Posted inଖେଳ

ପ୍ରଥମ ଶ୍ରେଣୀ କ୍ରିକେଟରୁ ଓ’କିଫିଙ୍କ ଅବସର

ସିଡ୍‌ନୀ, ୬ା୪ (ଏପି)-ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ସ୍ପିନର ଷ୍ଟିଫେନ୍‌ ଓ’କିଫି ପ୍ରଥମ ଶ୍ରେଣୀ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଆସନ୍ତା ଘରୋଇ ସିଜନ ପାଇଁ ନ୍ୟୁ ସାଉଥ୍‌ ଓ୍ବେଲ୍ସ ତରଫରୁ ପ୍ରକାଶିତ ଖେଳାଳି ଚୁକ୍ତି ତାଲିକାରେ ତାଙ୍କ ନାମ ବାଦ୍‌ ପଡ଼ିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ୩୫ ବର୍ଷୀୟ ଓ’କିଫି ତାଙ୍କ କ୍ୟାରିୟରରେ ୯ଟି ଟେଷ୍ଟ ମ୍ୟାଚ ଖେଳି ୩୫ଟିି ଉଇକେଟ ନେଇଛନ୍ତି। ୨୦୧୭ ରେ ପୁଣେଠାରେ ଭାରତ ବିପକ୍ଷ ଏକ ମ୍ୟାଚରେ ସେ ମୋଟ ୧୨ଟି ଉଇକେଟ ଅକ୍ତିଆର କରିଥିଲେ। ଗତ ସିଜନରେ ୪ଦିନିଆ ଶିଫିଲ୍ଡ ଶିଲ୍‌ଡ ଟୁର୍ନାମେଣ୍ଟରେ ଓ’କିଫି ୨୨.୨୫ ଆଭରେଜରେ ୧୬ଟି ଉଇକେଟ ଅକ୍ତିଆର କରିଥିଲେ। ପ୍ରତିଯୋଗିତାରେ ସେ ସବୁଠାରୁ ସଫଳ ସ୍ପିନର ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଲ୍ଡେନ ବୟଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୭।୮: ଭାରତ ପାଇଁ ଅଲିମ୍ପିକ୍ସରେ ପ୍ରଥମ ଟ୍ରାକ ଓ ଫିଲ୍ଡ ଆଥ୍‌ଲେଟ ଭାବେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ଏଭଳି ସଫଳତା ପରେ ଗୋଲ୍ଡେନ...

ଏସିଆନ୍‌ ଅନ୍‌ଲାଇନ୍‌ ଟିମ୍‌ ଚେସ୍‌ ବୈଶାଳୀ, ଗୋମ୍ସଙ୍କୁ ସ୍ବର୍ଣ୍ଣ, ପଦ୍ମିନୀ, ଶଶିକିରଣଙ୍କୁ ରୌପ୍ୟ

ଚେନ୍ନାଇ, ୨୪।୧୦(ପି.ଟି.)- ଭାରତୀୟ ମହିଳା ଓ ପୁରୁଷ ଦଳ ଏସିଆନ ନେସନ୍ସ (ରିଜିଅନ୍ସ) ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ସିଡ୍‌ର ମାନ୍ୟତା ପାଇଥିବା...

୯୮ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ କର୍ନଓ୍ବାଲ

କିଙ୍ଗ୍‌ଷ୍ଟନ (ଜାମାଇକା),୩୧।୮: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଅଫ୍‌ ସ୍ପିନିଂ ଅଲରାଉଣ୍ଡର ରଖିମ କର୍ନଓ୍ବାଲ ପଦାର୍ପଣ କରିଛନ୍ତି। ଏଥିସହ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା...

ପୁଣିଥରେ ହାଇ ମାରି ଚର୍ଚ୍ଚାକୁ ଆସିଲେ ପାକିସ୍ତାନ କ୍ରିକେଟର୍‌ ସର୍ଫରାଜ

ମାଞ୍ଚେଷ୍ଟର, ୨।୯: ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ପୁଣିଥରେ ଖବରର ଶିରୋନାମାରେ ରହିଛନ୍ତି। ନିଜର ବ୍ୟାଟିଂ କିମ୍ବା ଉଇକେଟ୍‌ କିପିଂ ପାଇଁ...

ହେପ୍‌ଟାଥଲନ ସ୍ବପ୍ନାଙ୍କୁ ରୌପ୍ୟ, ପୂର୍ଣ୍ଣିମା ପଞ୍ଚମ

ଦୋହା, ୨୪।୪-ଦୋହାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ହେପ୍‌ଟାଥଲନ ଇଭେଣ୍ଟରେ ଭାରତର ସ୍ବପ୍ନା ବର୍ମନ ରୌପ୍ୟ ପଦକ ପାଇଛନ୍ତି। ଏଥିରେ ଭାଗ ନେଇଥିବା ଓଡ଼ିଶାର ପୂର୍ଣ୍ଣିମା...

ଚଣ୍ଡିଗଡ଼ ନାମରେ କିର୍ତ୍ତୀମାନ

କୋଲକାତା, ୩।୧୨- ସ୍ଥାନୀୟ ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଅନୁଷ୍ଠିତ କୁଚ୍‌ ବିହାର ଟ୍ରଫି (୧୯ ବର୍ଷରୁ କମ୍‌)ର ଏକ ମ୍ୟାଚ୍‌ରେ ଚଣ୍ଡିଗଡ଼ ଏକ ଇନିଂସ ଓ...

ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଯିବ ଇଂଲଣ୍ଡ

କେପ୍‌ଟାଉନ୍‌,୨୩।୧୦(ଏପି): ୬ଟି ସୀମିତ ଓଭର ମ୍ୟାଚ୍‌ ଖେଳିବାକୁ ଇଂଲଣ୍ଡ ଆସନ୍ତାମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଦକ୍ଷିଣ ଆଫ୍ରିକା ସରକାର ଭ୍ରମଣକାରୀ ଦଳଗୁଡିକ ପାଇଁ କରୋନା...

ହର୍ଶଲଙ୍କୁ କୋହଲିଙ୍କ ପ୍ରଶଂସା

ଚେନ୍ନାଇ,୧୧।୪(ପି.ଟି.): ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଯୁବ ଦ୍ରୁତ ବୋଲର ହର୍ଶଲ ପଟେଲଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ଶେଷ ବଲ୍‌ରେ...

Advertisement
Archives

Model This Week