Posted inଖେଳ

ପ୍ରଦର୍ଶନୀ ମ୍ୟାଚ୍‌ରେ ଖେଳିବେ ଫେଡରର-ଡେଲ ପାଟ୍ରୋ

ପ୍ୟାରିସ୍‌,୧୮।୯(ଏଏଫ୍‌ପି): ଆର୍ଜେଣ୍ଟିନା ରାଜଧାନୀ ବୁଏନ୍ସ ଏରିଜ୍‌ଠାରେ ନଭେମ୍ବର ୨୦ ତାରିଖରେ ହେବାକୁ ଥିବା ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ ରୋଜର ଫେଡରର ଓ ଜୁଆନ ମାର୍ଟିନ ଡେଲ ପାଟ୍ରୋ ପରସ୍ପରକୁ ଭେଟିବେ। ଆର୍ଜେଣ୍ଟିନା ଫେରି ବନ୍ଧୁ ଡେଲ ପାଟ୍ରୋଙ୍କ ସହ ଖେଳିବା ପାଇଁ ମୁଁ ବହୁତ ଉତ୍ସାହିତ ଅଛି ବୋଲି ଫେଡରର ଟୁଇଟରରେ ଅପଲୋଡ୍‌ ହୋଇଥିବା ଏକ ଭିଡିଓରେ କହିଛନ୍ତି। ପାର୍କ୍ୟୁ ରେକା ଷ୍ଟାଡିୟମର ଦକ୍ଷତା ପ୍ରାୟ ୧୫,୫୦୦। ଏହାକୁ ଡେଭିସ କପ୍‌ ବେଳେ ବ୍ୟବହାର କରାଯାଉଛି। ୨୦୦୯ ୟୁଏସ୍‌ ଓପନ ଚାମ୍ପିୟନ ଡେଲ ପାଟ୍ରୋ ଆଣ୍ଠୁରେ ଅସ୍ତ୍ରୋପଚାର କରାଇବା ପରେ କୋର୍ଟକୁ ଓହ୍ଲାଇ ନାହାନ୍ତି। ଆର୍ଜେଣ୍ଟିନାର ଏହି ୩୦ ବର୍ଷୀୟ ଖେଳାଳି ୨୦୧୮ ୟୁଏସ୍‌ ଓପନ୍‌ରେ ଉପବିଜେତା ହୋଇ ରହିଥିଲେ। ହେଲେ ଚଳିତ ବର୍ଷର ୟୁଏସ୍‌ ଓପନରେ ଖେଳି ନ ଥିଲେ। ଷ୍ଟକ୍‌ହାମଠାରେ ହେବାକୁ ଥିବା ଏଟିପି ଟୁର୍ନାମେଣ୍ଟରେ ସେ କୋର୍ଟକୁ ଫେରିବା ନେଇ ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପର ଲିଗ୍‌: ବିଜୟଧାରା ବଜାୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

ବେଙ୍ଗାଲୁରୁ,୨୨।୧(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବୁଧବାର ଓଡ଼ିଶା ଏଫସି ଓ ବେଙ୍ଗାଲୁରୁ ଏଫ୍‌ସି ପରସ୍ପରକୁ ଭେଟିବେ। ଗତ ମ୍ୟାଚ୍‌ରେ...

ଏସିସି ଇମର୍ଜିଂ ଟିମ୍ସ କପ୍‌: ସେମିରେ ପାକିସ୍ତାନଠାରୁ ହାରିଲା ଭାରତ

ଢାକା, ୨୦।୧୧ (ପି.ଟି.): ଏଠାରେ ଚାଲିଥିବା ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌ (ଏସିସି) ଇମର୍ଜିଂ ଟିମ୍ସ କପ୍‌ ୨୩ ବର୍ଷରୁ କମ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ସେମିଫାଇନାଲରୁ ଭାରତ...

ବିବାହିତ ମହିଳାଙ୍କୁ ବିବାହ କରିବା ପାଇଁ ଘରୁ ଲୁଚି ପଳାଇଥିଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଖେଳାଳିଙ୍କ ପ୍ରେମ କାହାଣୀକୁ ନେଇ ସର୍ବଦା ଚର୍ଚ୍ଚା ଉଠିଥାଏ। କିଏ କାହା ସହ ଡେଟିଂରେ ଗଲେ, କିଏ କାହାକୁ ନେଇ ବୁଲିଲେ ତାକୁ...

୨୦୨୨କୁ ଘୁଞ୍ଚିଲା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ପ୍ୟାରିସ୍‌,୩୧।୩ (ଏଏଫ୍‌ପି)- କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଛି। ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯିବା ପରେ ଅନୁରୂପ ଭାବେ ବିଶ୍ୱ ଆଥଲେଟିକ୍ସ...

କୋହଲି ଏକମାତ୍ର ଖେଳାଳି

ନୂଆଦିଲ୍ଲୀ,୧୯।୯: ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୨ ରନ୍‌ର ଅପରାଜିତ...

ଟେଷ୍ଟ କ୍ରିକେଟରୁ ଷ୍ଟେଇନଙ୍କ ଅବସର

ଜୋହାନ୍ସବର୍ଗ, ୬ା୮(ଏଏଫ୍‌ପି)-ଆଧୁନୀକ ଯୁଗର ଅନ୍ୟତମ ମହାନ ଫାଷ୍ଟ ବୋଲର ଦକ୍ଷିଣ ଆଫ୍ରିକାର ଡେଲ୍‌ ଷ୍ଟେଇନ୍‌ ସୋମବାର ଟେଷ୍ଟ କ୍ରିକେଟରୁ ତାଙ୍କ ଅବସର ଘୋଷଣା କରିଛନ୍ତି। ସୀମିତ...

ନ୍ୟୁଜିଲାଣ୍ଡ ଫେରିଲେ ମାଇକ୍‌ ହେସନ

ନୂଆଦିଲ୍ଲୀ, ୨୯ା୪ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ରିକେଟ ଅପରେଶନ ଡାଇରେକ୍ଟର ମାଇକ୍‌ ହେସନ ମଙ୍ଗଳବାର ନ୍ୟୁଜିଲାଣ୍ଡ ଫେରିଯାଇଛନ୍ତି।...

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦: ଟସ୍‌ ପରେ ବର୍ଷା ଆରମ୍ଭ

ଗୁଆହାଟୀ,୫।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ବର୍ଷା ଯୋଗୁ ଖେଲ ଆରମ୍ଭ ହୋଇପାରିନାହିଁ। ଏହି ମ୍ୟାଚରେ ଟସ୍‌ ଜିତି...

Coronavirus Update

Archives

Model This Week

Why Dharitri