ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଅକ୍ଷୟ ଦାନକଲେ ୨୫ କୋଟି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର୍‌ ଅକ୍ଷୟ କୁମାର କରୋନା ପ୍ରଭାବିତଙ୍କ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସ୍ବାମୀଙ୍କ ଏପରି କାର୍ଯ୍ୟକୁ ନେଇ ଗର୍ବ ଅନୁଭବ କରିଛନ୍ତି ସ୍ତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା। ସେ କହିଛନ୍ତି, ଅକ୍ଷୟଙ୍କୁ ଏତେ ପରିମାଣର ଟଙ୍କା କାହିଁକି ଦାନ କଲ ବୋଲି ପଚାରିବାରୁ ଯାହା ଉତ୍ତର ପାଇଲେ ସେଥିରେ ସେ ବେଶ୍‌ ଭାବବିହ୍ବଳ ହୋଇପଡ଼ିଥିଲେ। ଟ୍ବିଙ୍କିଲ୍‌ ଅକ୍ଷୟଙ୍କୁ ଟୁଇଟ୍‌ କରିଛନ୍ତି, ମୁଁ ଏହି ମଣିଷଙ୍କ ପ୍ରତି ବହୁ ଗର୍ବିତ। କାରଣ ଯେତେବେଳେ ତାଙ୍କୁ ପଚାରିଲି ଏତେ ପରିମାଣର ଟଙ୍କା ଦାନ କରିବାର କ’ଣ ଜରୁରୀ ଥିଲା। ସେ କେବଳ ଏତିକି କହିଥିଲେ, ଯେତେବେଳେ ମୁଁ ଫିଲ୍ମ ଲାଇନ୍‌ରେ ପାଦ ଥାପିଥିଲି ସେତେବେଳେ ମୋ’ ପାଖରେ ଟଙ୍କାଟିଏ ନ ଥିଲା। ଏବେ ମୋ’ ପାଖରେ ସେତିକି ଅଛି। ଯାହାଦ୍ୱାରା ମୁଁ ଲୋକଙ୍କ ପାଇଁ କିଛି କରିପାରିବି। ମୁଁ ନିଜକୁ କେମିତି ରୋକିପାରିବି? ଏଭଳି ଉଦାର ବ୍ୟକ୍ତିଙ୍କୁ ସ୍ବାମୀ ଭାବେ ପାଇ ସେ ବହୁତ ଖୁସି ବୋଲି ଟ୍ବିଙ୍କିଲ୍‌ କହିଛନ୍ତି।
ବଲିଉଡ୍‌ର ସୁପରଷ୍ଟାର ପାଲଟିଥିବା ଅକ୍ଷୟ ଦିନେ ଏହି ଫିଲ୍ମ ଲାଇନ୍‌କୁ ଆସିବା ପାଇଁ ବହୁ କଷ୍ଟ କରିଛନ୍ତି। ଦିନଥିଲା ସେ ପାମ୍ପଡ଼ ବେଲି ପେଟ ପୋଷୁଥିଲେ। ଏପରିକି କୋଲକାତାରେ ଚପରାଶି କାମ କରୁଥିଲେ। ଖୁବ୍‌ କମ୍‌ ଲୋକଙ୍କୁ ଜଣାଥିବ ଅକ୍ଷୟ ଫିଲ୍ମରେ ଅଡିଶନ୍‌ ଦେବାକୁ ଜଣେ ଫଟୋଗ୍ରାଫରଙ୍କ ନିକଟରେ ୧୮ ମାସ ମାଗଣା କାମ କରିଥିଲେ। ବହୁ ଘାତ ପ୍ରତିଘାତ ମଧ୍ୟରେ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି। କଷ୍ଟ କ’ଣ ସେ ଭଲ ଭାବେ ଜାଣିଛନ୍ତି। ତେଣୁ ଏତେ ପରିମାଣର ଟଙ୍କା ଦାନ କରିବାରେ ଟିକେ ବି କୁଣ୍ଠାବୋଧ କରିନାହାନ୍ତି। ଅକ୍ଷୟଙ୍କ ଏପରି କାର୍ଯ୍ୟକୁ ଫ୍ୟାନ୍‌ମାନେ ବେଶ୍‌ ପ୍ରଶଂସା କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଖାଇବାକୁ ପସନ୍ଦ କରନ୍ତି ଗୌହର, ଫିଟନେସ୍‌ରେ ବି ଖୁବ୍ ଆଗରେ

ମୁମ୍ବାଇ: ବଲିଉଡ୍ ଦୁନିଆରେ ନିଜର କିଛି ଭିନ୍ନ ପରିଚୟ ସୃଷ୍ଟି ନ କରି ପାରିଲେବି ନିଜ ପର୍ସନାଲ ଲାଇଫ୍ ଓ ଫିଟନେସ୍ ପାଇଁ ପ୍ରାୟତଃ ଚର୍ଚ୍ଚାରେ...

ଝିଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁନୀଲ

ମୁମ୍ବାଇ: ବଲିଉଡ୍ ଷ୍ଟାରକିଡ୍ ଆଥିୟା ସେଟ୍ଟି ୨୮ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ...

କାର୍ତ୍ତିକଙ୍କୁ ଉପହାରରେ ମିଳିଲା ୩.୭୩ କୋଟି ମୂଲ୍ୟର ଦାମୀ କାର୍‌

ବମ୍ବେ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଖୁସି କହିଲେ ନ ସରେ। କାରଣଟି ହେଲା ଏକ ଉପହାର, ଯାହାକି ତାଙ୍କୁ ଦେଇଛନ୍ତି ଫିଲ୍ମ ନିର୍ମାତା ଭୂଷଣ...

ବ୍ରେକ୍‌ଅପ୍‌ ପରେ ଭାଙ୍ଗି ପଡ଼ିଥିଲେ ପିସି, ମା’ଙ୍କୁ ବି ଲୁଚାଇଥିଲେ କଥା

ବମ୍ବେ: ନିଜ ପୁସ୍ତକ ‘ଅନ୍‌ଫିନିସ୍‌ଡ’କୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏଥିରେ ସେ ନିଜ ଜୀବନ ସହ ଜଡ଼ିତ ଅନେକ କିଛି ପ୍ରସଙ୍ଗରେ...

ସିଦ୍ଧାର୍ଥଙ୍କ ପାଇଁ ଶେହନାଜଙ୍କ ଶେଷ ଶବ୍ଦ ଶୁଣି ଆଖିରେ ଆସିଯିବ ଲୁହ

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ମୃତ୍ୟୁ ପରେ ତାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ପ୍ରଶଂସକ। ଏହି ଘଟଣା ପରଠୁ ସବୁବେଳେ ହସ...

ରିଲିଜ୍‌ ଅପେକ୍ଷାରେ ଶହୀଦ ରଘୁ ସର୍ଦ୍ଦାର

ଆମ ରାଜ୍ୟର ଅନ୍ୟତମ ନାମୀ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଶହୀଦ ରଘୁ ସର୍ଦ୍ଦାର। ତାଙ୍କ ଜୀବନର ବୀରତ୍ୱ ଗାଥାକୁ ସିନେମାରେ ସଜାଇଛନ୍ତି ନବାଗତ ପ୍ରଯୋଜକ ଡା....

କୋଭିଡ ହସ୍ପିଟାଲରେ ନାଚିଲେ ବୃଦ୍ଧା

ମଧ୍ୟପ୍ରଦେଶ,୨୧।୯-ମଧ୍ୟପ୍ରଦେଶ ସେହୋର ଜିଲା ହସ୍ପିଟାଲ କ୍ୟାମ୍ପସରେ ଥିବା କୋଭିଡ-୧୯ କେନ୍ଦ୍ରରେ ଜଣେ ୮୪ ବର୍ଷୀୟ ବୃଦ୍ଧା ନାଚୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...

ଭୁବନେଶ୍ୱରରେ ବଢ଼ିବ ପରୀକ୍ଷଣ ସୁବିଧା: ସଂଗ୍ରହ ହେବ ଇଚ୍ଛୁକ ବ୍ୟକ୍ତିଙ୍କ ନମୁନା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଭୁବନେଶ୍ୱରରେ ବସବାସ କରୁଥିବା ଲୋକଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଇଚ୍ଛୁକ ବ୍ୟକ୍ତିଙ୍କର ନମୁନା ସଂଗ୍ରହ କରାଯିବ। ସ୍ବାସ୍ଥ୍ୟ ପରୀକ୍ଷା ଓ ନମୁନା ପରୀକ୍ଷଣ...

Advertisement
Archives

Model This Week