ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶୈବପୀଠ : ଯେଉଁଠି କଳା ପଥର ପାଲଟେ ଧଳା

ନୟାଗଡ଼ ଅଫିସ,୧୧ା୧୧: ନୟାଗଡ଼ ଜିଲା ସଦର ବ୍ଲକ ବିରୁଡ଼ା ପଞ୍ଚାୟତ ବାଘେରା ଗ୍ରାମସ୍ଥିତ ଶ୍ରୀଶ୍ରୀ ଧବଳେଶ୍ୱର ମହାଦେବ ବିଜେ ମନ୍ଦିର ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି। ରାଜାରାଜୁଡ଼ା ଅମଳରୁ ପ୍ରତିଷ୍ଠିତ ମନ୍ଦିରର ଯେଉଁଭଳି ଉନ୍ନତି ହେବା କଥା ତାହା ହୋଇନାହିଁ। ପାହାଡ଼ ଉପରେ ଥିବା ମନ୍ଦିରରେ ଧବଳେଶ୍ୱର ମହାଦେବ ପୂଜା ପାଉଛନ୍ତି। କିମ୍ବଦନ୍ତୀ ଅନୁସାରେ, ବହୁବର୍ଷ ତଳେ ଜଣେ ଗୋପାଳ ଗାଈ ଚରାଇବାକୁ ନେଉଥିବା ବେଳେ ଗାଈଟି ପ୍ରତିଦିନ ପାହାଡ଼ ଉପରକୁ ଚାଲିଯାଏ। ସନ୍ଧ୍ୟାରେ ସେ ଯେତେବେଳେ ଗାଈଠାରୁ କ୍ଷୀର ଦୁହେଁ କ୍ଷୀର ବାହାରେ ନାହିଁ। ଏହିଭଳି କିଛିଦିନ ଗଲା ପରେ ଗୋପାଳ ଜଣକ ଗାଈର ପିଛା କରି ପାହାଡ଼ ଉପରକୁ ଯାଇ ଏକ ଗଛମୂଳେ ଛପିରହିଥିଲେ। ସେଠାରେ ଥିବା ଏକ ଲିଙ୍ଗ ଉପରେ ଗାଈ ପହ୍ନାରୁ କ୍ଷୀର ବାହାରି ପଡୁଥିବା ଦେଖିଥିଲେ। ଘଟଣା ସମ୍ପର୍କରେ ସେ ଗ୍ରାମବାସୀଙ୍କୁ କହିବା ପରେ ସେତେବେଳର ରାଜା ସେଠାରେ ଧବଳେଶ୍ୱର ମନ୍ଦିର ପ୍ରତିଷ୍ଠା କରିଥିଲେ। ସେହିଦିନଠାରୁ ପାହାଡ଼ର ନାମ ଧବଳେଶ୍ୱର ରଖାଯାଇଥିଲା। ଉକ୍ତ ପାହାଡ଼ର କୌଣସି ସ୍ଥାନରେ କଳା ପଥର ନ ଥିବା ଦେଖାଯାଇଛି। ଯଦି କେହି ପାହାଡ଼ରେ କଳା ପଥର ନେଇ ରଖେ ତେବେ ପଥରଟି କିଛିଦିନ ପରେ ଧଳା ପାଲଟିଯାଏ ବୋଲି ମନ୍ଦିର କମିଟି ସଦସ୍ୟ ପ୍ରଭାତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି। କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଏଠାରେ ଭିଡ଼ ଜମେ। ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିବା ସହିତ ଏଠାରେ ପଡ଼ିଥିବା ମେଳାରେ ଘରକରଣା ଜିନିଷ କିଣିବାର ମଜା ନିଅନ୍ତି। ମନ୍ଦିରରେ ଠିଆହୋଇ ତଳକୁ ଦେଖିଲେ ନିମ୍ନଭାଗର ସବୁଜ ବନାନୀ ଓ ପ୍ରାକୃତିକ ଶୋଭା ବେଶ୍‌ ମନଲୋଭା ଦୃଶ୍ୟ ହୁଏ। କେବଳ କାର୍ତ୍ତିକ ମାସ ନୁହେଁ, ବଡ଼ଓଷା, ଜାଗର ଓ ଦୋଳପୂର୍ଣ୍ଣିମାରେ ମଧ୍ୟ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଜିଲା ଓ ଜିଲା ବାହାରୁ ଶ୍ରଦ୍ଧାଳୁମାନେ ଆସି ଠାକରୁଙ୍କ ଆଶୀର୍ବାଦ ନେବା ସହିତ ପ୍ରାକୃତିକ ପରିବେଶକୁ ଉପଭୋଗ କରନ୍ତି। ମନ୍ଦିରକୁ ଯିବା ପାଇଁ ହେଲେ ୪୧୧ ପାହାଚ ଚଢ଼ିବାକୁ ପଡ଼େ। ୬୦ ଜଣ ସେବାୟତ ପରିବାର ଦ୍ୱାରା ମନ୍ଦିର ପରିଚାଳିତ। ଠାକୁରଙ୍କ ଜମିରୁ ଯାହା ଆୟ ହେଉଛି ସେଥିରେ ମନ୍ଦିରର ନୀତି କାର୍ଯ୍ୟ ସମ୍ପନ୍ନ ହେଉଛି। ଜଣେ ଭକ୍ତଙ୍କ ଦ୍ୱାରା ୨ ମାସ ତଳେ ମନ୍ଦିରର ମୁଖଶାଳା ତିଆରି ହୋଇଥିବା ବେଳେ ଅନ୍ୟଜଣେ ଭକ୍ତ ପାନୀୟ ଜଳର ବନ୍ଦୋବସ୍ତ କରିଛନ୍ତି। ପ୍ରାଚୀନ କାଳର ଏହି ମନ୍ଦିରର ଉନ୍ନତି କରିବା ସହିତ ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ କାଉ ମଡ଼କ: ବାର୍ଡ ଫ୍ଲୁ ସନ୍ଦେହ

