ପ୍ରଭାବିତ ହେବ ବିଶ୍ୱ ଅର୍ଥନୀତି

ବେଜିଂ/ଓ୍ବାଶିଂଟନ୍‌,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକତରଫା ଭାବେ ଚାଇନା ସାମଗ୍ରୀଗୁଡ଼ିକ ଉପରେ ୧୪୫% ଟାରିଫ୍‌ ବୃଦ୍ଧି ଘୋଷଣା କରିଥିବା ଶୁକ୍ରବାର ବେଜିଂ ଦର୍ଶାଇଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଏହାର ମୁକାବିଲା ପାଇଁ ୟୁରୋପୀୟ ସଂଘ (ଇୟୁ)କୁ ବେଜିଂ ସହ ହାତ ମିଳାଇବା ପାଇଁ ଆହ୍ବାନ ଦେଇଛନ୍ତି। ଜିନ୍‌ପିଙ୍ଗ୍‌ଙ୍କ ଏହି ଅପିଲ୍‌ର କିଛି ଘଣ୍ଟା ପରେ ବେଜିଂ ଆମେରିକୀୟ ସାମଗ୍ରୀଗୁଡ଼ିକ ଉପରେ ୨ ଦିନ ତଳେ ଘୋଷଣା କରିଥିବା ୮୪% ଟାରିଫ୍‌କୁ ୧୨୫% ପର୍ଯ୍ୟନ୍ତ ବଢ଼ାଇଦେଇଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି, ଆମେରିକା ପକ୍ଷରୁ ଅଧିକ ଟାରିଫ୍‌ ବୃଦ୍ଧି କରାଗଲେ ବେଜିଂ ତାକୁ ଅଣଦେଖା କରିବ। କାରଣ ବର୍ତ୍ତମାନର ଟାରିଫ୍‌ ସ୍ତରରେ ଆମେରିକାରୁ ଚାଇନାକୁ କୌଣସି ସାମଗ୍ରୀ ରପ୍ତାନି କରାଗଲେ ତାହା ଆଉ ଗ୍ରହଣୀୟ ହେବା ଅବସ୍ଥାରେ ନାହିଁ। ଓ୍ବାଶିଂଟନ୍‌ ପଟୁ ଦିନକୁ ଦିନ ପର୍ଯ୍ୟାୟକ୍ରମେ ଟାରିଫ୍‌ ଲଦାଯିବା ଅସ୍ବାଭାବିକ ପରିସ୍ଥିତି ଉପୁଜାଇଛି। ବ୍ୟବହାରିକ ଦୃଷ୍ଟିରୁ ଦେଖିଲେ ଆମେରିକାର ଏହି ପଦକ୍ଷେପ ଏକ ସଂଖ୍ୟାଖେଳରେ ପରିଣତ ହୋଇଛି। ଆମେରିକା ଆଗକୁ ଟାରିଫ୍‌ ନମ୍ବର ଗେମ୍‌ ଜାରି ରଖିଲେ ଆମେ ଏହା ଉପରେ ଆଉ କୌଣସି ଜବାବୀ ପଦକ୍ଷେପ ନେବୁ ନାହିଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଲିନ୍‌ ଜିଆନ୍‌ କହିଛନ୍ତି। ବେଜିଂ ଆହୁରି କହିଛି ଯେ, ରାଷ୍ଟ୍ରପତି ଟ୍ରମ୍ପ୍‌ ଟାରିଫ୍‌ ବୃଦ୍ଧିର ଏହି ସଂଖ୍ୟାଖେଳ ଆରମ୍ଭ କରିଛନ୍ତି। ଏହାର ପ୍ରଭାବରେ ଅନ୍ୟ ଦେଶଗୁଡ଼ିକ ଯେଉଁ ପ୍ରଭାବ ପଡ଼ିବ, ସେଥିଲାଗି ଆମେରିକା ନିଜକୁ ଉତ୍ତରଦାୟୀ କରିବା ଉଚିତ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ବୁଧବାର ୭୫ ଦେଶ ଉପରେ ପୂର୍ବ ଘୋଷିତ ରେସିପ୍ରୋକାଲ ଟାରିଫ୍‌କୁ ୯୦ ଦିନ ପାଇଁ ସ୍ଥଗିତ ରଖିଥିଲେ। କିନ୍ତୁ ଚାଇନାରୁ ଆମେରିକାକୁ ଆମଦାନୀ ହେଉଥିବା ସାମଗ୍ରୀଗୁଡ଼ିକ ଉପରେ ବୁଧବାରଠାରୁ ଲାଗୁ ୧୦୪% ଟିକସକୁ ପୁଣି ୧୨୫% ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ। ଅନ୍ୟପକ୍ଷେ ଚାଇନା ସବୁ ପ୍ରକାର ଆମେରିକୀୟ ସାମଗ୍ରୀ ଉପରେ ଟାରିଫ୍‌କୁ ୩୪%ରୁ ୮୪% ବଢ଼ାଇଦେଇଥିଲା। ଏହା ଏପ୍ରିଲ ୧୦ ଗୁରୁବାରଠାରୁ ଲାଗୁହେବ ଏବଂ ଏହି ଲଢ଼େଇ ଶେଷ ପର୍ଯ୍ୟନ୍ତ ଲଢ଼ାଯିବ ବୋଲି ଚାଇନା ଅଧିକାରୀମାନେ ପଣ କରିଥିଲେ। ଏହାର ପ୍ରତିକ୍ରିୟାରେ ଟ୍ରମ୍ପ୍‌ ଚାଇନା ଉପରେ ଟାରିଫ୍‌କୁ ୧୪୫% ପର୍ଯ୍ୟନ୍ତ ବଢ଼ାଇଦେଇଥିଲେ। ଚାଇନାର ସରକାରୀ ନ୍ୟୁଜ୍‌ ଏଜେନ୍ସି ଶିନ୍‌ହୁଆ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଇୟୁ ରାଷ୍ଟ୍ରଗୁଡ଼ିକୁ ଆମେରିକାର ଏହି ପଦକ୍ଷେପ ଉପରେ ସତର୍କ କରାଇଛନ୍ତି। ଏଥିସହ ଓ୍ବାଶିଂଟନ୍‌ ସହିତ ଚାଲିଥିବା ଟ୍ରେଡ୍‌ ଓ୍ବାର୍‌ରୁ ମୁକୁଳି ଚାଇନାକୁ ସହଯୋଗ କରିବା ସମୟ ଆସିଯାଇଛି ବୋଲି ଜିନ୍‌ପିଙ୍ଗ୍‌ ଅପିଲ୍‌ କରିଥିବା ଶିନ୍‌ହୁଆରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଆମେରିକାର ଟାରିଫ୍‌ ବୃଦ୍ଧିକୁ ନେଇ ଚାଇନା ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)ରେ ଏକ ଲ’ସ୍ୟୁଟ୍‌ ଫାଇଲ୍‌ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଦୁଇଦେଶ ମଧ୍ୟରେ ଲାଗିରହିଥିବା ଟାରିଫ୍‌ ଯୁଦ୍ଧ ସାରା ବିଶ୍ୱର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ପ୍ରଭାବିତ କରି ବୈଶ୍ୱିକ ଅଭିବୃଦ୍ଧିରେ ଅନ୍ତରାୟ ସାଜିପାରେ ବୋଲି ଅନ୍ତର୍ଜାତୀୟ ବାଣିଜ୍ୟ କେନ୍ଦ୍ର (ଆଇଟିସି) ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ପାମେଲା କୋକ୍‌ ହାମିଲ୍‌ଟନ୍‌ ଚେତାଇ ଦେଇଛନ୍ତି। ଆମେରିକା ଓ ଚାଇନା ମଧ୍ୟରେ ବାଣିଜି୍ୟକ ଉତ୍ତେଜନା ଜାରି ରହିଲେ ଦୁଇଦେଶର ବାଣିଜ୍ୟ ୮୦% ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri