ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଫଣ୍ଡକୁ ସହଯୋଗର ହାତ ବଢାଇ ନାନା ପାଟେକର ଦେଲେ ଭଲ ଉପଦେଶ

ମୁମ୍ବାଇ,୩୧।୩: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ। ଭାରତରେ ବି ବେଳକୁ ବେଳ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଏକେ କରୋନା ପାଇଁ ସମସ୍ତେ ସହାୟତାର ହାତ ବଢାଇଛନ୍ତି। ବଲିଉଡ୍‌ର ଭେଟେରାନ ଆକ୍ଟର ନାନା ପାଟେକର ତାଙ୍କ ଏନ୍‌ଜିଓ ନାମ୍‌ ଫାଉଣ୍ଡେଶନ ଜରିଆରେ ଦେବେ ବୋଲି ଏକ ଭିଡିଓ ଜାରି କରି କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ନାନା ୫୦-୫୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିବେ ବୋଲି କହିଛନ୍ତି। ଏହାସହ ଏହି ଅଭିନେତା ଭଲ ଉପଦେଶ ମଧ୍ୟ ଦେଇଛନ୍ତି। ନାନା କହିଛନ୍ତି କରୋନା ସହ ଲଢିବାର ଭଲ ମାଧ୍ୟମ ହେଉଛି ନିଜକୁ ନିଜେ ଘରେ ବନ୍ଦ କରି ରଖିବା। ଅର୍ଥାତ୍‌ ଆପଣମାନେ ଘରେ ରୁହନ୍ତୁ ଓ କରୋନାକୁ ଦୂରେଇ ଦିଅନ୍ତୁ। ସେ କହିଛନ୍ତି ଏହି ସମୟରେ ଘରେ ରହିବା ସବୁଠାରୁ ବଡ ଦେଶସେବା ହେବ। ତେଣୁ ସମସ୍ତେ ଘରେ ରୁହନ୍ତୁ ଓ କରୋନା ସହ ଲଢନ୍ତୁ। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦେଖି ନାନା ପାଟେକରଙ୍କ ଭଳି ବହୁ ବଲିଉଡ୍‌ ସେଲିବ୍ରିଟି ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ସ୍ଥାନରେ ଏକାଠି ନଜର ଆସିଲେ ଉଦ୍ଧବ-ଫଡ୍‌ନବିିସ

ମୁମ୍ବାଇ,୩୦।୭: ମହାରାଷ୍ଟ୍ର କୋଲାହପୁର ଜିଲାର ବନ୍ୟାଗ୍ରସ୍ତ ଅଞ୍ଚଳକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡ୍‌ନବିସ ଗସ୍ତ କରି ସ୍ଥିତି...

ଉଠିବ କି ଆଉ ଏକ ଝଡ଼

ନୂଆଦିଲ୍ଲୀ,୧୯ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଜୈନ କମିଶନ ୧୯୯୭ ଅଗଷ୍ଟ ୨୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲଙ୍କ ସରକାରଙ୍କ...

ନୀତିଶଙ୍କୁ ଜେଲ୍‌ ପଠାଇଦେବାକୁ ଧମକ ଦେଲେ ଚିରାଗ

ପାଟନା,୨୫।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଭୋଟରଙ୍କୁ ହାତେଇବା ପାଇଁ ସମସ୍ତ ଦଳ ଉଦ୍ୟମ କରୁଛି। ରବିବାର ଏକ ରାଲିରେ ପ୍ରଚାର...

୨ ସପ୍ତାହ ପର୍ଯ୍ୟନ୍ତ ବୁଲ୍‌ଡୋଜର ବନ୍ଦ, ଏସ୍‌ସିଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୨୧।୪ : ଦୁଇ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀର ଜାହାଙ୍ଗୀରପୁରୀ ବେଆଇନ ଅତିକ୍ରମଣ ଅଞ୍ଚଳରେ ବୁଲଡୋଜର ଆଉ ଚାଲିବ ନାହିଁ। ଗୁରୁବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ(ଏସ୍‌ସି)...

କଶ୍ମୀରରେ ଡୋଭାଲଙ୍କ ମିଶନ ‘ହୃଦୟ ବିଜୟ’

ଶ୍ରୀନଗର,୧୧।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଏବେ ଜମ୍ମୁ-କଶ୍ମୀରରେ ମିଶନ ‘ହୃଦୟ ବିଜୟ’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ...

ଆଇଆଇଟି ସ୍ନାତକଙ୍କ ଷ୍ଟାର୍ଟ-ଅପ୍‌ରେ ଚଢ଼ାଉ: ଲିଙ୍ଗ ଚୟନ ପାଇଁ ବିଦେଶ ପଠାଉଥିଲେ

ନୂଆଦିଲ୍ଲୀ,୩ା୧୦ : ଭାରତରେ ପିଲାଛୁଆ ଜନ୍ମ ହେବା ପୂର୍ବରୁ ସେମାନଙ୍କ ଲିଙ୍ଗ ନିରୂପଣ ଓ ଚୟନ ବେଆଇନ ହୋଇଥିବାବେଳେ ବିଦେଶରେ ଏହି କାର୍ଯ୍ୟ କରାଇବା ଲାଗି...

୭୮ଟି ଲୋକ ସଭା ଆସନ ହାର୍‌ଜିତ୍‌ରେ ଗ୍ରହଣ କରିବ ନିର୍ଣ୍ଣାୟକ ଭୂମିକା

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ତେବେ ଫଳ ପ୍ରକାଶ ପୂର୍ବରୁ ହାର୍‌ଜିତ୍‌ ନେଇ ଅଙ୍କକଷା ଜୋର୍‌ ଧରିଛି। ଚଳିତ ନିର୍ବାଚନରେ...

କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ତୃତୀୟ ଲହରର ଲକ୍ଷଣ: ଆଇସିଏମଆର୍‌

ନୂଆଦିଲ୍ଲୀ,୩୧।୮: ଦେଶରେ କରୋନା ଭାଇରସ ସଂକ୍ରମଣର ପ୍ରତିଦିନ କ୍ରମାଗତ ଭାବରେ ଉତ୍‌ଥାନ-ପତନ ଦେଇ ଗତି କରୁଛି। ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା...

Advertisement
Archives

Model This Week