ପୁରୀ ଅଫିସ,୧୫।୨ : ପୁରୀ ସହରରେ କାଉ ମଡ଼କ ଦେଖା ଦେଇଛି। ବାର୍ଡ ଫ୍ଲୁ ଯୋଗୁ କାଉଙ୍କ ମୃତ୍ୟୁ ହେଉଥିବା ସନ୍ଦେହ କରି ସହରବାସୀ ମଧ୍ୟ...

ବିଶୋଧିତ ହେଲା ଏରେଇଁ ଅଞ୍ଚଳ

ଭଦ୍ରକ ଅଫିସ,୬ା୪: ଭଦ୍ରକ ଉପକଣ୍ଠ ଏରେଇଁ ଅଞ୍ଚଳକୁ ସୋମବାର ସକାଳୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧିତ କରାଯାଇଛି। ଜିଲା ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କ...

କୋରାପୁଟରେ କଫି ପ୍ରକ୍ରିୟାକରଣ କେନ୍ଦ୍ରର ଉଦ୍‌ଘାଟନ ନେଇ ସମସ୍ତ ପ୍ରସ୍ତୁତି ଶେଷ

କୋରାପୁଟ,୧୦।୯(ସ୍ବ.ପ): କୋରାପୁଟ ଚନ୍ଦନ ପୋଖରୀ ନିକଟରେ ଥିବା କଫି ପ୍ରକ୍ର୍ରିୟାକରଣ କେନ୍ଦ୍ର ଆସନ୍ତା ବୁଧବାର ଉଦ୍‌ଘାଟିତ ହେବାର ରହିଛି। ଏଥିନିମନ୍ତେ କୋରାପୁଟ ଆଇଟିଡିଏ ପକ୍ଷରୁ ସମସ୍ତ...

ମାଲକାନଗିରିରେ କାଳବୈଶାଖୀ ଯୋଗୁ ବହୁ କ୍ଷୟକ୍ଷତି: ସହାୟତା ପାଇଁ ଦାବି

ମାଲକାନଗିରି, ୨୮।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସୋମବାର କାଳବୈଶାଖୀ ଯୋଗୁ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ଏଥିରେ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବହୁ ଘର...

ଶିକାରୀ ସନ୍ଦେହରେ ପିଟିପିଟି ହତ୍ୟା ଅଭିଯୋଗ: ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ

କପ୍ତିପଦା,୨୩ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ପୋଡ଼ାଡିହା ଫରେଷ୍ଟ ବିଟ୍‌ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହ ରଖି ବିକ୍ଷୋଭ କରାଯାଇଛି। ମୃତକ ଜଣକ...

ପୋଲିସ ଘରୁ ଚୋରି: ସୁନା,ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜୁନାଗଡ଼,୪।୯(ଡିଏନଏ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମଥୁରା ଗ୍ରାମର ସନ୍ତୋଷ ପଣ୍ଡାଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ତେବେ ସନ୍ତୋଷ ଜିଲାର ଆମପାଣି...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଦେଓଗାଁ ଆଡିସନାଲ ତହସିଲଦାର

ବଲାଙ୍ଗୀର ଅଫିସ, ୧୨।୭: ବଲାଙ୍ଗୀର ଜିଲା ଦେଓଗାଁ ତହସିଲର ଆଡିସନାଲ ତହସିଲଦାର ରାଜେନ୍ଦ୍ର ଚୈଧୁରୀ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ...

ଇଣ୍ଡିପେଣ୍ଡେଣ୍ଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ: ନୂଆପଡାକୁ ହରାଇ କୋମନା ଚାମ୍ପିୟନ

କୋମନା,୨୬।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ତରବୋଡସ୍ଥିତ ରାଜିବ ଗାନ୍ଧୀ ମିନି ଷ୍ଟାଡିୟମରେ ଚାଲିଥିବା ଦ୍ୱାଦଶ ଇଣ୍ଡିପେଣ୍ଡେଣ୍ଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି।...

Play 250+ Trending Games
Archives

Model This Week

Why Dharitri