ପ୍ରଦୂଷଣରେ କଲବଲ ଜୀବନ:କ୍ରଶର ବନ୍ଦ ଦାବି କଲେ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୧୦।୧୨

ଢେଙ୍କାନାଳ ସହର ଉପକଣ୍ଠ ଯତନନଗର ଅଞ୍ଚଳରେ ଥିବା କ୍ରଶର ୟୁନିଟ୍‌ ବନ୍ଦ ଦାବିରେ ସୋମବାର ମଧୁସୂଦନ ଆବାସିକ ଉଚ୍ଚ ବିଦ୍ୟାଳୟ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଜନସାଧାରଣ ରାସ୍ତାକୁ ଓହ୍ଲାଇଛନ୍ତି।
ଅଞ୍ଚଳବାସୀଙ୍କ କହିବା କଥା, ଉକ୍ତ କ୍ରଶର ୟୁନିଟ୍‌ଟି ମଧୁସୂଦନ ଆବାସିକ ଉଚ୍ଚବିଦ୍ୟାଳୟ ନିକଟରେ ରହିଛି। ଏହାଯୋଗୁ ପ୍ରବଳମାତ୍ରାରେ ପଥର ଗୁଣ୍ଡ ଉଡୁଛି। ଏହାର ପ୍ରଭାବ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ଉପରେ ପଡୁଛି। ପିଲାମାନେ ସ୍କୁଲକୁ ଆସିବାକୁ ଅମଙ୍ଗ ହେଉଛନ୍ତି। ଧୂଳି ଉଠିବା ଯୋଗୁ କୂଅ, ପୋଖରୀ ପାଣି ପ୍ରଦୂଷିତ ହେଉଛି। ଚାଷ ଜମି ନଷ୍ଟ ହେଉଛି। ଅଞ୍ଚଳବାସୀ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। କ୍ରଶର ୟୁନିଟରେ ବିସ୍ଫୋରଣ ଯୋଗୁଁ ଲୋକଙ୍କ ଘର କାନ୍ଥ, ଛାତ ଫାଟି ଅଁା କରିଛି। ପଥର ଚାଲାଣ ପାଇଁ ଶତାଧିକ ଭାରିଯାନ ଚଳାଚଳ କରୁଥିବାରୁ ସିମିଳିଆ ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଛି। ଏହାକୁ ତୁରନ୍ତ ବନ୍ଦ କରିବାକୁ ସ୍କୁଲର ଛାତ୍ରୀଛାତ୍ର, ଅବିଭାବକଙ୍କ ସମେତ ନିକଟ ଗ୍ରାମର ବାସିନ୍ଦା ପ୍ଲାକାର୍ଡ ଧରି କିଛି ସମୟ ପାଇଁ ରାସ୍ତାରୋକୋ କରିଥିଲେ। ଅଞ୍ଚଳବାସୀ, ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟକୁ ନଜର ରଖି ଏଥିପ୍ରତି ତ୍ୱରିତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏହା ନ ହେଲେ ପୁଞ୍ଜୀଭୂତ ଅସନ୍ତୋଷ ଜନଆନ୍ଦୋଳନର ରୂପ ନେବ ଏବଂ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୪ରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଅଧିକାରୀଙ୍କ ଧର୍ମଘଟ

ଭୁବନେଶ୍ୱର, ୧୩।୨(ବ୍ୟୁରୋ): ବିଭିନ୍ନ ଦାବି ନେଇ ଆସନ୍ତା ୧୪ତାରିଖରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) ଅଧିକାରୀମାନେ ଧର୍ମଘଟ କରିବେ। ଏନେଇ ଶନିବାର ଗୌରୀନଗର ଠାରେ ଆୟୋଜିତ ଏକ...

ଯାଜପୁର ଲୋକସଭା ଆସନରେ ବିଜେଡି ଆଗରେ

ଯାଜପୁର ଅଫିସ,୨୩ା୫ : ଯାଜପୁର ଲୋକସଭା ବିଜେଡି ପ୍ରାର୍ଥୀ ସର୍ମିଷ୍ଠା ସେଠୀ ୭ମ ପର୍ଯ୍ୟାୟ ଭୋଟ୍‌ ଗଣତି ସୁଦ୍ଧା ୬୭୬୭ ଭୋଟ୍‌ ବ୍ୟବଧାନରେ ଆଗୁଆ ଥିବା...

ଅର୍ଥ, କ୍ଷମତା ବଳରେ ମନ୍ତ୍ରୀପଦ ଆଶା

ଭୁବନେଶ୍ୱର,୨୭।୫: ସାରା ଦେଶରେ ସାଧାରଣ ନିର୍ବାଚନ ସମାପ୍ତ ହୋଇଛି। ସେହିଭଳି ରାଜ୍ୟରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ମଧ୍ୟ ସମାପ୍ତ ହୋଇଛି। ଲଗାତର ୫ମ...

ଡିଜିଟାଲ କ୍ଷେତ୍ରରେ ଦକ୍ଷ ହେବେ ଛାତ୍ରୀଛାତ୍ର, ଶିକ୍ଷକ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ଛାତ୍ରୀଛାତ୍ର ଏବଂ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଏକବିଂଶ ଶତାବ୍ଦୀର ଟେକ୍ନୋଲୋଜି ଏବଂ ପଠନଶୈଳୀ ସମ୍ବନ୍ଧରେ ପ୍ରଶିକ୍ଷଣ...

ବିପଦରେ ଭିତରକନିକାର ଜୈବ ବିବିଧତା

କେନ୍ଦ୍ରାପଡ଼ା ଅଫିସ, ୪।୯: ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ଉପରେ ବିପଦ ଘନେଇ ଆସୁଛି। ମଧୁର ଜଳର ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏହାର...

ବାମନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ, ୧୧ା୯: ଶ୍ରୀମନ୍ଦିର ରତ୍ନସିଂହାସନରେ ବୁଧବାର ମହାପ୍ରଭୁ ଶ୍ରୀଜଗନ୍ନାଥ ବାମନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅପୂର୍ବ ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ...

ଚିଲିକା ବିଧାୟକଙ୍କୁ ଆକ୍ରମଣ ଘଟଣା: ୯ ଗିରଫ

ଖୋର୍ଦ୍ଧା ଅଫିସ,୨୮।୩: ବାଣପୁର ବ୍ଲକ ସମ୍ମୁଖରେ ଲୋକ ଏବଂ ପୋଲିସଙ୍କ ଉପରେ ଗାଡ଼ି ମଡାଇବା ଅଭିଯୋଗରେ ଚିଲିକା ବିଧାୟକ ଗିରଫ ହୋଇ ଜେଲରେ ଅଛନ୍ତି ।...

ଛଟପଟ ହୋଇ ମଲା ଦନ୍ତା, ପହଞ୍ଚିଲାନି ବନ ବିଭାଗ

ଖୋର୍ଦ୍ଧା ଅଫିସ,୨୬।୧୨: ଖୋର୍ଦ୍ଧା ଜିଲା ଟାଙ୍ଗି ବନାଞ୍ଚଳ ଭୂଷଣ୍ଡପୁର ନିକଟ ରେଳ ଧାରଣା କଡ଼ରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ଦନ୍ତାର ଟ୍ରେନ୍‌ ଧକ୍କାରେ...

Advertisement
Archives

Model This Week