ପ୍ରଧାନମନ୍ତ୍ରୀଙ୍କ ନିକଟରେ ୩ ଦାବି ରଖିଲେ ନବୀନ

ଭୁବନେଶ୍ୱର,୧୭।୬(ବ୍ୟୁରୋ)-କରୋନା(କୋଭିଡ୍‌-୧୯) ମହାମାରୀ ସଂକ୍ରମଣ ଆଶଙ୍କା ଯୋଗୁ ସ୍କୁଲ, କଲେଜ ବନ୍ଦ ରହିଛି। ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ଅଧାରୁ ବନ୍ଦ ରହିଛି। ଅବଶିଷ୍ଟ ପରୀକ୍ଷା ଶେଷ ହେବା ପରେ ଜାତୀୟ ସ୍ତରରେ ହେଉଥିବା ଏନ୍‌ଇଇଟି, ଜେଇଇ ମେନ, ସିଏଲ୍‌ଏଟି ଭଳି ପ୍ରବେଶିକା ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି।
କରୋନା ସଂକ୍ରମଣ ସ୍ଥିତି ଓ ଅନ୍ୟାନ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଦୁଇଦିନ ହେବ ଆଲୋଚନା କରୁଛନ୍ତି। ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନବୀନଙ୍କ ସହ ରାଜ୍ୟର କରୋନା ମୁକାବିଲା ଓ ଅନ୍ୟାନ୍ୟ ବିଷୟରେ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ। ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ୩ଟି ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ପାଇଁ ଜୁନ ମାସ ଅତ୍ୟନ୍ତ କଠିନ ସମୟ। ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ବହୁ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି। ପୂର୍ବଭଳି ରାଜ୍ୟକୁ ଟ୍ରେନ୍‌ ଓ ବିମାନ ସେବା ଉପରେ କଟକଣା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ସେହିପରି ଉପସାଗରୀୟ ଦେଶଗୁଡ଼ିକରେ ଓଡ଼ିଶାର କେତେକ ଲୋକ ରହିଯାଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକେ ଛୋଟ ଛୋଟ ଚାକିରି କରିଛନ୍ତି। ସେମାନଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

ସଚିନ ତେନ୍ଦୁଲକରଙ୍କ ଟୁଇଟ ଉପରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟା ଭାଇରାଲ, କହିଲେ ‘କ୍ରିକେଟର ଭଗବାନ’…

ନୂଆଦିଲ୍ଲୀ,୨୮।୫: ବୈଭବ ସୂର୍ଯ୍ୟବଂଶୀ ଇଣ୍ଡିଆନ ପ୍ରିମିୟର ଲିଗରେ ଚମକାଇ ଚାଲିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ସନରାଇଜର୍ସ…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଟିମ ଇଣ୍ଡିଆରେ ବୈଭବ ସୁର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ପକ୍କା? ବହୁ ଆଗରୁ ଫ୍ୟାନ ହୋଇସାରିଛନ୍ତି କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୨୮।୫: ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଶେୟାର କରିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ଏଲିମିନେଟର ମ୍ୟାଚରେ ରାଜସ୍ଥାନ ରୟାଲ୍ସ…

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri