ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କଲେ ବିରୁଷ୍କା

ମୁମ୍ବାଇ: ଦେଶରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ୍‌ କରିଛନ୍ତି। ଏଥିସହ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଥିଲେ। ଏହାପରେ ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ସହାୟତାର ହାତ ବଢ଼ାଇଛନ୍ତି। ଇତିମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ମଧ୍ୟ ସହାୟତାର ହାତ ବଢ଼ାଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆ ଜରିଆରେ ସେମାନେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏଥିସହ ବିରାଟ ଟୁଇଟରରେ ଟୁଇଟ କରି କହିଛନ୍ତି, ଅନେକ ଲୋକଙ୍କୁ ଦୁଃଖରେ ଦେଖି ବହୁ କଷ୍ଟ ଅନୁଭବ ହେଉଛି। ତେବେ ଆଶା କରୁଛୁ ଆମର ଏହି ଯୋଗଦାନ ଦ୍ୱାରା କେତେକ ଲୋକଙ୍କୁ ସହାୟତା ମିଳିବା ସହ ତାଙ୍କର ଯନ୍ତ୍ରଣା ହ୍ରାସ ହୋଇପାରିବ ବୋଲି ବିରାଟ କହିଛନ୍ତି। ତେବେ ସେମାନେ କେତେ ଟଙ୍କା ଦାନ କରିବେ ସେନେଇ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓସିଏ ନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ

କଟକ ଅଫିସ,୨୦ା୯- ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ମକର୍ତ୍ତା ନିର୍ବାଚନରେ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ । ଦିନ ସକାଳ ୧୦.୩୦ରୁ ସନ୍ଧ୍ୟା ୫ଟା...

ଦିଲ୍ଲୀ ଛାଡ଼ି ଉତ୍ତରାଖଣ୍ଡ ପାଇଁ ଖେଳିବେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ, ୩।୯- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଚଳିତ ଘରୋଇ ସିଜନରେ ନୂଆ ଦଳ...

‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର ରିଲିଜ୍‌

ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ଲିଡ ରୋଲରେ ଆଲିଆ ଭଟ୍ଟ ଥିବାବେଳେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଅଜୟ ଦେବଗନ।...

କ’ଣ କରୁଛନ୍ତି ଇଲିଆନା

ଇଲିଆନା ଡି’ କ୍ରୁଜ ଏବେ କ’ଣ କରୁଛନ୍ତି ? ଯେହେତୁ ଏବେ ହାତରେ ସିନେମା ନାହିଁ ତେଣୁ ସେ ଗୋଟିଏ କାମରେ ନିଜକୁ ବ୍ୟସ୍ତ ରଖିଛନ୍ତି।...

କେଉଁ ଭଳି ଆରମ୍ଭ ହୋଇଥିଲା ରଣଜୀ ଟ୍ରଫି

ରଣଜୀ ଟ୍ରଫି ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘରୋଇ କ୍ରିକେଟ ପ୍ରତିଯୋଗିତା। ଏଥିରୁ ହିଁ ଖେଳାଳିଙ୍କୁ ଭାରତୀୟ ଦଳ ପାଇଁ ଚୟନ କରାଯାଏ। କିନ୍ତୁ ଏହି ରଣ୍‌ଜୀ...

୨-୩ ମାସ ପରେ କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ କରିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛୁ: ରିଜିଜୁ

ନୂଆଦିଲ୍ଲୀ,୧୬।୭(ପି.ଟି.): କୋଭିଡ୍‌-୧୯ ମହାମାରୀର ପ୍ରକୋପ ବଢିବାରେ ଲାଗିଛି। ଏପରିସ୍ଥଳେ ତରବର ହୋଇ କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ ନ କରିବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ରାଜ୍ୟଗୁଡିକୁ...

ବିବାହର ଗୋଟିଏ ଦିନ ପରେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କଲେ ମୋନା

‘ଜସି ଜୈସି କୋଇ ନହିଁ’ ଟିଭି ସିରିୟଲର ଅଭିନେତ୍ରୀ ମୋନା ସିଂହ ଡିସେମ୍ବର ୨୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହର ଗୋଟିଏ ଦିନ ପରେ...

ଫେଡରର, ନାଡାଲ ଚତୁର୍ଥ ରାଉଣ୍ଡରେ

ପ୍ୟାରିସ୍‌, ୧।୬-ପୂର୍ବତନ ଚାମ୍ପିୟନ ରୋଜର ଫେଡରର ଓ ରାଫାଲ ନାଡାଲ ଉଭୟେ ରେକର୍ଡ ୧୪ତମ ଥର ପାଇଁ ଫ୍ରେଞ୍ଚ୍‌ ଓପନ ପୁରୁଷ ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡରେ...

Advertisement
Archives

Model This Week