Posted inଜାତୀୟ

ପ୍ରଶ୍ନର କାଠଗଡ଼ାରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୪(ପି.ଟି.): ସାଧାରଣ ନିର୍ବାଚନ ପାଇଁ ଉଭୟ ଶାସକ ଓ ବିରୋଧୀ ପ୍ରସଙ୍ଗ ଖୋଜୁଥିବାବେଳେ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମିଳିଯାଇଛି ଏକ ‘ବ୍ରହ୍ମାସ୍ତ୍ର’। ମୋଦି ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ପ୍ଲଟ୍‌କୁ ନେଇ ନିର୍ବାଚନ କମିଶନ(ଇସି)ଙ୍କୁ ଭୁଲ୍‌ ତଥ୍ୟ ପ୍ରଦାନ କରିଛନ୍ତି ବୋଲି ମଙ୍ଗଳବାର କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଭାଜପା ଅଭିଯୋଗକୁ ଖଣ୍ଡନ କରି ଏହାକୁ ଅପପ୍ରଚାର ବୋଲି ଜବାବ ରଖିଛି।
କଂଗ୍ରେସ ମୁଖପାତ୍ର ପବନ ଖେରା ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ମୋଦି ପୂର୍ବରୁ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ଦର୍ଶାଇଥିଲେ ଯେ, ଗାନ୍ଧୀନଗରର ସେକ୍ଟର ୧ ସ୍ଥିତ ପ୍ଲଟ୍‌ ନମ୍ବର ୪୧୧ର ସେ ହେଉଛନ୍ତି ସ୍ବତ୍ୱାଧିକାରୀ। ପରେ ସେ ଏହି ପ୍ଲଟ୍‌ ସମ୍ପର୍କିତ ତଥ୍ୟକୁ ହଟାଇ ନିଜକୁ ଅନ୍ୟ ଏକ ପ୍ଲଟର ମାଲିକ ବୋଲି ସତ୍ୟପାଠରେ ଦର୍ଶାଇଥିଲେ। ସତ୍ୟପାଠରେ ଦିଆଯାଇଥିବା ତଥ୍ୟରେ ତାଳମେଳ ରହୁନାହିଁ। ମୋଦି ଭୁଲ ତଥ୍ୟ ପ୍ରଦାନ କରିଥିବାରୁ ନିର୍ବାଚନ କମିଶନ ଲୋକ ପ୍ରତିନିଧି ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପ୍ରଧାନମନ୍ତ୍ରୀ ନିଜ ନାମରେ ଥିବା ପ୍ଲଟର ବିବରଣୀ ସତ୍ୟପାଠରେ ଉଲ୍ଲେଖ କରୁ ନ ଥିବା ଦର୍ଶାଇ ଦାଏର ହୋଇଥିବା ଏକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଏହାର ଯାଞ୍ଚ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ ପାଇଁ ସୋମବାର ନିଷ୍ପତ୍ତି ନେବାର ଦିନକ ପରେ କଂଗ୍ରେସ ଏହି ଅଭିଯୋଗ ଆଣିଛି।
ପ୍ରକାଶ ଯେ, ମହାରାଷ୍ଟ୍ରର ସାକେତ ଗୋଖଲେ ୨୦୦୨ ଅକ୍ଟୋବରରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସରକାରଙ୍କ ନୀତି ଅନୁସାରେ ତାଙ୍କୁ ଏକ ପ୍ଲଟ୍‌ ମିଳିଥିଲା ବୋଲି ଏଥିରେ ସେ ଉଲ୍ଲେଖ କରିଥିଲେ। ପବନ ଖେରାଙ୍କ ଅଭିଯୋଗ ହେଉଛି, ୨୦୧୨ରେ ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ମୋଦି ନିଜ ସତ୍ୟପାଠରେ ପ୍ଲଟ୍‌ ନଂ. ୪୧୧ ସମ୍ପର୍କରେ କିଛି ସୂଚନା ଦେଇ ନ ଥିଲେ। ଏହା ବଦଳରେ ସେ ସମାନ ଠିକଣାରେ ଥିବା ପ୍ଲଟ୍‌ ନଂ, ୪୦୧/ଏର