ପ୍ରମାଣପତ୍ର ଥାଇ ମିଳୁନି ଆବାସ, ଭତ୍ତା

କୁନ୍ଦୁରା,୩୦।୧(ଡି.ଏନ୍‌.ଏ.) ଶହେ ପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରଶାସନ ପ୍ରମାଣପତ୍ର ଦେଇଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଗୋରୀମଣିଙ୍କୁ ମିଳୁନି ଭତ୍ତା। ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ। ଅଭାବରେ ବୁଡ଼ି ଜରାଜୀର୍ଣ୍ଣ ଘରେ ପଡ଼ିରରହିଛନ୍ତି ଗୋରୀମଣି ଓ ତାଙ୍କ ପରିବାର।
କୋରାପୁଟ ଜିଲା କୁନ୍ଦୁରାରୁ ମାତ୍ର ୩ କି.ମି. ଦୂରରେ ରହିଛି ଝରିଗଁା। ସେଠାକାର ବାସିନ୍ଦା ଆଦିବାସୀ ପରଜା ସମ୍ପ୍ରଦାୟର ସେନାପତି ପରଜା (୫୦) ଓ ଧରମା ପରଜାଙ୍କ ଝିଅ ଗୋରୀମଣି (୧୯) ଦୃଷ୍ଟିହୀନ। କୁନ୍ଦୁରା, ଜୟପୁର ଓ କୋରାପୁଟରେ ଝିଅର ଆଖି ଚିକିତ୍ସା କରାଇବା ସହ ଥରେ ଅପରେଶନ ମଧ୍ୟ କରି ବିଫଳ ହୋଇଛନ୍ତି ସେନାପତି। ବର୍ତ୍ତମାନ ଗୋରୀମଣିଙ୍କୁ ଆଧାରକାର୍ଡ ଅନୁଯାୟୀ ୧୯ ବର୍ଷ ହୋଇଥିବାବେଳେ ଦେଖିପାରୁ ନ ଥିବା ଯୋଗୁ କିଛି କାମ କରିପାରୁ ନାହାନ୍ତି। ବୃଦ୍ଧ ପିତାମାତା ହିଁ କେବଳ ଏକମାତ୍ର ଭରସା। ଗୋରୀମଣିଙ୍କୁ ୫/୬ ବର୍ଷ ବୟସ ହୋଇଥିବା ଯାଏ ସେ ଅଳ୍ପ ଦେଖି ପାରୁଥିଲେ। ବର୍ତ୍ତମାନ ତାଙ୍କୁ ବିଲ୍‌କୁଲ୍‌ ଦେଖାଯାଉନି। କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ହୋଇଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଗୋରୀମଣି ପରଜା ୧୦୦ ପ୍ରତିଶତ ଭିନ୍ନକ୍ଷମ ବୋଲି କୋରାପୁଟ ଜିଲା ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ରେଜିଷ୍ଟ୍ରେଶନ ନଂ. ୮ ଏବଂ ସିରିଏଲ୍‌ ନଂ.-୮ରେ ରୋଗ ଭିଜୁଆଲି ହାଣ୍ଡିକ୍ୟାପ୍‌ଡ ବୋଲି ୧୦ ସେପ୍ଟେମ୍ବର ୨୦୧୮ରେ ସାର୍ଟିଫିକେଟ ଦିଆଯାଇଛି। ସେହି ସାର୍ଟିଫିକେଟକୁ ଛାଡ଼ିଦେଲେ ପ୍ରଶାସନ ତାଙ୍କୁ ଟ୍ରେନ୍‌, ବସ୍‌ ପାସ କିମ୍ବା ଆଇଡି କାର୍ଡ ଦେଇନାହିଁ। ଦୀର୍ଘଦିନ ହେଲା ଭତ୍ତା ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଗୋରୀମଣିଙ୍କ ଦୁଃଖ ଶୁଣୁନି ପ୍ରଶାସନ। ସରକାରୀ ନିୟମ ଅନୁଯାୟୀ ଦୃଷ୍ଟିହୀନଙ୍କୁ ଅନ୍ତ୍ୟୋଦୟ, ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ କରାଯିବା ସହ ୩୫ କେଜି ଚାଉଳ ଦିଆଯିବା କଥା। କିନ୍ତୁ ୫ କେଜି ଚାଉଳ ଦେଇ ଚୁପ୍‌ ବସିଛି ପ୍ରଶାସନ। ୩୦/୪୦ ବର୍ଷ ତଳର ମାଟି ତିଆରି ଚାଳଘର ଏବେ ଭାଙ୍ଗିବାକୁ ବସିଲାଣି। ସେହିଘରେ ୫ ପ୍ରାଣୀ କୁଟୁମ୍ବ ରହୁଛନ୍ତି। ସେମାନଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ। ପ୍ରଶାସନ ଗୋରୀମଣିଙ୍କ ଚିକିତ୍ସା କରାଇବା ସହ ତାଙ୍କୁ ଭତ୍ତା ଓ ପରିବାରକୁ ଆବାସ ଦେବା ଲାଗି ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛକୁ ପିଟିଲା ବରଯାତ୍ରୀ ବସ୍‌: ବର-କନ୍ୟା ସମେତ…

ସିମୁଳିଆ, ୧୫।୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ୧ କିମି. ଦୂର ୧୬ନଂ ଜାତୀୟ ରାଜପଥର କଣିଆରି ଛକ ନିକଟରେ ବରଯାତ୍ରୀ ମିନି ବସ…

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରୀକ ସମ୍ପର୍କ ରଖୁଥିଲେ କଲେଜର ଅଧ୍ୟାପକ, ବିବାହ ପାଇଁ କହିବାରୁ…

ଦେବଗଡ,୧୫।୪(ଶଶାଙ୍କ ଶେଖର ଝାଙ୍କର): ବିବାହ ପ୍ରଲୋଭନ ଦେଖାଇ ଜଣେ ଛାତ୍ରୀଙ୍କ ସହିତ ଶାରୀରୀକ ସମ୍ପର୍କ ସ୍ଥାପନ କରିବା ପରେ ପ୍ରତାରଣା ଅଭିଯୋଗରେ ଏକ କଲେଜର ଜଣେ ଅଧ୍ୟାପକ…

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri