ପ୍ରଦ୍ୟୁଷଣମୁକ୍ତ ପରିବେଶ ଗଢି ତୋଳିବାକୁ ପ୍ରୟାସ

ଖଇରା, ୩।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପୂର୍ବପଡା ବାଳିକା ଉଚ୍ଚ ବିଦ୍ୟାଳୟ, ମହତୀପୁର ଉଚ୍ଚ ବିଦ୍ୟାପୀଠ, ଦାଶରଥି ବାରପଡା ଉଚ୍ଚ ବିଦ୍ୟାପୀଠ, କଣ୍ଟାପଡା ୟୁଜିୟୁପି ସ୍କୁଲର କେତେକ ସଚେତନ ଛାତ୍ରୀଛାତ୍ର, ଅଭିଭାବକମାନେ ଖଇରା ଅଞ୍ଚଳକୁ ନିଶା ଓ ପ୍ରଦ୍ୟୁଷଣମୁକ୍ତ ଅଞ୍ଚଳ ଭାବେ ଗଢିବାକୁ ଉଦ୍ୟମ ଜାରି ରଖିଛନ୍ତି ା ଗତ କିଛି ମାସ ହେଲା ଏହି  ପିଲାମାନେ ଶିକ୍ଷକ ପରୀକ୍ଷିତ ଶନିବିଗ୍ରହଙ୍କ ନେତୃତ୍ୱରେ ଗାଁ ଗାଁ ବୁଲି ନିଶା ଓ ବାୟୁ ପ୍ରଦ୍ୟୁଷଣର ଭୟାବହତା ସମ୍ପର୍କରେ ଲୋକଙ୍କୁ  ବୁଝାଇଆସୁଛନ୍ତି। ନିଶା କାରବାରରେ ଲିପ୍ତ ଥିବା ବ୍ୟବସାୟୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖଇରା ଥାନା ଓ ତହସିଲର ଅଧିକାରୀମାନଙ୍କୁ ଦାବିପତ୍ର ଦେଇଆସିଛନ୍ତି। ଏହାର କିଛି ପ୍ରଭାବ ପଡୁନାହିଁ ା ପୂଜା ଭସାଣି ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ତଥା ବିଭିନ୍ନ ଦଳର ନେତୃବୃନ୍ଦଙ୍କ ଆଗମନ ସମୟରେ ବାଣ ଫୁଟା କାର୍ଯ୍ୟ ବଢି ବଢି ଚାଲିଛି ା ବିଭିନ୍ନ ବିଦ୍ୟାଳୟ ନିକଟରେ ବେଆଇନ ମଦ କାରବାର ଅନୁରୂପ ଭାବେ ବଢିଚାଲିଛି ା ଏଭଳିକି ଖଇରା ବଜାରରେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀ ରାସ୍ତା କଡରେ କାଉଣ୍ଟର ଖୋଲି ମଦ ବିକ୍ରି କରିଚାଲିଥିବାରୁ ଏହି ରାସ୍ତା ଦେଇ ଯାଉଥିବା ଛୋଟ ଛୋଟ ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ଦିଲ୍ଲୀ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ପ୍ରଦୂଷଣ ମାତ୍ରା ବିପଜ୍ଜନକ ସ୍ଥିତରେ ପହଞ୍ଚିଲାଣି। ଓଡିଶା ସରକାର ପ୍ରଦ୍ୟୁଷଣ ରୋକିବାକୁ ଏ ପର୍ଯ୍ୟନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ନିଶା କାରବାର ବନ୍ଦ ଲାଗି ଗୁରୁତ୍ୱ ଦିଆଯାଉ ନ ଥିବା ପିଲାମାନେ ଅଭଯୋଗ କରିଛନ୍ତି ା ପିଲାମାନେ ରବିବାର ଏକ ଶୋଭାଯାତ୍ରାରେ ଖଇରା କଲେଜ ଛକରୁ ବାହାରି ତୋରାଣିପଦା ଦେଇ ଥାନା ପରିସରରେ ଏକାଠି ହୋଇଥିଲେ। ଖଇରା ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ ତଥା  ଅଫିସିଆଲ କାର୍ଯ୍ୟରେ ଆସିଥିବା ବାଲେଶ୍ୱର ଡିଏସ୍‌ପି ମନୋଜ ରାଉତଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆଇଆଇସି ନାୟକ ମଦ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ବାଣ ଫୁଟାଇବା ଭଳି ପ୍ରଦ୍ୟୁଷଣଯୁକ୍ତ ପ୍ରସଙ୍ଗରେ ବିଶେଷ କିଛି ସହାୟତା କରିପାରିବେ ନାହିଁ ବୋଲି କହିଥିଲେ।   ଜ୍ୟୋତିର୍ମୟୀ ଦାସ, ଋତୁପର୍ଣ୍ଣା ବୈଶାଖ, ରଶ୍ମିରଞ୍ଜନ ରାଉତ, ପ୍ରୀତମ ଲେଙ୍କା, ରାଜଶ୍ରୀ ପ୍ରଧାନଙ୍କ ସମେତ ଶତାଧିକ ଛାତ୍ରୀଛାତ୍ର ଏଥିରେ ସାମିଲ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ କଟି ଯୁବକଙ୍କ ଜୀବନ ଗଲା

ଭଦ୍ରକ ଅଫିସ,୩।୧: ଗୁରୁବାର ବିଳମ୍ବିତ ରାତିରେ ଟ୍ରେନରେ କଟି ଭଦ୍ରକ ନୂଆ ବଜାର ଅଂଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଜଣକ ପଙ୍କଜ...

୨୪ ଘଣ୍ଟା ଧରି ଶିଶୁ ମୃତଦେହ ଜଗିିବସିଲେ ମା’ ବାପା

ଚାନ୍ଦବାଲି, ୯ା୧୦(ଡି.ଏନ.ଏ.): ଡାକ୍ତରଖାନାରେ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜଣେ ଦୁଇବର୍ଷର ଶିଶୁକନ୍ୟାର ମୃତଦେହ ପଡ଼ି ରହିଥିଲା। ରାତିସାରା ମା’ ବାପା ଝିଅର ମୃତଦେହକୁ...

ହୀରାକୁଦରେ ଇକୋ-ରିଟ୍ରିଟ୍‌

ସମ୍ବଲପୁର,୨୫ା୧୦(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାର ତଟ ବଲବସପୁର ଗ୍ରାମ ନିକଟରେ ଆସନ୍ତା ନଭେମ୍ବର ୧୫ରୁ ଇକୋ-ରିଟ୍ରିଟ ଆରମ୍ଭ ହେବ। ଏ ନେଇ ଜିଲାପାଳ ଶୁଭମ୍‌ ସକ୍‌ସେନା...

ଅସ୍ତିତ୍ୱ ଖୋଜୁଛି ଖୋର୍ଦ୍ଧାଗଡ଼

ଖୋର୍ଦ୍ଧା,୧୮ା୮(ପ୍ରଭାତ ପାଣିଗ୍ରାହୀ): ଐତିହ୍ୟ, ସଂସ୍କୃତି ହେଉଛି ଗୋଟିଏ ଜାତିର ପରିଚୟ। ଏହା ଲୁପ୍ତ ହୋଇଗଲେ, ସେହି ଜାତିର ଅସ୍ତିତ୍ୱ ହଜିଯାଏ। ଏହିକ୍ରମରେ ଗରିମାମୟ ଐତିହ୍ୟକୁ ନିଜ...

ଗାଁକୁ ଫେରିଲେ ଗୋଟିଏ ପରିବାର

ପିପିଲି,୯।୯(ଡି.ଏନ୍‌.ଏ.): ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ବ୍ରାହ୍ମଣଶାସନ ଗ୍ରାମରେ ନାଲି ପିମ୍ପୁଡ଼ି ଆତଙ୍କରେ ୩ ପରିବାର ଗାଁ ଛାଡିଥିଲେ। ସେଥିମଧ୍ୟରୁ ଗୁରୁବାର ଗୋଟେ ପରିବାର ଗ୍ରାମକୁ...

ପାରିଶ୍ରମିକ ବୃଦ୍ଧି ଦାବିକଲେ ପାଚିକା

ଢେଙ୍କାନାଳ ଅଫିସ, ୩୧।୧୨: ପାରିଶ୍ରମିକ ବୃଦ୍ଧି ଏବଂ ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବିରେ ଗର୍ଜିଛନ୍ତି ଢେଙ୍କାନାଳ ଜିଲାର ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା।...

ଯୋଡ଼ାରେ ରାଜନୈତିକ ହିଂସା, ୩ ଆହତ

କେନ୍ଦୁଝର,୧୪ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ାରେ ନିର୍ବାଚନୀ ହିଂସାକାଣ୍ଡ ଘଟି ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି...

ସ୍କୁଲ ଯାଇ ଘରକୁ ଫେରିପାରିଲେନି ୧୪ ଛାତ୍ରୀଛାତ୍ର

ବୌଦ୍ଧ, ୧୬ା୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ଗ୍ରାମପଞ୍ଚାୟତ ଡିଗିସିରା ଗ୍ରାମର ୧୪ ଛାତ୍ରୀଛାତ୍ର ଗୁରୁବାର ସ୍କୁଲକୁ ଯାଇ ଘରକୁ ଫେରିପାରି ନ ଥିଲେ।...

Advertisement
Archives

Model This Week