ଏକଚତୁର୍ଥାଂଶ ମାଲିକ ବୋଲି ନିଜକୁ ଦର୍ଶାଇଥିଲେ। ୨୦୧୪ ଲୋକ ସଭା ନିର୍ବାଚନ ପାଇଁ ମୋଦି ନାମାଙ୍କନପତ୍ର ଦାଖଲ ବେଳେ ୪୧୧ ପ୍ଲଟ୍‌ ନେଇ ସତ୍ୟପାଠରେ ଉଲ୍ଲେଖ ନ କରି ପ୍ଲଟ୍‌ ନଂ ୪୦୧/ଏ ସମ୍ପର୍କରେ ଅବତାରଣା କରିଥିଲେ। ୨୦୧୫ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଓ୍ବେବ୍‌ସାଇଟ୍‌ରେ ମଧ୍ୟ ମୋଦି ନିଜକୁ ‘୪୦୧/ଏ’ର ଏକଚତୁର୍ଥାଂଶ ସ୍ବତ୍ୱାଧିକାରୀ ବୋଲି ଘୋଷଣା କରିଥିଲେ। ୨୦୦୭ରୁ ୨୦୧୫ ମଧ୍ୟରେ ପ୍ଲଟର ଏରିଆ ସମାନ ରହିଥିଲା। କିନ୍ତୁ ଏହାର ମାଲିକାନା ସ୍ବତ୍ୱ ବଦଳିଯାଇଥିଲା। ମୋଦି ପ୍ଲଟ ନଂ. ୪୧୧ର ପୂରା ମାଲିକ ଥିବାବେଳେ ୪୦୧/ଏର ଆଂଶିକ ସ୍ବତ୍ୱାଧିକାରୀ କିପରି ହେଲେ ବୋଲି ପବନ ପ୍ରଶ୍ନ କରିଛନ୍ତି।
ପବନ ଆହୁରି କହିଛନ୍ତି, ଗୁଜରାଟ ରାଜସ୍ବ ବିଭାଗର ଜମି ରେକର୍ଡରେ ‘୪୦୧/ଏ’ ନାମରେ ଗାନ୍ଧୀନଗରର କୌଣସି ପ୍ଲଟ୍‌ ନାହିଁ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ୨୦୧୪ ସାଧାରଣ ନିର୍ବାଚନ ବେଳେ ସତ୍ୟପାଠରେ ନିଜକୁ ମୋଦିଙ୍କ ଭଳି ୪୦୧/ଏ ପ୍ଲଟ୍‌ର ଏକଚତୁର୍ଥାଂଶ ମାଲିକ ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ସାର୍ବଜନୀନ ତଥ୍ୟାନୁସାରେ ୪୦୧ ପ୍ଲଟର ସମ୍ପୂର୍ଣ୍ଣ ମାଲିକ ହେଉଛନ୍ତି ଜେଟ୍‌ଲୀ। ସେ ନିର୍ବାଚନ କମିଶନଙ୍କ ନିକଟରେ ପୂର୍ବରୁ ଦାଖଲ କରିଥିବା ସତ୍ୟପାଠ ଓ ୨୦୧୪ର ସତ୍ୟପାଠ ମଧ୍ୟରେ ତାଳମେଳ ଖାଉନାହିଁ। ୨୦୧୨ରେ ସୁପ୍ରିମକୋର୍ଟ ଗୁଜରାଟରେ ସରକାରୀ କର୍ମଚାରୀଙ୍କୁ ଆବଣ୍ଟିତ ଜମି ମାମଲାର ଶୁଣାଣି କରିବାବେଳେ ଭାଜପା ନେତା ତଥା ଓକିଲ ମୀନାକ୍ଷୀ ଲେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିତ୍ଥିଲେ। ଗୁଜରାଟ ସରକାର ୨୦୦୦ ମସିହାରୁ କୌଣସି ଏମ୍‌ପି/ବିଧାୟକଙ୍କୁ ନୂଆ ଜମି ଆବଣ୍ଟନ କରିନାହାନ୍ତି ବୋଲି ସେ ଯୁକ୍ତି ବାଢ଼ିଥିଲେ। ତେବେ ନରେନ୍ଦ୍ର ମୋଦି ଗାନ୍ଧୀନଗରରେ ଏହି ପ୍ଲଟ୍‌ କେଉଁଠୁ ପାଇଲେ ବୋଲି ପବନ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଭାଜପାର ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡେଲରେ ଏହାକୁ ଖଣ୍ଡନ କରାଯାଇଛି। କଂଗ୍ରେସ ଦଳରେ ପ୍ରସଙ୍ଗର ଦେବାଳିଆପଣ ସୃଷ୍ଟି ହୋଇଛି ବୋଲି ଭାଜପା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ଖୁସି ଖବର, ବଢିଲା କର୍ମଚାରୀଙ୍କ ଦରମା, ଜାଣନ୍ତୁ କାହାକୁ ମିଳିବ…

