୬ଟା ପର୍ଯ୍ୟନ୍ତ...

ଅଜଣା ରାଜନୈତିକ ଚାନ୍ଦାକୁ ୨୦ ହଜାର ଟଙ୍କାରୁ ୨ ହଜାରକୁ ହ୍ରାସ କରାଯାଇପାରେ, ମୁଖ୍ୟ ନିର୍ବାଚନ କମିଶନ ପଠାଇଛନ୍ତି ପ୍ରସ୍ତାବ

ନୂଆଦିଲ୍ଲୀ,୨୦ ।୯: ମୁଖ୍ୟ ନିର୍ବାଚନ କମିଶନ(ସିଇସି) ରାଜୀବ କୁମାର ରାଜନୈତିକ ଦଳ ଗୁଡିକ ନଗଦ ଦାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟ...

ସର୍ଚ୍ଚ ଅପରେଶନ୍‌: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେଶନ୍‌ରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। କୁପଓ୍ବାରା ଜିଲାର ମାଛିଲି ସେକ୍ଟରଠାରେ ଆତଙ୍କବାଦୀ ଏବଂ ମିଳିତ ସୁରକ୍ଷାକର୍ମୀଙ୍କ ମଧ୍ୟରେ...

ଦରମା ୩୦ ହଜାର, ଘରୁ ମିଳିଲା ୭ କୋଟିର ସମ୍ପତ୍ତି

ଭୋପାଳ, ୧୩ା୫: ମଧ୍ୟପ୍ରଦେଶ ଲୋକାୟୁକ୍ତ ପୋଲିସର ଏକ ଟିମ୍‌ ଜଣେ ମହିଳା ଠିକା ଇଞ୍ଜିନିୟରଙ୍କ ଘର ଉପରେ ଚଢ଼ାଉ କରି ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର...

ମୃତ ପୁଅର ପ୍ରେମିକାଙ୍କୁ ବିବାହ ଦେଲେ ମା’

ମିରଠ,୮।୧୨: ଉତ୍ତର ପ୍ରଦେଶ ମିରଠରୁ ଏମିତି ଏକ ଘଟଣା ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଅ ମରିଯିବା ପରେ ତାଙ୍କ ପ୍ରେମିକାକୁ ଝିଅ ଭାବେ...

Advertisement
Archives

Model This Week