ନୋଏଡା,୧୪।୪: ନୋଏଡା ଏବଂ ଗାଜିଆବାଦର ଶ୍ରମିକମାନଙ୍କ ପାଇଁ ଏକ ବଡ଼ ଖବର, ଯେଉଁମାନେ ଦରମା ଏବଂ ସୁବିଧା ପାଇଁ ପ୍ରତିବାଦ କରୁଛନ୍ତି। ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି…

ଲତା-ଆଶାଙ୍କ ସ୍ମୃତିରେ ନିର୍ମାଣ ହେବ ଏସିଆର ସର୍ବବୃହତ ହସ୍ପିଟାଲ; ଘୋଷଣା କଲେ ଭାଇ ହୃଦୟନାଥ

ମୁମ୍ବାଇ,୧୪।୪: ମଙ୍ଗେସକର ପରିବାରର ସଙ୍ଗୀତ ଐତିହ୍ୟ ଏବେ ସମାଜ ସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ପ୍ରସ୍ତୁତ। ‘ସ୍ବର କୋକିଳ’ ଲତା ମଙ୍ଗେସକର ଏବଂ…

ଭୋଟିଂ ପାଇଁ ଫିଙ୍ଗରପ୍ରିଣ୍ଟ: କେନ୍ଦ୍ର, ଇସିକୁ ଜବାବ ତଲବ

ନୂଆଦିଲ୍ଲୀ,୧୪ା୪(ପି.ଟି./ଲାଇଭ୍‌ ଲ): ଦେଶରେ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନଗୁଡ଼ିକରେ ମତଦାନ କେନ୍ଦ୍ରରେ ଭୋଟିଂ ଜାଲିଆତି ଏଡ଼ାଇବା ପାଇଁ ଫିଙ୍ଗରପ୍ରିଣ୍ଟ (ଅଙ୍ଗୁଳିଚିହ୍ନ) ସହ…

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ଉଗ୍ର ପ୍ରଦର୍ଶନ, ପୋଲିସ ଉପରକୁ ପଥର ମାଡ଼

ନୋଏଡା,୧୩।୪: ନୋଏଡାର ବିଭିନ୍ନ ସେକ୍ଟରର ବିଭିନ୍ନ କମ୍ପାନୀର କର୍ମଚାରୀମାନେ ସୋମବାର ଦରମା ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଥିଲେ। ଗତ ତିନିରୁ ଚାରି ଦିନ ଧରି ଚାଲିଥିବା ଏହି…

ବିବାହ ସାରି ଫେରୁଥିବା ବେଳେ ଟ୍ରକକୁ ପିଟିଲା ବସ, ୬ ମୃତ, ୧୩ ଆହତ

ଧୌଲାନା,୧୩।୪: ରବିବାର ବିଳମ୍ବିତ ରାତିରେ ପ୍ରାୟ ୧ଟା ୩୦ ସମୟରେ ଉତ୍ତର ପ୍ରଦେଶର ଧୌଲାନା-ମସୁରୀ ରାସ୍ତାରେ ଅରବିନ୍ଦ ଡାଏରୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri